ନୂଆଦିଲ୍ଲୀ : ସବୁଠୁ ପୁରୁଣା କଇଁଛ ପାଳନ କଲା ନିଜର ୧୯୦ ତମ ଜନ୍ମଦିନ, ତାର ନାମ ହେଉଛି ଜୋନାଥନ l ତାର ବୈଜ୍ଞାନିକ ନାମ ହେଉଛି ଅଲ୍ଡ଼ାବ୍ରାସେଲସ ଜିଙ୍ଗଟା ହୋଲୋଲିସା l ଏହି କଇଁଛଟି ଆମେରିକାରେ ୩୯ ଟି ରାଷ୍ଟ୍ରପତି ବଦଳିବାର ଦେଖି ସାରିଲାଣି l ଏବଂ କୁଇନ ଭିକ୍ଟୋରିଆ ଙ୍କ ଶାସନ ସମ୍ଭାଳିବା ପୂର୍ବରୁ ଏହାର ଜନ୍ମ l ଗୋଟିଏ ସୂଚନା ଅନୁସାରେ କୁହାଯାଇଛି ଯେ କଇଁଛ ମାନେ ୨୦୦ ରୁ ୨୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ଥାଆନ୍ତି l ସେମାନେ ଏହି ପୃଥ୍ୱୀ ପୃଷ୍ଠର ସବୁଠୁ ଦୀର୍ଘାୟୁ ଜୀବ ଭାବରେ ପରିଚିତ l ବର୍ତମାନ ସୁଧା ଦୀର୍ଘ ଜୀବନ ଧାରୀ କଇଁଚ ୨୫୬ ବର୍ଷ ପର୍ଯ୍ୟନ୍ତ ବଂଚି ରହିଥିଲା l ଏହା ଆଲଡାବରା ପ୍ରଜାତିର l ଏମାନଙ୍କ ଆକାର ଖୁବ ବଡ ଅଟେ l ଅନେକ ସମୟ ପୂର୍ବରୁ ଏହି ପ୍ରଜାତିର କଇଁଛଙ୍କ ଉପରେ ଗବେଷଣା କରାଯାଇ ଥିଲା l ଯାହାପରେ କଇଁଛ ମାନଙ୍କର ଦୀର୍ଘାୟୁ ହେବାର କଥା ସାମ୍ନାକୁ ଆସିଥିଲା l
କଇଁଛ ମାନଙ୍କ ଶରୀର ଉପରେ ଗୋଟିଏ କଠୋର ଖୋଳ କବଚ ଭଳି ରହିଥାଏ , ଯାହା ତାଙ୍କ ଅଙ୍ଗକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିଥାଏ l କଇଁଛ ମାନଙ୍କ ମଧ୍ୟରେ ଏଭଳି ଜିନ୍ସ ଭାରୀଏଣ୍ଟ ରହିଥାଏ , ଯାହାକି ତାଙ୍କ ସେଲ୍ ଭିତର DNA କୁ ଠିକ କରିବାରେ ଲାଗି ଥାଆନ୍ତି l ଏହି କାରଣରୁ କଇଁଛ ମାନଙ୍କୁ କୌଣସି ରୋଗ ସହଜରେ ଆକ୍ରମଣ କରି ନଥାଏ l ଆହୁରି ମଧ୍ୟ ସେଲ ର ସମୟ ସୀମା ମଧ୍ୟ ବୃଦ୍ଧି ହୋଇଥାଏ l ବିଶ୍ୱରେ କଇଁଛ ମାନଙ୍କର ବିଭିନ୍ନ ପ୍ରଜାତି ମିଳି ଥାଆନ୍ତି , ଯିଏକି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ଥାଆନ୍ତି l