୭ମ ବଡଚଣା ମହୋତ୍ସବ ଉଦଘାଟିତ , ପ୍ରତ୍ୟେକଙ୍କ ମଧ୍ୟରେ ଜଗନ୍ନାଥ ବିରାଜିତ, ଦିବ୍ୟ ଦୃଷ୍ଟିରେ ତାକୁ ଚିହ୍ନନ୍ତୁ : ରିଜ୍ୟପାଳ
ଚଣ୍ଡିଖୋଲ,୮/୧ : ଯାଜପୁର ଜିଲ୍ଲାର ବଡଚଣା ଠାରେ ୭ମ ବଡଚଣା ମହୋତ୍ସବ ମହା ସମାରୋହରେ ରବିବାର ଦିନ ଉଦଘାଟିତ ହୋଇଛି! ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ! ରାଜ୍ୟପାଳ ତାଙ୍କ ଉଦଘାଟନୀ ଅଭିଭାଷଣରେ ଓଡିଶାକୁ ବ୍ରହ୍ମାଣ୍ଡର ମହାମନୀଶିର ସ୍ଥଳ ଓ ଆଧ୍ୟାତ୍ମିକତାର ପୃଷ୍ଠଭୂମି ବୋଲି ବର୍ଣ୍ଣନା କରିବାସହ ପ୍ରତ୍ୟେକଙ୍କ ମଧ୍ୟରେ ମହାପ୍ରଭୁ ଜଗନ୍ନାଥ ବିରାଜିତ ହୋଇଥିବାରୁ ଆମେ ସମସ୍ତେ ଦିବ୍ୟ ଓ ଚେତନାଯୁକ୍ତ ବୋଲି ଅଭିହିତକରି ଏହାକୁ ଦିବ୍ୟ ଦୃଷ୍ଟିରେ ଆମେ ଚିହ୍ନିବା ପାଇଁ ଉପସ୍ଥିତ ସୁଧିମଣ୍ଡଳିଙ୍କୁ ଆହ୍ୱାନ ଦେଇଥିଲେ! ପ୍ରଭୁଙ୍କ ସହିତ ଆମକୁ ଯୋଡିବା ଓ ଆମ ସସ୍କୃତି, ପରମ୍ପରା,କଳା ଏବଂ ଭାଇଚାରାର ଅଭ୍ୟୁଦୟ ପାଇଁ ମହୋତ୍ସବ ପ୍ରଭୂତ ଭୂମିକା ରହିଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ!
ଇତ୍ୟବସରରେ ଓଡିଶାର ସାହିତ୍ୟ,କଳା ଓ ନିଜ ନିଜ ଅଞ୍ଚଳର ପାରମ୍ପାରିକତାର ଉତ୍କର୍ଷତାକୁ ନିଜ ଭିତରେ ବାଣ୍ଟିବା ପାଇଁ ଏପରି ମହୋତ୍ସବ ହିଁ ପ୍ରକୃତ ସ୍ଥାନ ବୋଲି ଅବିହିତ କରି କେବଳ ଜିଲ୍ଲା ବା ବ୍ଳକ ସ୍ଥରରେ ନୁହେଁ ଏହା ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମରେ ଆୟୋଜିତ ହେବାର ପ୍ରାସଙ୍ଗିକତା ରହିଛି ବୋଲି ରାଜ୍ୟପାଳ ମତରଖିଥିଲେ! ବଡଚଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମରପ୍ରସାଦ ଶତପଥୀ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତାକରି ବଡଚଣା ମହୋତ୍ସବ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ସହ ନିଜ ମାଟିର ବିଶେଷତ୍ୱ ଓ ପ୍ରତିଷ୍ଠା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ!
ବଡଚଣା ମହୋତ୍ସବ କମିଟି ସଭାପତି ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବାସହ ମହୋତ୍ସବକୁ ଶରସ ସୁନ୍ଦର କରିଥିବା ସମସ୍ତ ବର୍ଗଙ୍କୁ ଧନ୍ୟବାଦ ଦେଇଥିଲେ! କମିଟି ସମ୍ପାଦକ ପଦ୍ମନାଭ ପଣ୍ଡା ବିବରଣୀ ପ୍ରଦାନ କରିଥିଲା ବେଳେ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ସ୍ଥାନୀୟ ସରପଞ୍ଚ ରାଜଲଖମୀ ମହାନ୍ତି, ସମିତି ସଭ୍ୟ ମଧୁସୂଦନ ବଳ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ! ଶେଷରେ ଅମ୍ବିକା ପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ!ଏହି ମହୋତ୍ସବ ୫ ଦିନଧରି ଚାଲିବାକୁ ଥିଲାବେଳେ ପ୍ରଥମ ଦିନରେ କଟକର ଲୋଶାସ୍ତ୍ର କଳା ପରିଷଦର ଆଦିବାସୀ ନୃତ୍ୟ,ଉଦୟମାନ କଳାାାରିଷଦର ସମ୍ବଲପୁରୀ ନୃତ୍ୟ ଓ ସ୍ଥାନୀୟ କଳାକାରଙ୍କ ଶାନ୍ତାଳୀ ନୃତ୍ୟ ବେସ ଚିତାକର୍ଷକ ହୋଇଥିଲା ଓ ସମବେତ ଦର୍ଶକଙ୍କ ମନ ମୋହିଥିଲା!