Odisha news

ଗବେଷଣାରୁ ଖୁଲାସା : ଦୁନିଆର ସବୁଠୁ କ୍ରୋଧୀ ଭାରତୀୟ ମହିଳା ହୋଇ ଥାଆନ୍ତି, କଣ ରହିଛି ଏହା ପଛର ପ୍ରକୃତ କାରଣ

0

ଗତ ୧୦ ବର୍ଷ ମଧ୍ୟରେ ଦୁନିଆ ଅନେକ ମାତ୍ରାରେ ବଦଳି ଯାଇଛି l  ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ ମାନସିକ ଚାପ , କ୍ରୋଧ ଓ ଚିନ୍ତାର ସ୍ତର ର ଖୁବ ଅଧିକ ବଢି ଯାଇଛି l  ବର୍ତମାନ ଲୋକେ ପୂର୍ବ ଅପେକ୍ଷା ଅଧିକ ଦୁଖୀ ରହିବାକୁ ଲାଗୁଛନ୍ତି l କିନ୍ତୁ ଏହା ବିଶେଷ ଭାବରେ ମହିଳା ମାନଙ୍କ ନିକଟରେ ଅଧିକ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି l

ଗତ ୧୦ ବର୍ଷ ହେଲାଣି ଲୋକ ମାନଙ୍କ ନିକଟରେ ମାନସିକ ସ୍ଥିତିରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି l ସେହିଭଳି ବ୍ୟକ୍ତିଙ୍କ ଭାବନାକୁ ବୁଝିବା ପାଇଁ ଗେଲପ ୱାର୍ଲଡ ପୋଲ ୨୦୧୨ ରୁ ୨୦୨୧ ମଧ୍ୟରେ ୧୫୦ ଦେଶ ଙ୍କ ୧୨ ଲକ୍ଷ ଲୋକଙ୍କୁ ନେଇ ହୋଇଥିବା ସର୍ଭେ ରୁ କିଛିଟା ତଥ୍ୟ ସାମ୍ନାକୁ ଆସିଛି l  ୧୦ ପୂର୍ବରୁ ମହିଳା-ପୁରୁଷ ମାନଙ୍କ ମଧ୍ୟରେ ଉତେଜନା ସ୍ତର ସମାନ ଥିଲା l  କିନ୍ତୁ ଏହି ଗବେଷଣାରୁ ଜଣା ପଡିଛି ଯେ ଏହା ବର୍ତମାନ ମହିଳା ମାନଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି l  ବର୍ତମାନ ମହିଳାମାନେ ଅଧିକ ଆକ୍ରୋଶ ସ୍ୱଭାବର ହେଉଛନ୍ତି l

– ମହିଳା ମାନଙ୍କ ନିକଟରେ ଆକ୍ରୋଶ ର ସ୍ତର ୬ ପ୍ରତିଶତ ଅଧିକ ବୃଦ୍ଧି ପାଇଛି l  ଏହି ଗବେଷଣାରେ କୁହାଯାଇଥିଲା ଯେ ପାକିସ୍ତାନ ଓ ଭାରତୀୟ ମହିଳାଙ୍କ ଉତେଜନା ଓ କ୍ରୋଧ ର ସ୍ତର ସାରା ବିଶ୍ୱ ଠାରୁ ଦୁଇ ଗୁଣ ଅଧିକ ଅଟେ , ଅର୍ଥାତ ୧୨ ପ୍ରତିଶତ ଅଧିକ l ଭାରତରେ ଯେଉଁଠି ପୁରୁଷ ମାନଙ୍କ କ୍ରୋଧର ସ୍ତର ୨୭.୮ ପ୍ରତିଶତ ଅଟେ, ସେଠାରେ ମହିଳା ମାନଙ୍କ କ୍ରୋଧର ସ୍ତର ୪୦.୬ ପ୍ରତିଶତ ରହିଥାଏ l

