Odisha news

ନନ୍ଦନକାନନକୁ ଆସିଲା ଉଦ୍ଧାର ଗାଡଭାଲୁ

0
ବାରଙ୍ଗ  :  ଢେଙ୍କାନାଳ ଡିଭିଜନ କପିଳାସ ରେଞରୁ ଉଦ୍ଧାର ହୋଇଥିବା ମାଈ ଗାଡଭାଲୁ ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଭାଲୁ ଦେହ ଓ ଗୋଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ଠିକରେ ଚାଲିପାରୁନାହିଁ।ଅସୁସ୍ଥଥିବାରୁ କର୍ତ୍ତୁପକ୍ଷ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକମାନଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ  ଚିକିତ୍ସାଳୟର କ୍ବାରେଣ୍ଟାଇନର ପୃଥକୀକରଣ ଏନକ୍ଲୋଜରରେ ଛାଡିଛନ୍ତି।ସାଧାରଣତଃ ଏହି ପ୍ରଜାତିର ଗାଡଭାଲୁ ଭାରତ,ଦକ୍ଷିଣ ପଶ୍ଚିମ ଏସିଆ ଓ ଆଫ୍ରିକାରେ ଦେଖାଯାଆନ୍ତି।ଏମାନଙ୍କ ଶରୀର ଭାଲୁପରି,ଗୋଡ ଗୁଡିକ ଛୋଟ,ଶରୀର ରଙ୍ଗ କଳା ଓ ଏକ ଧଳା ରଙ୍ଗର ଚଉଡା ପଟି ଆଖିରେ ଠିକ୍ ଉପରୁ ବାହାରି ଲାଞ ପର୍ଯ୍ୟନ୍ତ ଲମ୍ବିଥାଏ।
Leave A Reply