Odisha news

ସକାଳେ ଫୁଲତୋଡ଼ା , ମଧ୍ୟାହ୍ନ ରେ ଗୁଳି

0
ପାରାଦୀପ୍ – ନୂଆବର୍ଷ ରେ କିଏ କାହାକୁ କେତେ ପ୍ରକାର ଶୁଭେଚ୍ଛା ଜଣାଉଛନ୍ତି  | କିଏ ଫୋନ କଲ ତ କିଏ ମେସେଜ୍ , କିଏ ଫୁଲ ର ଗୁଲ୍ ଦସ୍ତା ତ କିଏ ମିଠା କିମ୍ବା ନୂଆ ନୂଆ ଗିଫ୍ଟ କୁ ଦେଇ  | କିନ୍ତୁ ଆଜି ପାରାଦୀପ୍ ତାରେଣୀ ଗଡ଼ା ର 479 ନମ୍ବର ପ୍ଳଟ ରେ ଏକ ଅଭିନବ ଘଟଣା ଘଟିଛି  | ବ୍ରିଜ ଆଣ୍ଡ ରୂପ କମ୍ପାନୀ ର ମ୍ୟାନେଜର୍ ଏ କେ ଗୋସ୍ୱାମୀ ଗେଷ୍ଟ ହାଉସ ରେ ରହୁଥିବା ବେଳେ ସକାଳ ସମୟରେ ଜଣେ ଯୁବକ ଆସି ସାର୍ ଙ୍କୁ ଫୁଲ ତୋଡ଼ା ଦେବାକୁ କହି ଚାଲିଗଲା ଓ ସେହି ଯୁବକ ମଧ୍ୟାହ୍ନ ରେ ଆଜି ଦୁଇ ରାଉଣ୍ଡ ଗୁଳି ଚାଳନା କଲା | ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେଇଛି  | ପାରାଦୀପ୍ ତାରେଣୀଗଡ଼ା ରେ ତାରେଣୀ ଗଡ଼ା ରେ ଆଜି ନୂଆବର୍ଷ ରେ ଅପରାଧି ମାନେ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡ଼ଛି | ବ୍ରିଜ ଆଣ୍ଡ ରୂପ କମ୍ପାନୀ ର ମ୍ୟାନେଜର୍ ଙ୍କୁ ଟାର୍ଗେଟ କରି ତାଙ୍କ ଗେଷ୍ଟ ହାଉସ ଘର ଉପରେ ଗୁଳି ମାଡ ହୋଇଛି | ଦାଦା ବଟି କୁ ନେଇ ଦୁର୍ବୁତ୍ତ ଏହି  ଗୁଳିମାଡ କରିଥିବା ସୂଚନା ମିଳିଛି  | ପାରାଦୀପ୍  ତୈଳ ବିଶୋଧନାଗାର ରେ କାର୍ଯ୍ୟରତ କମ୍ପାନୀ ବ୍ରିଜ ଆଣ୍ଡ ରୂପ  ର ମ୍ୟାନେଜର୍ ଏ କେ ଗୋସ୍ୱାମୀ ଓ ସମସ୍ତ କର୍ମଚାରୀ ମାନେ ଭୟଭୀତ ହୋଇ ପଡିଥିବା କୁହାଯାଉଛି | ତାରେଣୀଗଡ଼ା ର ଘଟଣା ସ୍ଥଳରେ ପୋଲିସ ଆସି ଛାନଭିନ ଆରମ୍ଭ କରିଛି | ନିଜେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠି ଓ ପାରାଦୀପ୍ ଆଦର୍ଶ ଥାନା ର ଥାନା ଅଧିକାରୀ ସବ୍ୟସାଚୀ ରାଉତ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ମଧ୍ଯ ଛାନଭିନ ହୋଇଛି  |
Leave A Reply