ଆଠଗଡ ତା ୧/୧/୨୩ ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ପୁରୁଣା ବର୍ଷ ୨୦୨୨ କୁ ବିଦାୟ ଦେବା ପରେ ଆଉ ନବ ବର୍ଷ ୨୦୨୩ ପାଳନ କରାଯାଇଥିଲା, ଆଠଗତ ସହରସ୍ଥିତ ମିହାବୀର ପ୍ଲାଜାରେ ଆଠଗଡ ସାମ୍ବାଦିକ ସଂଘର ସଭାପତି ଅର୍ଧେନ୍ଦୁ ମହାନ୍ତିଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଆଠଗଡ ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ବରିଷ୍ଠ ସାମ୍ବାଦିକ ସନାତନ ରାୟ, ଆଠଗଡ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ସର୍ବେଶ୍ୱର ପଣ୍ଡା, ପୂର୍ବତନ ଉପସଭାପତି ମନୋରଞ୍ଜନ ମହାପାତ୍ର, ତିଗିରିଆର ବରିଷ୍ଠ ସାମ୍ବାଦିକ ଗୌରଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ ଦିଗରେ ବିଭିନ୍ନ ଉପାଦେୟ କଥା ଉପସ୍ଥାପନ କରିଥିଲେ, ଆଠଗଡ ସାମ୍ବାଦିକ ସଂଘର ସମ୍ପାଦକ ବିଭୁତି ଭୂଷଣ ଖଟୁଆଙ୍କ ସଂଯୋଜନାରେ, ତିଗିରିଆ ସମ୍ବାଦ ସାମ୍ବାଦିକ ଚନ୍ଦ୍ରଶେଖର ମିଶ୍ର, ଅଜୟ କୁମାର ପଣ୍ଡା, ଆଠଗଡ ସାମ୍ବାଦିକ ସଂଘର ଉପସଭାପତି ବିଷ୍ଣୁ ପ୍ରସାଦ ଦାସ, ସାମ୍ବାଦିକ ପତିତ ପାବନ ରାଉତ, ସଞ୍ଜୟ କୁମାର ମହାନ୍ତି, ଦିଲ୍ଲୀପ କୁମାର ଦାସ, ଚନ୍ଦ୍ରକାନ୍ତ ମିଶ୍ର ,ଅଶୋକ ପ୍ରଧାନ, ବିରୁପାକ୍ଷ ପ୍ରଧାନ, ସ୍ୱରାଜ ପଣ୍ଡା, ବିଭୁପ୍ରସାଦ ଦାସ, ଝୁଲଣ ଭକ୍ତା ପ୍ରମୁଖ ଯୋଗ ଦେଇଥିଲେ, ଏହି ଅବସରେ ଆଠଗଡ ତିଗିରିଆରର ବହୁ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଆଠଗଡ ଉପଖଣ୍ଡ ଚିକିତ୍ସାଲୟର ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର , ଆଠଗଡ ଉପଖଣ୍ଡ ପୋଲିସ ଅଧିକ୍ଷକ ବିଜୟ କୁମାର ବିଶି, ଆଠଗଡ ଥାନା ଅଧିକାରୀ ବାମଦେବ ସ୍ବାଇଁ ଓ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ସବଇନିସପେକ୍ଟଟ ବିଶ୍ୱଜିତ ଜେନା ଓ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଠଗଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ, ନୂତନ ବର୍ଷର ଆନନ୍ଦ ଉଲ୍ଲାସ ପାଳନ କରିବା କେକ କାଟିବା , ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା, ଶେଷରେ ଯୁବ ସାମ୍ବାଦିକ ବିଶ୍ୱଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।