– ମନୋବିଜ୍ଞାନୀଙ୍କ ମତରେ ୟୁରୋପ ଓ ଆମେରିକା ପ୍ରଭୃତି ଦେଶର ମହିଳା ମାନେ ଅଧିକ ଆତ୍ମନିର୍ଭରଶୀଳ ଅଟନ୍ତି l  ତେଣୁ ସେମାନେ ନିଜକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଯୁକ୍ତି କରି ବ୍ୟସ୍ତ ରହୁଛନ୍ତି l ତେଣୁ ସେମାନଙ୍କ ନିକଟରେ ଏଭଳି ମାନସିକ ଚାପ ଓ କ୍ରୋଧ ଖୁବ କମ ଦେଖିବାକୁ ପ୍ରାୟ ମିଳିନଥାଏ l କିନ୍ତୁ ଭାରତୀୟ ମହିଳା ମାନଙ୍କ ନିକଟରେ ଏଭଳି ଦେଖିବାକୁ ମିଳି ନଥାଏ l ଯାହାଦ୍ୱାରା ସେମାନେ ଆତ୍ମନିର୍ଭସିଳ ନହୋଇ ଘେରର ଓ ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ଉତେଜନା ଦ୍ୱାରା ପ୍ରଭାବିତ ହୋଇ ଥାଆନ୍ତି l

– ଭାରତୀୟ ପରିବାରରେ ଅସନ୍ତୁଳନ ରୀତିନୀତି ମଧ୍ୟ ଏହି କ୍ରୋଧ ଓ ଉତେଜନା ର କାରଣ ଅଟେ l କାହିଁକି ନା ଅନେକ ଭାରତୀୟ ପରିବାରରେ ପରିବାର ବାଦ ଓ ରହଣି ସହଣୀ ଅଧିକ ମହିଳା ମାନଙ୍କ ଉପରେ ଚାପ ପକାଇଥାଏ l  ଯାହା ତାଙ୍କୁ ଉତେଜନା ଆଡକୁ ଟାଣି ନେଇଥାଏ l

– ଆଜିକାଲି ଅନେକ ମହିଳା ନିଜର ଆବଶ୍ୟକତା ଓ ବିତିୟ ନିଷ୍ପତି ନିଜେ ନେଉଛନ୍ତି l କିନ୍ତୁ ଏଭଳି କିଛି ମହିଳା ମଧ୍ୟ ଅଛନ୍ତି ଯେଉଁମାନେ କି ନିଜର ଛୋଟ ଛୋଟ ଆବଶ୍ୟକତା କୁ ପୁରା କରିବା ପାଇଁ ଅନ୍ୟ ନିକଟରେ ହାତ ପାତ୍ତାଇଥାଏ l ଯାହା ତାର କ୍ରୋଧ ର କାରଣ ହୋଇଥାଏ l

– ଭାରତୀୟ ମହିଳାମାନେ ଯେତେବେଳେ ନୂଆ ନୂଆ ବିବାହ କରି ଥାଆନ୍ତି ସେତେବେଳେ ସେମାନେ ନିଜକୁ ଗୋଟିଏ ସୀମିତ ସୀମା ଭିତରେ ରଖିବାକୁ ପସନ୍ଦ କରନ୍ତି , କାହିଁକି ନା ସେମାନଙ୍କ ଧାରଣା ରହିଥାଏ ସେମାନେ ନିଜକୁ ଦୁନିଆ ନିକଟରେ ଗୋଟିଏ ସଠିକ ମଣିଷ  ଭାବରେ ନିଜକୁ ପ୍ରତିପାଦନ କରି ପାରିବେ l ଯେଉଁଥିରେ ସେମାନଙ୍କର ଅନେକ ଗୁଡିଏ ଇଛା ଶକ୍ତି ବଳି ପଡ଼ିଯାଏ ଓ ସେମାନେ ଉତେଜନା ଏବଂ କ୍ରୋଧର ବଶବର୍ତ୍ତୀ ହୋଇ ଥାଆନ୍ତି l

Leave A Reply