Odisha news

ବଳାତ୍କାର ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦୋଷ

0

ଵ୍ରହ୍ମପୁର , ୧୦/୨- ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ଜଜ ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଏ. ଶ୍ରବଣ କୁମାର (୨୪)ଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ୨୦୨୧ ମଇ ୨୧ ତାରିଖରେ ଜଣେ ମାଟ୍ରିକ ପଢ଼ୁଥିବା ଛାତ୍ରୀଙ୍କୁ ତାଙ୍କ ଘର ନିକଟରୁ କେହି ଅପହରଣ କରିନେଇଥିଲା। ଏନେଇ ଉକ୍ତ ଛାତ୍ରୀଙ୍କ ବାପା ବଡବ୍ଜ଼ାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୧୦୦/୨୧ ରେ ଏକ ମାମଲା ରୁଜୁ କରିଥିଲା। ପରେ ପୋଲିସ  ଅପହୃତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକ ଏ. ଶ୍ରବଣ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ  ଧାରା ୧୬୪ ଅନୁସାରେ ପିଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା।  ତଦନ୍ତକାରୀ ଅଧିକାରୀ ତଥା ଏସଆଇ ପି. କେ. ସାହୁ କୋର୍ଟରେ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଥିଲେ। କୋର୍ଟରେ ମାମଲାର  ବିଚାରଣା ବେଳେ ୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶୁକ୍ରବାର ଇକ୍ତ ମାମଲାର ଶୁଣିଣି ବେଳେ ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରୀ ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ସୟଦ ଇକବାଲ ଓ ତାଙ୍କ ସହଯୋଗୀ ଯଶବନ୍ତ ନାୟକ ମକଦ୍ଦମା ପରିଚାଳନା କରିଥିଲେ।

Nalco
Leave A Reply