Odisha news

ନିସିଦ୍ଧାଞ୍ଚଳ ମଧ୍ୟରୁ ୨ଟ୍ରଲର ଜବତ:୧୩ମତ୍ସ୍ୟଜୀବୀ ଗିରଫ

0

ରାଜନଗର : ଅଲିଭରିଡ଼ଲେ କଇଁଛ ଙ୍କ ଅନ୍ତୁଡ଼ିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ର ନିସିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବରେ ମାଛ ମାରୁଥିବା ବେଳେ ବନବିଭାଗ ପାଟ୍ରୋଲିଂ ଟିମ ୨ଟି ଟ୍ରଲର କୁ ଜବତ କରିବା ସହ ଏଥିରେ ଥିବା୧୩ଜଣ ମତ୍ସ୍ୟଜୀବୀ ଙ୍କୁ ଗିରଫ କରିଛି।ଗହୀରମଥାର ଦକ୍ଷ ରେଞ୍ଜ ଅଫିସର ମାନସ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ ବିରଳ କଇଁଛ ଙ୍କ ପାଇଁ ପଇଁତରା ମାରୁଥିବା ସମୟରେ ନିସିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଯଶୋଦା ନନ୍ଦନ ଓ ନନ୍ଦ ନନ୍ଦନ -୧ ନାମକ ଦୁଇଟି ଟ୍ରଲର କୁ ଜବତ କରିବା ସହଏଥିରେ ଥିବା ଉଦୟଭାନୁ ମାଇତି, ଭାନୁ ମଣ୍ଡଳ, ରାମହରି ପ୍ରଧାନ, କାର୍ତ୍ତିକ ହାଜିରା, ସୁଶୀଳ ମଣ୍ଡଳ, ଗୁରୁପଦ ମାଇତି, ପ୍ରକାଶ ଚନ୍ଦ୍ର ମଣ୍ଡଳ ଅନୁକୂଳ ବେଜ, ମଦନମୋହନ ଦାସ, ବିଷ୍ଣୁପଦ ଜେନା, ଶଙ୍କର କୁମାର ପାଟଲା, ନିମାଇଁ କାମିଲା,ଶ୍ରୀକ୍ରିଷ୍ଣ ସାସମଲ ପ୍ରମୁଖ୧୩ଜଣ ମତ୍ସ୍ୟଜୀବୀ ଙ୍କୁ ଗିରଫ କରିଛନ୍ତି।ଜବତ ଟ୍ରଲର ରୁ ମିଶାମିଶି ସାମୁଦ୍ରିକ ମାଛ ଆନୁମାନିକ୪କୁଇଣ୍ଟାଲ, ଜିପି ଏସ୨ଗୋଟି, ଭି ଏଚ ଅଫ୨ଗୋଟି, ଫିସ ଫାଇଣ୍ଡର୨ଗୋଟି, ଟ୍ରଲିଂନେଟ୨୧ଗୋଟିଜବତ କରାଯାଇଛି।ଗିରଫ ମତ୍ସ୍ୟଜୀବୀ ଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନ୧୯୭୨ଧାରା୨୭,୨୯,୩୧ ଓ ୫୧ଆକ୍ଟ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave A Reply