ନିରାକାର ପୁର,୧୫/୨: ଉତ୍କଳ ବିଦ୍ୟାଳୟ ପରିସର ପି.ଜି କାଉନସିଲ କନଫରେନ୍ସ ହଲ୍ ରେ ସିଟିଜେନ ଫୋରମ ପକ୍ଷରୁ ଅୟୋଜିତ ସେମିନାର ରେ ଯେ.ଏନ୍.ୟୁ ଅର୍ଥନୀତି ବିଭାଗର ପ୍ରୋଫେସର ସୁଜିତ୍ ମଜୁମଦାରଙ୍କ ଉପରେ ଏ.ପି.ଭି.ପି. ର କର୍ମକର୍ତ୍ତା ମାନେ ଯେଉଁ ଆକ୍ରମଣ କଲେ ଏବଂ ଯେଉଁ ଭାଷା ର ପ୍ରୟୋଗ କଲେ ତାହା ଅତ୍ୟନ୍ତ ନୀନ୍ଦନୀୟ ଘଟଣା। ଛାତ୍ର ସମାଜ କେବେବି ଏହାକୁ ଗ୍ରହଣ କରିପାରିବ ନାହିଁ। ଭାରତର ଗଣତନ୍ତ୍ର ରେ ହିଂସା ର କୌଣସି ସ୍ଥାନ ନାହିଁ। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଏହି ଯେଉଁ ଘଟଣାଟି ଏ.ପି.ଭି.ପି. ର ଛାତ୍ର ସଂଗଠନର କର୍ମକର୍ତ୍ତା ମାନେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଘଟାଇଲେ ଏହା ଦ୍ଵାରା ସମଗ୍ର ଭାରତ ବର୍ଷରେ ଓଡ଼ିଶାର ଛବି ଖରାପ ହୋଇଛି। ଏଣୁ କରି ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନ୍ ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ଦାବି କରୁଛି। ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସଭାପତି ବିଶ୍ଵଦୀପ ପ୍ରଧାନଙ୍କ ସମେତ ବହୁ ଛାତ୍ର ବିଜୁ ଜନତାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିରବ ପ୍ରତିବାଦରେ ସାମିଲ ହୋଇଥିଲେ।