ବାଲିପାଟଣା ତା ୧୫/୦୨ : ଆଜି ପୂର୍ବାହ୍ନରେ ବନମାଳୀପୁର ସ୍ଥିତ କୁଶଭଦ୍ରା ଉଚ୍ଚ ବିଦ୍ୟାଳୟ ର ୫୦ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ପୁରସ୍କାର ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ତ୍ରିଲୋଚନ ଗଡପଲ୍ଲା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢାଲି ଯୋଗଦେଇ ଶିକ୍ଷା ମାଧ୍ୟମରେ ଚରିତ୍ର ଗଠନ ଓ ସେବା ଦ୍ଵାରା ସାମାଜିକ ବ୍ୟବସ୍ଥାରେ ସୁଧାର ଆଣିବା ନିହାତି ଦରକାର ବୋଲି କହିଥିଲେ।ମୁଖ୍ୟ ବକ୍ତା ବ୍ଲକ ଶିକ୍ଷାଧିକାରୀ ଶୈଳାଧିରାଜ୍ ତନୟା ଶତପଥୀ ଉଦବୋଧନ ଦେଇ ବିଦ୍ୟାଳୟ ମାନଙ୍କରେ ମିଳୁଥିବା ସରକାରୀ ସୁବିଧାର ସୂଚନା ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭାଗିରଥି ପାତ୍ର ,ବି ଇ ଓ,ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା ଙ୍କ ସମେତ ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହାପରେ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।ଏଥିରେ ଅନ୍ୟାନ୍ୟ ଅତିଥି ଭାବରେ ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା,ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର,ଏସ ଏମ ସି ଅଧକ୍ଷ ସରୋଜିନୀ ନାୟକ,ମୋ ସ୍କୁଲ ସଭାପତି ଭୀମସେନ ମଣ୍ଡଳ,ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ସି ଆର ସି ସି ଝୁନି ଦେଇ ପ୍ରମୁଖ ଯୋଗଦେଇ ନିଜ ନିଜ ର ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଶିକ୍ଷକ ରଘୁନାଥ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।