ଯଦି ନିୟମିତ ଚା ସହିତ ରସ୍କ ସେବନ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ , ହୋଇପାରନ୍ତି ଏହିସବୁ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ
ଆମେ ପ୍ରାୟ ସମସ୍ତଙ୍କୁ ଦେଖିଥାଉ ସକାଳୁ ଚା ସହିତ ରସ୍କ୍ ସେବନ କରିବାର । କାହିଁକି ନା ଏହା ଆମକୁ ସୁସ୍ୱାଦୁ ଲାଗିବା ଛଡା ପେଟ ମଧ୍ୟ ଠିକ୍ ଭାବରେ ପୁରି ଯାଇଥାଏ । ରଷ୍କ କୁରୁକୁରିଆ ଟେଷ୍ଟ ପାଟିକୁ ମଧ୍ୟ ଠିକ୍ ଲାଗିଥାଏ । କିନ୍ତୁ ଭୋକ କମାଇ ଦେଇଥିବା ଏହା ଶରୀର ପାଇଁ ମଧ୍ୟ ଖୁବ୍ କ୍ଷତି କାରକ ଅଟେ । ବିଶେଷ ଭାବରେ ଚା ସହିତ ରସ୍କ୍ ର କମ୍ବିନେସନ୍ ଶରୀର ପାଇଁ ଖୁବ୍ କ୍ଷତି କାରକ ଅଟେ ।
ରସ୍କ୍ ଥିବା ଏ କ୍ସ୍ଟ୍ରା ଗ୍ଲୁଟେନ୍ , ରିଫାଇଣ୍ଡ ଅଟା, ଓ ସୁଗାର ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ଅଟେ ।
ବଢ଼ିଥାଏ ବ୍ଲଡ ସୁଗାର୍ -:
ରସ୍କ ପ୍ରସ୍ତୁତ ହେଉଥିବା ଜିନିଷ ଗୁଡ଼ିକ ହେଲା ରିଫାଇନ ତେଲ , ମଇଦା , ଚିନି , ଗ୍ଲୁଟେନ୍ , ମିଶ୍ରିତ ହୋଇଥାଏ । ତେଣୁ ମଧୁମେହ ରୋଗୀ ମାନେ ରସ୍କ ସେବନ କରିବା ଦ୍ୱାରା ବ୍ଲଡ ସୁଗର୍ ସ୍ତର ବୃଦ୍ଧି ପାଇଥାଏ ।
– କୋଷ୍ଠ କଠିନ୍ୟ ସମସ୍ୟା :
ନିୟମିତ ରସ୍କ ସେବନ ଅନ୍ତ କୋଷରେ ଖରାପ ବ୍ୟାକ୍ଟେରିଆ ର ବିକାଶ କରାଇଥାଏ ଓ ଇମ୍ୟୁନିଟି ଦୁର୍ବଳ ହେବାର ସମ୍ଭାବନା ରହିଥାଏ । ଏହାଦ୍ବାରା ପାଚନ ସମସ୍ୟା ବିକାର ହେବାର ବିପଦ ବଢ଼ି ଯାଇଥାଏ । ଏହାଛଡା ପୋଷାକ ତତ୍ତ୍ଵ ଅବସୋଷଣ ଠିକ୍ ଭାବରେ ହୋଇ ନଥାଏ । ରସ୍କ ଅଧିକ ସେବନ ଦ୍ଵାରା ମଳ ତ୍ୟାଗରେ ଅସୁବିଧା ଦେଖା ଦେଇଥାଏ ।
– ମୋଟାପଣ ର ଶିକାର :
ରସ୍କ ସେବନ ଦ୍ଵାରା ଫୁଡ୍ କ୍ରେବିଙ୍ଗ ବଢ଼ି ଯାଇଥାଏ । ଯାହାଦ୍ଵାରା ଓଜନ ବୃଦ୍ଧି ର ସମସ୍ୟା ଦେଖା ଯାଇଥାଏ । ରାସ୍କ୍ ରେ ଉଚ୍ଚ ମାତ୍ରାରେ ଶୁଗର୍ ଓ ରିଫାଇନ ଅଟା କାରଣରୁ ମୋଟାପା ବୃଦ୍ଧି ହେବାର ସମ୍ଭାବନା ରହିଥାଏ ।
– ନଥାଏ କୌଣସି ପୋଷାକ ତତ୍ତ୍ଵ :
ରସ୍କ ରେ କୌଣସି ପ୍ରକାରର ପୋଷାକ ତତ୍ତ୍ଵ ନଥାଏ ଏବଂ ଏହା ଶରୀରର ଫୁଲା ବୃଦ୍ଧି କରିଥାଏ । ରସ୍କ ରିଫାଇଣ୍ଡ ଅଟା ରେ ପ୍ରସ୍ତୁତ ହୋଇଥାଏ । ନା ଯେଉଁଥିରେ ଫାଇବର ଥାଏ ନା କିମ୍ବା ଅନ୍ୟ ପୋଷାକ ତତ୍ତ୍ଵ ରହିଥାଏ । ଏହାକୁ ଅଧିକ ଦିନ ରଖିବା ପାଇଁ ଏଥିରେ କିଛି କେମିକାଲ ମଧ୍ୟ ମିଶା ଯାଇଥାଏ । ଯାହାକି ଶରୀର ପାଇଁ ଖୁବ୍ କ୍ଷତିକାରକ ।