ଚାଣକ୍ୟ ନୀତି : ଜୀବନ ରେ ଯଦି ଚିନ୍ତା ମୁକ୍ତ ଓ ଉତେଜନା ମୁକ୍ତ ରହିବାକୁ ଚାହୁଁଛନ୍ତି ତେବେ ଏହିସବୁ ଜିନିଷ ମଧ୍ୟରେ ରଖନ୍ତୁ ସନ୍ତୁଳନ
ମଣିଷ ଜୀବନ ସର୍ବଦା ନୀତି ଶାସ୍ତ୍ର ଆଧାରରେ ଅନୁପ୍ରାଣିତ ଅଟେ । ପ୍ରତ୍ୟେକ ମଣିଷ ଚାହୁଁଥାଏ ଜୀବନ ରେ ସୁଖସମୃଦ୍ଧି ରେ ବସବାସ କରିବା ପାଇଁ । କିନ୍ତୁ ଆମ ଜୀବନ ରେ ଏଭଳି କିଛି ପରିସ୍ଥିତି ଉପୂଜିଥାଏ ଯାହାଦ୍ଵାରା ଆମେ ନିଜର ମାନସିକ ଶାନ୍ତି ହରାଇବା ସହ ଜୀବନ କୁ ଦୁଃଖ ଆଡ଼କୁ ଠେଲି ଦେଇଥାଉ । ତେଣୁ ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ କହିଛନ୍ତି ଯେ ମଣିଷ ଏହିସବୁ ଜିନିଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦ୍ୱାରା ଶୁଖି ଜୀବନ ଲାଭ କରିଥାଏ ।
ଅତ୍ୟାସନ୍ନା ବିନାସାୟ ଦୁରସ୍ଥା ନ ଫଳପ୍ରଦ , ସେବିତବ୍ୟମ ମଧ୍ୟଭାଗେନ ରାଜା ବହିର୍ଗୁରୁ ସ୍ତ୍ରୀୟଂ ।
ଅର୍ଥ -: ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକ ରେ କହିଛନ୍ତି ଯେ ଯଦି ଜୀବନ ରେ ସୁଖ ଓ ଶାନ୍ତି ଚାହୁଁଛନ୍ତି ତେବେ ସ୍ତ୍ରୀ , ନିଆଁ ଓ ଶକ୍ତିଶାଳୀ ମନୁଷ୍ୟ ସହିତ ସନ୍ତୁଳିତ ରଖନ୍ତୁ । ଏହି ୩ଟି ଙ୍କ ନିକଟତର ହେବା ଅଧିକ ଭଲ ନୁହେଁ ନା ଅଧିକ ଦୂରତା ରଖିବା ମଧ୍ୟ ଉଚିତ୍ ନୁହେଁ । ସର୍ବଦା ଗୋଟିଏ ବଲାନ୍ସ ରଖିବା ଆବଶ୍ୟକ ।
* ଚାଣକ୍ୟ ଙ୍କ ନୀତି ଅନୁସାରେ ଆର୍ଥିକ ଓ ସାମାଜିକ ଭାବରେ ଶକ୍ତିଶାଳୀ ବ୍ୟକ୍ତି ସହିତ ବନ୍ଧୁତା ଠିକ୍ ନୁହେଁ କିମ୍ବା ଶତ୍ରୁତା ମଧ୍ୟ ଠିକ୍ ନୁହେଁ । ଏଭଳି ବ୍ୟକ୍ତି ନିକଟରୁ ଆପଣ ଲାଭ ପାଇବେ ସତ୍ୟ କିନ୍ତୁ ସେମାନଙ୍କ ନିକଟରେ ଆପଣ ନିଜର ମାନସମ୍ମାନ ହରାଇବେ । ଏହାଛଡା ଏମାନଙ୍କ ଠାରୁ ଦୂରେଇ ରହିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ବାଧା ନିଶ୍ଚିନ୍ତ ଆସିଥାଏ ।
* ସାମାଜିକ ପ୍ରତିଷ୍ଠା ଓ ଧନ ରେ ବଳବାନ ବ୍ୟକ୍ତି ନିଜର ଲାଭ ପାଇଁ ନିଜର ଶକ୍ତିର ବ୍ୟବହାର ଆପଣଙ୍କ ବିରୁଦ୍ଧରେ ମଧ୍ୟ କରିପାରେ । ଏହାଦ୍ବାରା ଆପଣ ଏଭଳି ବ୍ୟକ୍ତିର ଷଡ଼ଯନ୍ତ୍ର ର ଶିକାର ମଧ୍ୟ ହୋଇ ପାରନ୍ତି । ଏଭଳି ବ୍ୟକ୍ତିଙ୍କ ନିକଟରୁ ଦୂରତା ରଖିବା ହିଁ ବୁଦ୍ଧିମାନ ର ପରିଚୟ ଅଟେ ।
* ଅଗ୍ନି କୁ ନେଇ ଚାଣକ୍ୟ ନିଜ ମତରେ କହିଛନ୍ତି ଯେ ନିଆଁ ଠାରୁ ଅଧିକ ଦୂରତା ରଖିବା ଦ୍ଵାରା ଖାଦ୍ୟ ପ୍ରସ୍ତୁତ ହୋଇ ପାରିବ ନାହିଁ । କିନ୍ତୁ ନିଆଁ ଅଧିକ ନିକଟତର ହେବା ଦ୍ଵାରା ଆପଣ ଜଳି ମଧ୍ୟ ଯିବେ ।
* ଚାଣକ୍ୟ କହିଛନ୍ତି ଯେ ଯଦି ଗୋଟିଏ ଶୁଖି ଜୀବନ ଚାହୁଁଛନ୍ତି ତେବେ ସ୍ତ୍ରୀ ସହିତ ସନ୍ତୁଳନ ବ୍ୟବହାର କରନ୍ତୁ । ଅଧିକ ନିକଟତର ହେବା ଦ୍ଵାରା ଆପଣଙ୍କ ସମ୍ମାନ ରେ କୌଣସି ହାନି ଆସିପାରେ । ଏହାଛଡା ଅଧିକ ଦୂରତା ମଧ୍ୟ ଘୃଣା ର ପାତ୍ର କରିଥାଏ ।