Odisha news

ମୋ ବସ ସେବା ରୁ ବାଲିପାଟଣା ବାସି ବଞ୍ଚିତ

0

ବାଲିପାଟଣା :୩୧/୧୨ :  ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଜୟଦେବ ନିର୍ବାଚନ ମଣ୍ଡଳୀର  ଏକ ବ୍ଲକ,ଏହି ବ୍ଲକ ସବୁ ସରକାରୀ ସହାୟତାରୁ ବଞ୍ଚିତ।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ମଧ୍ୟରୁ ‘ମୋ ବସ’ ସେବା ଅନ୍ୟତମ । କିନ୍ତୁ ପରିତାପର ବିଷୟ ଭୁବନେଶ୍ଵର ଉପକଣ୍ଠ ରେ ଅବସ୍ଥିତ ବାଲିପାଟଣା ଅଞ୍ଚଳ ର ଅଧିବାସୀ ମାନେ ଆଜି ପର୍ଯ୍ୟନ୍ତ ଏହି ସେବାରୁ ବଞ୍ଚିତ ଅଛନ୍ତି । ସୂଚନାଯୋଗ୍ୟ ବାଲିପାଟଣା ଓ ବନମାଳୀପୁର ଅଞ୍ଚଳ ରୁ ପ୍ରତିଦିନ ଅନେକ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱର ଓ ଅନ୍ୟାନ୍ୟ ଅଞ୍ଚଳ କୁ ଯାତାୟାତ କରିଥାନ୍ତି ।

ସରକାର ଙ୍କ ଏହି ଯୋଜନା ରେ ବାଳକାଟି ନିକଟସ୍ଥ ପଞ୍ଚାୟତ ରୋଡ଼ ନିକଟରେ ଥିବା ସାଇ ସବୁରି ହସ୍ପିଟାଲ ପର୍ଯ୍ୟନ୍ତ ମୋ ବସ ସେବା ଉପଲବ୍ଧ ହେଉଥିବା ବେଳେ ସେଠାରୁ ମାତ୍ର ୬ ରୁ ୭ କି.ମି ଦୂରରେ ବାଲିପାଟଣା ଏବଂ ପ୍ରାୟ ୧୦ କି.ମି ଦୂରରେ ଅବସ୍ଥିତ ବନମାଳୀପୁର ଅଞ୍ଚଳ ଆଜି ପର୍ଯ୍ୟନ୍ତ ଏହି ସେବା ରୁ ବାଦ୍ ପଡିଛି । କେବଳ ସେତିକି ନୁହେଁ ଏହି ବ୍ଲକ୍ ର ନରଦା ଏବଂ ବସନ୍ତମାଳ ଆଦି ଅଞ୍ଚଳ ରୁ ଦୈନିକ ଶହଶହ ଲୋକ ଏବେ ବି ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ନିର୍ଭରଶିଳ ଥିବା ବେଳେ ଏହି ସବୁ ଅଞ୍ଚଳ କୁ ମୋ ବସ ଚଳାଚଳ କଲେ ଅନେକ ଲୋକ ଉପକୃତ ହୋଇପାରନ୍ତେ ।

ନିକଟରେ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଜୟଦେବ ଙ୍କ ପୀଠ ଓ ଅଡସପୁର କଲେଜ ପର୍ଯ୍ୟନ୍ତ ମୋ ବସ ସେବା ଯୋଗାଇ ଦିଆଯାଇଥିବା ବେଳେ ବାଲିପାଟଣା ଓ ବନମାଳୀପୁର ଅଞ୍ଚଳ କୁ ଏହି ସୁବିଧାରେ ସାମିଲ୍ କରାଯାଇନାହିଁ । ସତେ ଯେପରି ବାଲିପାଟଣା ସରକାରଙ୍କର ସାବତ ପୁଅ। ଏଠିକାର ରାଜନୈତିକ ଲୋକେ ଗୋଟିଏ ବ୍ଲକକୁ ପ୍ରାଧାନ୍ୟ ଦେଉଥିବା ବେଳେ ବାଲିପାଟଣା ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଠି ରାଜ ନେତାମାନେ ଖାଲି ଗୃହ ଯୁଦ୍ଧରେ ବେସ୍ତ। ଏବେ ଅତିଷ୍ଟ ଅଞ୍ଚଳ ବାସି ରାଜ ନେତାଙ୍କ ଆଶା ଛାଡ଼ି ଦାବି ପୂରଣ ନ ହେଲେ ନିଜେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।ଏପରି ଅବସ୍ଥାରେ  ସରକାର ଏହିସବୁ ଅଞ୍ଚଳ କୁ ମୋ ବସ ସେବା ଯୋଗାଇ ଦେଲେ ବାଲିପାଟଣା ବ୍ଲକ୍ ର ସମସ୍ତ ଅଞ୍ଚଳର ଅଧିବାସୀ ମାନେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି

Leave A Reply