ଅସ୍ତରଂଗ,,2022କୁ ବିଦାୟ ଦେଇ, 2023କୁ ସ୍ୱାଗତ ଜଣାଇ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିରଜାହାନିଆଁ ବେଳା ଭୂମି । ନୂତନ ବର୍ଷ ଟି ସ୍ଵାମ୍ୱ ଦଶମୀ ତିଥି ଥିଲେ ମଧ୍ୟ ,ରାଜ୍ୟର କୋଣ ଅନୁ କୋଣରୁ ହଜାର ହଜାର ପର୍ଯ୍ୟଟକ ରୁଣ୍ଡ ହେଇଛନ୍ତି ,ବେଳା ଭୂମିର ଉପଭୋଗ ସହ, ବଣଭୋଜିର ମଜା ନେବା ପାଇଁ । ଖାଲି ସେତିକି ନୁହେଁ,ଅଲିଭ ରିଡ଼ଲେ କଇଁଚଙ୍କ ସମୁଦ୍ର ରେ ସଙ୍ଗମ, ଡଲଫିନ ଙ୍କ ସମୁଦ୍ର ତଟରେ ଜଳକ୍ରୀଡା ,ଆସୁଥିବା ପର୍ଯ୍ୟଟକ ମାନେ ଝାଉଁ ଓ ଉଇଙ୍କାଲି ପଟାସ ଜଙ୍ଗଲ ରେ ନିର୍ଭୟ ରେ ବିଚରଣ ସହ ଲୁଚକାଳି ଖେଳ ଆଦି ନେଇ ଏହି ବେଳାଭୂମି ପର୍ଯ୍ୟଟକ ଙ୍କ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ଥଏ। କାର୍ତ୍ତିକ ପୂର୍ଣ୍ଣମା କୁ ତିନି ଦିନ ବାଲି ଯାତ୍ରା ସହ ପ୍ରତିବର୍ଷ ଅକ୍ଟୋବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ମାନକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ସଦା ସର୍ବଦା ତପ୍ତର ଥିବା ବେଳେ,ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ଶାନ୍ତି ରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏକ ପ୍ଲାଟୁନ ଫୋର୍ସ ମଧ୍ୟ ନିୟୋଜିତ କରି ଅଛି ।
ଅଲିଭ ରିଡ଼ଲେ କଇଁଛ ଙ୍କର ଅଣ୍ଡା ସଂରକ୍ଷିତ ରଖିବା ପାଇଁ ବେଳାଭୂମିରେ ହୋଇଥିବା ହାଚେରି ସହ ବିଲୁପ୍ତ ଗୁଡକଙ୍କ ,ସମୁଦ୍ରର ଉତାଳ ତରଙ୍ଗ କୁ ଉପଭୋଗ କରିବା ପାଇଁ ତିଆରି ହୋଇଥିବା ଚେୟାର , ଜଙ୍ଗଲ ରେ ଥିବା ପିଣ୍ଡି ରେ ଟେଣ୍ଟ ମାରି ପାରିବାରିକ ବଣ ଭୋଜି ସହ ନୃତ୍ୟ ଓ ଗୀତର ଆସର୍ ,ହରିଣ, ମୃଗ ଆଦି ବିଭିନ୍ନ ଜଙ୍ଗଲ ଜନ୍ତୁ ଙ୍କ ବିଚରଣ ଆଦି ନେଇ , ବେଳାଭୂମି ଟି ପାର୍ଯ୍ୟଟକ ମାନଙ୍କୁ ବିଶେଷ କରି ଆକର୍ସିତ ମଧ୍ୟ କରି ଥଏ । ଏହି ବେଳାଭୂମି ରେ ସମୁଦ୍ର ସ୍ନାନ , ବଣଭୋଜି କରିବା ପାଇଁ ନିରାପଦ ଓ ବିସ୍ଥିର୍ଣ ପ୍ରାନ୍ତର ଥିବାରୁ ରାଜ୍ୟର ବହୁଦୂର ଦୁରାନ୍ତରୁ ସ୍କୁଲ ଓ କଲେଜ ପିଲା ମାନେ ବଣଭୋଜି କରିବା ପାଇଁ ମଧ୍ୟ ଆସି ଥାଆନ୍ତୀ ।ଚଳିତ ବର୍ଷ ପିର ପୀଠରେ ପଡ଼ିଥିବା ପିଲାଙ୍କ ଖେଳ ପାଇଁ ଉଦ୍ଦିଷ୍ଟ ତଥା ଲତାହରଣ ବସ୍ତି ରୁ ଆସିଥିବା ସେକ ମୁସ୍ତାକ ଙ୍କ ର , ମିକି ମାଉସ,ଜମ୍ପିଂ, କମ୍ପ୍ୟୁଟର କାର ଆଦି ଛୋଟ ଛୋଟ ପିଲା ମାନଙ୍କୁ ବିଶେଷ ଆକର୍ଷଣ କରିଅଛି । ଏହି ପୀଠରେ ରାତ୍ରୀ ଜାପାନ କରିବା ପାଇଁ କିଛି ସୁବିଧା ନ ଥିବାରୁ ରାଜ୍ୟ ସରକାର ଯାତ୍ରୀ ଙ୍କ ରହଣି ନିମନ୍ତେ ଯାତ୍ରୀ ବିଶ୍ରାମ ଗାର ପ୍ରତିଷ୍ଠା କରିବା ପାଇଁ ଦାବି ହେଉଛି ।