Odisha news

ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ଚୋରି

0
ବୁଗୁଡ଼ା : ତା ୩୧/୧୨/୨୨ :  ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମର ହରିଜନସାହିରେ ଗତକାଲି ରାତିରେ ତ୍ରିନାଥ ନାଇକଙ୍କ ଘର ତାଲା ଭାଙ୍ଗି ନଗଦ ଦଶ ହଜାର ଟଙ୍କା ସହ ଲକ୍ଷlଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାଯାଇଛି l ପ୍ରକାଶ ଯେ, ତ୍ରିନାଥ ଘରେ ତାଲା ପକାଇ ନିଜ ପରିବାର ସହିତ ନୃସିଂହ ନାଥ ବୁଲିବାକୁ ଯାଇଥିଲେ । ଏହାର ସୁଯୋଗରେ କୌଣସି ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶି ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରି ଆଲମାରୀ ଭିତରୁ ଟଙ୍କା ସହିତ ସୁନାରୁପା ଚୋରି କରି ନେଇଯାଇଛି l ସକାଳୁ କିଛି ଗ୍ରାମବାସୀ ଘରର ତାଲା ଭଙ୍ଗା ହୋଇଥିବା ଦେଖି ତ୍ରିନାଥଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ପରିବାରର କେହିନଥିବାରୁ ପୋଲିସ ଘରଭିତରକୁ ନଯାଇ ବାହାରୁ ତଦନ୍ତ କରି ଫେରିଥିଲେ l  ତେବେ ତ୍ରିନାଥଙ୍କ ଅଭିଯୋଗ ପରେ ବୁଗୁଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି  ।
Leave A Reply