ଏହିସବୁ ଭୁଲ କାରଣରୁ ପିଲାମାନେ ହୋଇ ଥାଆନ୍ତି ଜିଦିଆ ସ୍ୱଭାବର, ପିଲାଟି ବେଳୁ ଏହିସବୁ ଅଭ୍ୟାସ ପ୍ରତି ଧ୍ୟାନ ଦେବା ଜରୁରୀ
ଗୋଟିଏ ଶିଶୁଟିଏ ଜନ୍ମ ନେବା ପରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଦାୟିତ୍ୱ ରହିବା ଆବଶ୍ୟକ ଯେ ସେ କିପରି ଠିକ ଭାବରେ ପାଳିତ ହେବ l ପିଲାଟି ବେଳରୁ ପିତାମାତା ଗୋଟିଏ ସନ୍ତାନ କୁ ଉଚିତ ଶିକ୍ଷା ଓ ସଂସ୍କାର ଦେଇ ପାଳନ କରିବା ଆବଶ୍ୟକ , ଯାହା ତାକୁ ଭବିଷ୍ୟତ ରେ ଗୋଟିଏ ଭଲ ମଣିଷ ଭାବରେ ଗଢି ତୋଳିବ l କିନ୍ତୁ ଆମ ଦ୍ୱାରା କିଛିଟା ଭୁଲ ଓ ବେଳେବେଳେ ପିଲାମାନଙ୍କ ଦ୍ୱାରା କିଛିଟା ଭୁଲ କୁ ଆମେ ଅଣଦେଖା କରିବା ଦ୍ୱାରା ପିଲାମାନେ ବିପଥଗାମୀ ହୋଇଥାଆନ୍ତି ଶିଶୁ ବିଶେଷଜ୍ଞ ମାନେ ମତ ରଖିଛନ୍ତି l
କିଛିଟା ଛୁଆ ପିଲାଟି ଦିନରୁ ଖୁବ ଯିଦିଆ ସ୍ୱଭାବର ହୋଇ ଥାଆନ୍ତି, ଯାହାକି ତାଙ୍କର ଭବିଷ୍ୟତ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ l ଏହି ଜିଦି ତାଙ୍କୁ ଠିକ ଭୁଲ ବିଷୟରେ ଭାବିବାର ମାନବିକତା ମଧ୍ୟ ଦେଇନଥାଏ l
– କିଛିଟା ପିଲା ଛୋଟଟି ବେଳରୁ ଯିଦିଆ ସ୍ୱଭାବର ହୋଇ ଥାନ୍ତି ଓ ଯେତେବେଳେ ମା ବାପା ସେମାନଙ୍କର ପ୍ରତ୍ୟେକ ଜିଦିକୁ ପୁରା କରିବାକୁ ଲାଗି ଥାଆନ୍ତି l କିନ୍ତୁ ପିଲା ମାନଙ୍କର ଏହା ଗୋଟିଏ ଅଭ୍ୟାସ ରେ ପରିଣତ ହୋଇଯାଏ l ତେଣୁ ସମୟ ଥାଉ ଥାଉ ପିଲାମାନଙ୍କ ବ୍ୟବହାର କୁ ବୁଝିନେବା ଆବଶ୍ୟକ ଓ ସୁଧରିନେବା ଜରୁରୀ l
– ପିଲାମାନଙ୍କୁ ସ୍ନେହ କରିବା ଖୁବ ଭଲ କିନ୍ତୁ ସେମାନଙ୍କ ପ୍ରତ୍ୟେକ ଜିଦି କୁ ପୁରା କରିବା ଠିକ ନୁହେଁ l ଯାହା ତାଙ୍କର ଗୋଟିଏ ପ୍ରକାର ଅଭ୍ୟାସ ରେ ପରିଣତ ହୋଇଯିବ l ଏହାପରେ ପିଲାମାନେ ଭାବିନେବେ ଯେ ସାମାନ୍ୟ ମାତ୍ର ଜିଦି ଦ୍ୱାରା ଖୁବ ସହଜରେ ସମସ୍ତ ଜିନିଷ ମିଳି ଯାଉଛି ଓ ସେମାନେ ଜିଦି କରି ସବୁକିଛି ହାସଲ କରିବାକୁ ଲାଗିବେ l
