ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ଗ୍ରୀନ ଡେଥ ବିଷୟରେ କୁହାଯାଉଛି, ଏଥିରେ ମୃତକର ଶରୀରକୁ ନା ପୋତା ଯିବ, ନା ପୋଡା ଯିବ, ବରଂ ଗୋଟିଏ ଷ୍ଟିକ ଡବା ରେ ରଖି ଖତ କରିଦିଆଯିବ l ଗ୍ରୀନ ଡେଥ ପକ୍ଷରେ ଦଲିଲ ରଖ ଯାଇଛି ଏହାଦ୍ୱାରା ପର୍ଯାବରଣ ସୁରକ୍ଷିତ ରହିବ ଏବଂ ଅନ୍ତିମ ସଂସ୍କାର ପାଇଁ ଭୂମି ର ଅସୁବିଧା ଦୂର ହୋଇଯିବ l ଏଠାରେ କହି ରଖୁଛୁ ଯେ ସାରା ଦୁନିଆରେ ସ୍ମଶାନ ବା କବରୀସ୍ତାନ ପାଇଁ ଜାଗା କମିବାରେ ଲାଗିଛି l ଏପରିକି ଅନେକ ସ୍ଥାନରେ କବର ଗୁଡିକୁ କିଛି ବର୍ଷ ମଧ୍ୟରେ ହଟାଇ ଦିଆଯାଉଛି l ଏହାପରେ ଉକ୍ତ ସ୍ଥାନରେ ନୂଆ କବର ରଖ ଯାଉଛି l
ହଙ୍ଗକାଙ୍ଗ ଏହି ତାଲିକାରେ ସବୁଠୁ ଉର୍ଦ୍ଧରେ –
୧୭ ଦଶକ ରୁ ସେଠାରେ ଜମି ଜାଗାର ମୁଖ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା l ବାସ ସ୍ଥାନ ପାଇଁ ଜାଗା ନିଅଣ୍ଟିଆ ହେବାରୁ ଅନେକ ଗୁଡିଏ ଉପାୟ ଆପଣା ଯାଇଥିଲା l ଯେଉଁଥିରେ ଗୋଟିଏ ନିୟମ ଏହା ଥିଲା ଦେଶରେ ନୂଆ କବ୍ରିସ୍ଥାନ୍ ତିଆରି ହେବ ନାହିଁ l ଏହାପରେ ସରକାର ନିଷ୍ପତି ନେଲେ ଯେ ପାଞ୍ଚବର୍ଷ ପରେ ପୋତା ଯାଇଥିବା ଶବକୁ ବାହାରକରି ପୋଡି ଦିଆଯିବ l ସେଠାରେ ସେହି ଖାଲିସ୍ଥାନ ଦ୍ଵିତୀୟ ଥର ବ୍ୟବହାର କରାଯାଇ ପାଇବ l
ଏହାପରେ ଜାରି ହେଲା ଏହି ଆଦେଶ –
ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା କରିବାକୁ ଇଛା କରୁ ନଥିଲେ l ସେମାନଙ୍କର ଭୟ ରହିଥିଲା ଯେ ମୃତକ ବ୍ୟକ୍ତିଙ୍କ ସମାଧୀରେ କୌଣସି ପ୍ରକାରର ଖରାପ କାର୍ଯ୍ୟ କରିବା ଉଚିତ ନୁହେଁ l ୨୦୧୫ ରେ ଡ଼ାଇରେକ୍ଟର ଅଫ ଫୁଡ ଏଣ୍ଡ ଏନଭାଇରମେଣ୍ଟାଲ ହାଇଜିନ କହିଥିଲେ ଯେ ଦେଶର ଯେତେଗୁଡ଼ିଏ କବ୍ରିସ୍ଥାନ୍ ରେ ୨୦୧୫ ରୁ ଯେତେଗୁଡ଼ିଏ ଶବ ପୋତା ଯାଇଛି , ସେ ସମସ୍ତକୁ କାଢି ଜଳାଇ ଦିଆଯିବ ଉଚିତ l
ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଭାରତୀୟ ହିନ୍ଦୁ ପରମ୍ପରା କୁ ଆପଣାଇବା ଉଚିତ ବୋଲି କୁହାଯାଉଛି, ଯେପରିକି ଶବ ଦାହ ପରେ ଅସ୍ଥିକୁ ଗୋଟିଏ କଳସ ରେ ପୁରାଇ ପରିବାର ସଦସ୍ୟଙ୍କୁ ଦିଆଯାଇ ଥାଏ l ନଚେତ ଇଲେକ୍ଟ୍ରିକ ଚୁଲା ପଦ୍ଧତିରେ ପରିଜଣଙ୍କ ପାଉଁଶ କୁ ଆପଣ ନେଇ କବର ଦେଇ ପାରିବେ l ଏହି ପାଉଁଶକୁ ଗୋଟିଏ A4 ସାଇଜ ଡବା ରେ ପୁରାଇ କୌଣସି ସ୍ଥାନରେ ପୋତି ଦିଆଯାଇ ପାରିବ l
ସର୍ବ ପ୍ରଥମେ କାନାଡ଼ା ର ୟର୍କ ବିଶ୍ୱବିଦ୍ୟାଳୟ ର ଗୋଟିଏ ଗବେଷକ ଦଳ ପାଖାପାଖି ୧୦ ବର୍ଷ ପୂର୍ବରୁ କବ୍ରିସ୍ଥାନ୍ ପାଇଁ ଜାଗା ନମିଳିବା କାରଣରୁ ଏହା ଉପସ୍ଥାପନ କରିଥିଲେ l ଏହାପରେ ସ୍ଥାନୀୟ ଅଧିକାରୀ ଏହାକୁ ଗମ୍ଭୀର ଭାବରେ ଚିନ୍ତା କରିଥିଲେ l କାନାଡ଼ା ପରେ ଜର୍ମାନୀ ରେ ମଧ୍ୟ ଏହି ଉପାୟ ଅବଲମ୍ବନ କରାଗଲା l
ଅନେକ ଗୁଡିଏ ଦେଶରେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ ତିଆରି କରାଯାଉଛି , ଯେଉଁଠାରେ କବର ଗୁଡିକୁ ସ୍ଥାନାନ୍ତର କରିବା ପାପ ବୋଲି କୁହାଯାଏ, ସେହି ଦେଶ ମାନଙ୍କୁ ମଧ୍ୟରୁ ଇସ୍ରାଏଲ ଗୋଟିଏ l ଇସ୍ରାଏଲ ରେ ୨୦୧୯ ରେ ଅଂଡାଗ୍ରାଉଣ୍ଡ ସୁଡ଼ଙ୍କ ତିଆରି କରାଯାଇ ଥିଲା l ଏହି ସୁଡ଼ଙ୍ଗ ପାହାଡ଼ ତଳେ ତିଆରି ହୋଇଥିଲା, କାହିଁକି ନା ଜନସାଧାରଣ ଯେପରି ଅସୁବିଧାରେ ନପଡନ୍ତି l ଏହାକୁ ନେଇ ଇସ୍ରାଏଲ ଦାବି କରିଥିଲା ଯେ ଦୁନିଆର ଏହା ପ୍ରଥମ ଅଣ୍ଡରଗ୍ରାଉଣ୍ଡ କବ୍ରିସ୍ଥାନ୍ ଅଟେ, ଯେଉଁଠି ୨୫ ହଜାର କବର ରଖାଯାଇ ପାରିବ l ବର୍ତମାନ ସୁଦ୍ଧା ୫ଟି ଦେଶ ଏହାକୁ ଲେଈ ବିଭିନ୍ନ ଲ ତିଆରି କରି ସାରିଲେଣି l
