କେନ୍ଦ୍ର ସରକାର ବିରୋଧରେ ଗର୍ଜିଲା ବିଜେଡି : ଭଞ୍ଜନଗର ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀଙ୍କ ଆନ୍ଦୋଳନ
ଭଞ୍ଜନଗର ୧୫/୦୨(Amarendra Pattanaik) : କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଜି ଭଞ୍ଜନଗର ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନୀ କରାଯାଇଛି | ଓଡ଼ିଶାର ଚାଷୀକୂଳ ସ୍ୱାର୍ଥରକ୍ଷା ପାଇଁ ଏହି ଲଢ଼େଇକୁ ବିଜୁ ଜନତା ଦଳ ତୃଣମୂଳ ସ୍ତରରୁ ଆରମ୍ଭ କରିଛି | କେନ୍ଦ୍ର ପକ୍ଷରୁ କରୋନା ସମୟରେ ଯେଉଁ ଗରିବ କଲ୍ୟାଣ ଯୋଜନାରେ ଚାଉଳ ଯୋଗାଇଦିଆଯାଉଥିଲା ଧାନ କିଣା ପ୍ରକ୍ରିୟା ମଧ୍ୟ ସଠିକ ଭାବେ ଚାଲିନଥିବା ଲାଲସିଂ ପଞ୍ଚାୟତର ସରପଞ୍ଚ ଶିବରାମ ସାହୁ କହିଥିଲେ |
ବିଜେଡି ଆଜିଠାରୁ ରାଜ୍ୟବ୍ୟାପୀ ତିନିଦିନିଆ ପ୍ରତିବାଦ ଆରମ୍ଭ କରିଥିବାବେଳେ ଭଞ୍ଜନଗର ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଶହ ଶହ କର୍ମୀ ଏହି ଆନ୍ଦୋଳନରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିବାରୁ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି ଏଥିସହ କେନ୍ଦ୍ରର ଚାଉଳକୁ ନେଇ ହୀନ ରାଜନୀତି କରିବା ସହ ଗରିବଙ୍କ ପେଟକୁ ଲାତ ମାରୁଛି ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ସଠିକ ଜବାବ ଦେବେ ବୋଲି ବ୍ଲକ ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପ୍ରଧାନ କହିଛନ୍ତି |
ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହୋଥିବାବେଳେ ଆସନ୍ତାକାଲି ବ୍ଲକ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି |ଦଳ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଏଥର ବଜେଟରେ କ୍ରୟ ପାଣ୍ଠିରୁ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି | ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ କରିବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ | ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠୁଥିଲା | ଏବେ ତାହାକୁ ୪ ଲକ୍ଷ ମେଟ୍ରିକ ଟନକୁ ହ୍ରାସ କରାଯାଇଛି |
ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ୫ କିଲୋ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋ ଚାଉଳ ମାଗଣା ମିଳୁଥିଲା | କେନ୍ଦ୍ର ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଯୋଗୁଁ ଗରିବ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଗଲା ଏଥିଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବା ସହ ଏମ୍ ଏସ୍ ପି ରୁ ବଞ୍ଚିତ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି | ଆଜିର ଏହି ଆନ୍ଦୋଳନରେ ଲାଲସିଂ ପଞ୍ଚାୟତର ଯୁବ ସାଙ୍ଗଠନିକ ନେତା ବିଷ୍ଣୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ କର୍ମୀ ସାମିଲ ହେବା ସହ ଶୂଳପାଣି ଶତପଥୀ ,ପଞ୍ଚାନନ ପାଳ,ପ୍ରମୋଦ ସ୍ୱାଇଁ,ପୂର୍ଣ୍ଣଚନ୍ଦ୍ର ପ୍ରଧାନ ,ଅନିଲ ରାଉତ ,ପ୍ରଦୀପ ସ୍ୱାଇଁ ,ଶାନ୍ତିଲତା ପ୍ରଧାନ ,ପ୍ରଭାକର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ଏଥିସହ ଚାଷୀଙ୍କ ହକ ଓ ଗରିବଙ୍କ ପେଟ ପାଇଁ ସଡ଼କରୁ ସଂସଦ ଯାଏଁ ଏହି ସଂଗ୍ରାମ ଜାରି ରହିବ ବୋଲି ଭଞ୍ଜନଗର ବିଜେଡି ପକ୍ଷରୁ କୁହାଯାଇଛି |