– ପିଲାମାନଙ୍କୁ ନିର୍ଦ୍ଧିଷ୍ଟ ଅନୁଶାସନ ରେ ରଖିବା ଖୁବ ଜରୁରୀ ଅଟେ l ସର୍ବଦା ପିଲାମାନଙ୍କୁ ଶିକ୍ଷାଦେବା ଜରୁରୀ ଯେ ସେମାନଙ୍କୁ ଗୁରୁଜନ ମାନଙ୍କର ସମମମନ କରିବା ନିହାତି ଜରୁରୀ l ଏବଂ ସେମାନଙ୍କୁ ଗୁରୁଜନ ଶ୍ରେଣୀର ଲୋକେ ଯେପରିକି ଜେଜେ ଜେଜେମା ଦାଦା ଖୁଡି ଙ୍କ ଭଳି ପରିବାର ସଦସ୍ୟଙ୍କ ପ୍ରତି ମଧ୍ୟ ସମ୍ବେଦନଶୀଳ ରହିବ ଶିଖନ୍ତୁ l ଏହାଦ୍ୱାରା ଆପଣଙ୍କ ପିଲାର ମାନବିକ ମୂଲ୍ୟବୋଧ ର ବୃଦ୍ଧି ହେବ l
– ଆଜିକାଲି ପ୍ରାୟ ଉଭୟ ମାତାପିତା କର୍ମଜୀବି ଅଟନ୍ତି l ଯେଉଁ କାରଣରୁ ନିଜ ସନ୍ତାନ ପ୍ରତି ସମୟ ବାହାର କରିବା ସମ୍ଭବ ହୋଇ ପାରୁନାହିଁ l ଯେଉଁ କାରଣରୁ ଛୁଆ ଟି ଏକୁଟିଆ ରହି ରହି ଯିଦିଆ ସ୍ୱଭାବର ହୋଇ ଯାଇଥାଏ l ତେଣୁ ନିଜ ସନ୍ତାନ କୁ ସମୟ ଦେବାକୁ ଚେଷ୍ଟା କରନ୍ତୁ l ଯାହାଦ୍ୱାରା ଆପଣ ତାର ନିକଟତର ହୋଇ ଅନେକ ସ୍ଵଭାଵ ବିଷୟରେ ଠିକ ଭାବରେ ଜାଣିପାରିବେ l
– ଆମେ ଅନେକ ସମୟରେ ପିଲାଙ୍କୁ ଛୋଟ ଭାବି କୌଣସି ଦାୟିତ୍ୱ ଦେବାକୁ ଇଛା କରି ନଥାଉ l କିନ୍ତୁ ଆପଣଙ୍କର ଏହି ସ୍ଵଭାଵ ପିଲାକୁ ଦାୟିତ୍ବହୀନ କରିପାରେ ସେହି କଥା ଆପଣ ଜାଣି ରଖିବା ନିହାତି ଆବଶ୍ୟକ l
– ଅନେକ ସମୟରେ ପିତାମାତା ପିଲା ଯଦି ରୁଷି ଯାଇଥାଏ ତେବେ ତାକୁ କୌଣସି ଗିଫ୍ଟ ଦେଇ ବୁଝାଇବାକୁ ଚେଷ୍ଟା କରନ୍ତି , ଯୋଉଟାକି ସମ୍ପୂର୍ଣ ଭୁଲ ଅଟେ l ଏହାଦ୍ୱାରା ପିଲାଟିର ଏହା ଗୋଟିଏ ଅଭ୍ୟାସ ରେ ପରିଣତ ହୋଇଯାଏ l ସେ ବାରମ୍ବାର ପ୍ରତ୍ୟେକ କଥାରେ ରୂଷିବା ଆରମ୍ଭ କରିଥାଏ l
– ନିଜ ପିଲାକୁ ଠିକ ଓ ଭୁଲ କାର୍ଯ୍ୟ ଭିତରେ ରହିଥିବା ଫରକ ଶିଖାଇବା ନିହାତି ଜରୁରୀ l ଯଦି ସେଭଳି କିଛି ଭୁଲକରୁଛନ୍ତି ତେବେ ତାହାକୁ ଇଗ୍ନୋର କରିବା ପରିବର୍ତେ ସୁଧାରିବା ଜରୁରୀ ଅଟେ l ଏହାଛଡା ନିଜ ପିଲା ପ୍ରତି ସବୁବେଏ ସହାନୁଭୂତି ରଖନ୍ତୁ ଯେଭଳି ସେକଡପି ଆପଣଙ୍କୁ ତାର ଶତ୍ରୁ ନଭାବି ବସୁ l