ନୂଆପଡା-୧୫/୨ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ରାମସ୍ବାମୀ ମନ୍ଦିର ଏବଂ ଅର୍ଣ୍ଣପୁର୍ଣ୍ଣା ମନ୍ଦିର ରୁ ରୂପା ନିର୍ମିତ ମକୁଟ ଚୋରି ହୋଇଥିଲା। ଏହାକୁ ନେଇ ଖଡ଼ିଆଳ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଚୋରି ଘଟଣା ନେଇ ପୋଲିସ ପକ୍ଷରୁ ବ୍ୟାପକ ତନାଘନା ତଦନ୍ତ କରିଥିଲେ। ଚୋରି ଘଟଣାର ମାତ୍ର ୧୧ ଦିନ ମଧ୍ୟରେ ଚୋର କୁ ଖଡ଼ିଆଳ ପୋଲିସ ଗିରଫ କରିଥିବା ବେଳେ ୬ ଗୋଟି ରୂପା ମକୁଟ ଉଦ୍ଧାର କରିଛନ୍ତି। ଆଜି ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ପୋଲିସ ପକ୍ଷରୁ ସୂଚନା ପ୍ରଦାନ୍ କରାଯାଇଛି। ଖଡ଼ିଆଳ ଲାଳସାହେବ ପଡା ନିବାସୀ କୁରେ ଭୋଇ ଙ୍କୁ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚଳାନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଏସ.ଡି.ପି.ଓ ଅରୂପ ଭିଷେକ ବେହେରା ଏବଂ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।