Odisha news

ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ତୃତୀୟ ରଜନୀ

0
ଚିକିଟି କଳାକାରଙ୍କ ଦ୍ବାରା ନାଟକ”ଏ କାହାଣୀ ରାଜଧାନୀର” ମଂଚସ୍ଥ । ବ୍ରହ୍ମପୁର–ହାତରେ ମୁଠା ମୁଠା ଡିଗ୍ରୀ ଧରି ଚାକିରୀ ନପାଇ ବେକାର ଯୁବକଟିଏ ନିଜ ପାଇଁ ରୋଜଗାର ଆଶାରେ ସରକାରଙ୍କୁ ଦାବୀ ଜଣେଇବା ପାଇଁ ରାଜଧାନୀ ରାଜରାସ୍ତାରେ,କେତେ ଆଶା କରି ମୁଣ୍ଡ ଝାଳ ତୁଣ୍ଡରେ ଦେଇ ସୁନା ଫଳେଇବା ଆଶା ରଖିଥିବା ଭାଗଚାଷୀଟିଏ ଚକଡ଼ା ପୋକ ଯୋଗୁଁ ନିଜର ସର୍ବସ୍ୱ ହରେଇ କ୍ଷତିପୂରଣ ପାଇଁ ରାଜଧାନୀ ମୁଁହା,ଆଉ ନିଜର ନାରୀତ୍ବ ହରେଇ ଧର୍ଷିତା ଆଖ୍ୟା ପାଇଥିବା ଯୁବତୀ ଜଣକ ସବୁଆଡୁ ନ୍ୟାୟ ପାଇବାରୁ ବଂଚିତ ହୋଇ ନିଜ ଦୁଃଖ ଜଣେଇବା ପାଇଁ ରାଜଧାନୀ ଦାଣ୍ଡରେ ଛିଡା । ରୋଜଗାର,କ୍ଷତିପୂରଣ ଏବଂ ନ୍ୟାୟ କଣ ପ୍ରତ୍ୟେକ ମଣିଷର ଅଧିକାର ନୁହେଁକି ? ଏଭଳି ପ୍ରଶ୍ନ ସରକାରଙ୍କୁ ରାଜଧାନୀର ନିସିଦ୍ଧ।ଞ୍ଚଳ ରେ ବସି ପଚାରୁଛନ୍ତି ତିନିଜଣ ।
ପ୍ରକୃତରେ କଣ ସରକାର ତାଙ୍କ ଦାବୀ ଶୁଣିବେ ନା ସେମାନେ ନିଜ ନ୍ୟାର୍ଯ୍ୟ ଦାବୀରୁ ବଂଚିତ ହୋଇ ଆତ୍ମହତ୍ୟାର ରାସ୍ତା ବାଛିବେ ? ଏଭଳି କିଛି ସୁନ୍ଦର ବିଷୟବସ୍ତୁ କୁ ନେଇ ଚିକିଟି ଶ୍ରୀଜଗନ୍ନାଥ କଳା ପରିଷଦ ତରଫରୁ  ଗଂଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀ ଦ୍ୱାରା ଏବଂ ବ୍ରହ୍ମପୁର କଳାକାର ଏକତା  ମଂଚ ସହଯୋଗରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ ତଥା ୩୨ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ର ତୃତୀୟ ରାଜନୀରେ ନାଟ୍ୟକାର ସୁରେନ୍ଦ୍ର ପାତ୍ରଙ୍କ ରଚିତ ଦୁର୍ଗା ପ୍ରସାଦ ରାଉଳଙ୍କ ନିର୍ଦ୍ଦେଶିତ ନାଟକ”ଏ କାହାଣୀ ରାଜଧାନୀର”ଉପସ୍ଥିତ ଦର୍ଶକଙ୍କୁ ନାଟକ ଶେଷ ଯାଏଁ ବାନ୍ଧି ରଖିଥିଲା ।
ଏହି ନାଟକରେ ଡ଼. ରାମଶଙ୍କର ପଟ୍ଟନାୟକ,ଅଶୋକ ପାଣିଗ୍ରାହୀ, ନିଳାଞ୍ଚଳ ପାତ୍ର,ବାରିକ ସେଠୀ, ବିଷ୍ଣୁ ପ୍ରସାଦ ପଣ୍ଡା,କାହ୍ନୁଚରଣ ଜେନା,ସୋନାଲି ବେହେରା ଓ ମାମାଲି ବିଷୋୟୀ ପ୍ରମୁଖ ଅଭିନୟ କରିଥିବା ବେଳେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତୃତୀୟ ରଜନୀରେ ନାଟକ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ସଭାରେ ଡ଼. ବିଜୟ ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଓଡିଶା ନାଟ୍ୟସଂଘ ଉପସଭାପତି ଇଂ.ମନୋଜ କୁମାର ଦଣ୍ଡପାଟ,ମହୋତ୍ସବ କମିଟି ଅଧକ୍ଷ ଅନିଲ କୁମାର ପାତ୍ର,ସମାଜସେବୀ ସମ୍ବିତ କୁମାର ସାହୁ,ଡା.ଡି. ଗୋଦାବରୀ ପାତ୍ର,ଡ଼ା. ଦୀପକ ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀ ସଭାପତି ବଳରାମ ଦାସ, ସାଧାରଣ ସମ୍ପାଦକ ରମେଶ ମହାରଣା,ସଂଯୁକ୍ତା ଶତପଥି ପ୍ରମୁଖଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସୀମାଞ୍ଚଳ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜଗୋପାଳ ପାଢୀ ଧନ୍ୟବାଦ ଦେଇଥିଲେ ।
Leave A Reply