ବେଲଗୁଣ୍ଠା ୦୮/୦୧ :ବ୍ରହ୍ମାକୁମାରୀସ୍ ଗୋବରା ଉପ ସେବାକେନ୍ଦ୍ର ତରଫରୁ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ସ୍ୱତନ୍ତ୍ର ଅତିଥି ରୂପେ ବୁଗୁଡ଼ା ପଞ୍ଚାୟତସମିତି ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଦବୋର୍ସିଙ୍ଗ ସରପଞ୍ଚ ଏସ.ରାମେଶ୍ୱର ପାତ୍ର ,ବିଶ୍ଵଭାରତୀ ଅଧକ୍ଷ କୁଞ୍ଜ ବିହାରୀ ନାୟକ,ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ଗାଙ୍ଗପୁର ଥାନା ସହ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଓ ସମାଜସେବୀ ଦ୍ୱିତୀକୃର୍ଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋବରା ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଯାଜ୍ଞସେନୀ ଭଉଣୀ ନୁତନ ବର୍ଷର ଅଭିନନ୍ଦନ ଜଣାଇ ସମସ୍ତଙ୍କ ଶ୍ରେଷ୍ଠ ଜୀବନ କାମନା କରିଥିଲେ। ସୁଦୂର ଗୁଜୁରାଟରୁ ଆସିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ରୀତା ଭଉଣୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ବ୍ୟସ୍ତମୟ ଜୀବନ ପାଇଁ ସହଜ ରାଜଯୋଗ ଶିକ୍ଷାର ଉପାଦେୟତା ସମ୍ଭନ୍ଧରେ ଆଲୋକ ପାତ କରିଥିଲେ। ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀ ନାୟକ ଅଞ୍ଚଳର ସମସ୍ତ ଆଧ୍ଯାତ୍ମିକ ପ୍ରେମୀ ଭାଇ ଭଉଣୀ ମାନଙ୍କୁ ଈଶ୍ୱରୀୟ ଜ୍ଞାନକୁ ଶ୍ରବଣ କରିବା ସହିତ ସହଜ ରାଜଯୋଗକୁ ଜୀବନରେ ଆପଣେଇବା ପାଇଁ ଆହ୍ଵାନ କରିଥିବା ବେଳେ ଅନ୍ୟତମ ସ୍ୱତନ୍ତ୍ର ଅତିଥି ବୁଗୁଡା ଅଧ୍ୟକ୍ଷା ଶ୍ରୀମତୀ ଆଚାରୀ ବ୍ରହ୍ମା କୁମାରୀସରେ ଦିଆଯାଉଥିବା କର୍ମର ଗହନ ଗତି ଜ୍ଞାନଙ୍କୁ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ଯଥା ନିକିତା, ପାୟଲ, ମୀନତି, ବିଜୟ ଲକ୍ଷ୍ମୀ, ଇପ୍ସିତ, ପୂଜା ସ୍ଵାଗତ ନୃତ୍ୟ ପରିବେଷଣ କରି ଥିବା ବେଳେ ବ୍ରହ୍ମା କୁମାରୀ ଭଉଣୀ ମାନେ ନୃତ୍ୟ ପରିବେଷଣ କରିବା ସହ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ମଞ୍ଚ ପରିଚାଳନା ରାଜଯୋଗୀ ବ୍ରହ୍ମା କୁମାର ବିକାଶ ଭାଇ କରିଥିବା ବେଳେ ବ୍ରହ୍ମା କୁମାର ଲକ୍ଷ୍ମଣ ଭାଇ, ବାବୁଲାଲ ଭାଇ, ଶିବରାମ ଭାଇ, ଦିବାକର ଭାଇ ସହଯୋଗ କରିଥିବା ବେଳେ ଶତାଧିକ ଆଧ୍ୟାତ୍ମିକ ଭାଇ ଭଉଣୀ ମାନେ ଉପସ୍ଥିତ ରହି ପରମାତ୍ମାଙ୍କ ର ଆଶିର୍ବାଦ ପ୍ରାପ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିକାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।