Odisha news

ଘରେ ଏହି ୭ଟି ମୂର୍ତ୍ତି ରଖିବା ଦ୍ଵାରା ଆସିଥାଏ ସୁଖ ସମୃଦ୍ଧି ଓ ସନ୍ତାନ ମାନଙ୍କ ଜୀବନ ରେ ହୋଇଥାଏ ଉନ୍ନତି

0
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ଵ ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କିଛି ଟା ମୂର୍ତ୍ତି ରଖିବା ଖୁବ୍ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ବାସ୍ତୁ ଶାସ୍ତ୍ର ଠିକ୍ ରହିଥାଏ , ତେବେ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । କିନ୍ତୁ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ଗୃହ ରେ କ୍ଳେଶ , ବାଧା ଓ ବିଘ୍ନ ଦେଖା ଯାଇଥାଏ । ଆଜି ଆସନ୍ତୁ ଜାଣିବା ଘରେ ଯେଉଁସବୁ ମୂର୍ତ୍ତି ବାସ୍ତୁ ଦୃଷ୍ଟିରେ ରଖିବା ଶୁଭ ହୋଇଥାଏ । ଯାହାଦ୍ଵାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
* ଗଣେଶ ଭଗବାନ ଙ୍କ ମୂର୍ତ୍ତି –
ଘରେ ଗଣେଶ ଭଗବାନ ଙ୍କ ମୂର୍ତ୍ତି ରଖିବା ଦ୍ଵାରା ଘରକୁ ଶୁଭ ସଂକେତ ଆସିଥାଏ । ଯଦି ଘରେ କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ଗଣେଶ ଙ୍କ ମୂର୍ତ୍ତି ଦୂର କରି ଦେଇଥାଏ । ଗଣେଶ ଙ୍କ ମୂର୍ତ୍ତି ସର୍ବଦା ଘରର ମୁଖ୍ୟ ଦ୍ଵାରରେ ରଖିବା ଜରୁରୀ ।
* ହାତୀ ର ମୂର୍ତ୍ତି :-
ହାତୀ କୁ ଧନ ଓ ଐଶ୍ୱର୍ଯ୍ୟ ର ପ୍ରତୀକ ବୋଲି କୁହାଯାଏ । ଯେଉଁ ଠାକୁର ଘରେ ହାତୀ ର ମୂର୍ତ୍ତି ରହିଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ କୃପା ଭରି ରୁହେ ।
* ଗାଈ ବାଛୁରୀ ଙ୍କ ମୂର୍ତ୍ତି – :
ଗାଈ ବାଛୁରୀ କୁ ଦୁଗ୍ଧ ପିଆଉ ଥିବା ମୂର୍ତ୍ତି ଘରେ ରଖିବା ଖୁବ୍ ଶୁଭ ଅଟେ । ଏହାଦ୍ବାରା ସନ୍ତାନ ପ୍ରାପ୍ତି ସହିତ ମାନସିକ ଶାନ୍ତି ଲାଭ ହୋଇଥାଏ । ଏହା ଶୁଭ ସନ୍ତକ ଅଟେ ବୋଲି କୁହାଯାଏ ।
* ମାଛ ର ମୂର୍ତ୍ତି :-
ମାଛ ମୂର୍ତ୍ତି ଘରେ ରଖିବା ଶୁଭ ହୋଇଥାଏ । ଏହାଛଡା ଏହାକୁ ଫେଙ୍ଗସୁଇ ରେ ମଧ୍ୟ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇ ଥାଏ । ନଚେତ୍ ଜୀବନ୍ତ ମାଛ ରଖିବା ମଧ୍ୟ ଶୁଭ ଅଟେ ।
* କଇଁଛ ର ମୂର୍ତ୍ତି – :
କଇଁଛ ମୂର୍ତ୍ତି କୁ ମା ଲକ୍ଷ୍ମୀ ଙ୍କ ଆଗମନ ର ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ । ତେଣୁ ନିଜ ଘରର ଉତ୍ତର ପୂର୍ବ ଦିଗରେ କଇଁଛ ମୂର୍ତ୍ତି ରଖିବା ଖୁବ୍ ଶୁଭ ଅଟେ ।
* ଘୋଡା ମୂର୍ତ୍ତି :-
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଘୋଡା ର ମୂର୍ତ୍ତି ରଖିବା ଖୁବ୍ ଶୁଭ ଅଟେ , କିନ୍ତୁ ଦୌଡୁ ଥିବା ଘୋଡାର ମୂର୍ତ୍ତି ଯଦି ହୋଇଥାଏ ତେବେ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ।
* ଶୁଆ ଚଢ଼େଇ ର ମୂର୍ତ୍ତି :-
ବାସ୍ତୁ ଶାସ୍ତ୍ରରେ କୁହାଯାଏ ଯେ ଯଦି ଆପଣ ନିଜ ପିଲାର ପାଠ ପଢା ଟେବୁଲ୍ ନିକଟରେ ଶୁଆ ପକ୍ଷୀ ର ମୂର୍ତ୍ତି ରଖିବେ ତେବେ ପାଠ ପଢ଼ାରେ ଆଗ୍ରହ ବୃଦ୍ଧି ହୋଇଥାଏ ।
Leave A Reply