ବର୍ତମାନ ଧୀରେ ଧୀରେ ଶୀତର ପ୍ରକୋପ ବଢି ବଢି ଚାଲିଛି l ଲୋକେ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି l ନଡ଼ିଆ ତେଲ ଓ କର୍ପୁର ରେ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ସେପ୍ଟିକ ଓ ଆଣ୍ଟି ଫାଙ୍ଗଲ ଗୁଣ ରହିଛି l ନଡ଼ିଆ ତେଲ ରେ କର୍ପୁର ମିଶାଇ ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ l
* ଶୀତ ଋତୁରେ ମୁଣ୍ଡରେ ରୁପି ସମସ୍ୟା ଅଧିକ ଦେଖିବାକୁ ମିଳଥାଏ l ଏହା ଗୋଟିଏ ସାଧାରଣ ସମସ୍ୟା ଅଟେ l ଆଣ୍ଟି – ମାଇକ୍ରୋବିୟଲ ଗୁଣ ଯୁକ୍ତ ନଡ଼ିଆ ତେଲ ଓ କର୍ପୁର ଦ୍ୱାରା ରୁପି ସମସ୍ୟା ଠିକ ହୋଇଥାଏ l ଏହାକୁ ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚୁଟି ରେ ମାଲିସ କରି ଅଧଘଣ୍ଟା ପରେ କେଶକୁ ସଫା କରି ଉଷୁମ ପାଣିରେ ଧୋଇ ନେବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ l
* ଶୀତଋତୁ ରେ ଦେହ ହାତ କୁଣ୍ଡେଇ ହେବ ଗୋଟିଏ ବଡ ସମସ୍ୟା l କାହିଁକି ନା ଶୀତ ଦିନରେ ଆମର ଶରୀରର ମଇଶ୍ଚର ସୁଖୀ ତ୍ୱଚା ଶୁଷ୍କ ହୋଇ ଯାଇଥାଏ l ଯେଉଁ କାରଣରୁ କୁଣ୍ଡେଇ ହେବା ସମସ୍ୟା ଉପୁଜି ଥାଏ l ତେଣୁ ନଡ଼ିଆ ତେଲ ରେ ଆଣ୍ଟି ଫାଙ୍ଗଲ ଗୁଣ ରହିଥିବା କାରଣରୁ ତାହାକୁ ଉଷୁମ କରି ସେଥିରେ କର୍ପୁର ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ l
* ଶୀତ ଦିନରେ ତ୍ୱଚା ଶୁଷ୍କ ହୋଇ ମୁହଁ ରେ ଅନେକ ପ୍ରକାର ଦାନା ବାହାରିଥାଏ l ଯାହାକି କୁଣ୍ଡାଇ ହେବା ସହିତ ବ୍ରଣ ଆକାରର ବଡ ବଡ ହୋଇଯାଏ l ତେଣୁ ଏଭଳି ସମସ୍ୟା ଦେଖାଗଲେ କର୍ପୁର ଓ ନଡ଼ିଆ ତେଲ ର ସମିଶ୍ରଣ କୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ସମସ୍ୟା ଠିକ ହୋଇଥାଏ l
* ଶୀତ ଦିନରେ କେଶ ସମସ୍ୟା ମଧ୍ୟ ଗୋଟିଏ ସାଧାରଣ ସମସ୍ୟା l ବିଶେଷ ଭାବରେ ଏହି ଋତୁରେ କେଶ ଅଧିକ ଝଡ଼ିବା ଆମେ ଦେଖିଥାଉ l ତେଣୁ ଏପରି ସ୍ଥିତିରେ ନଡ଼ିଆ ତେଲ କୁ ଉଷୁମ କରି ସେଥିରେ କର୍ପୁର ଗୁଣ୍ଡକୁ ମିଶାଇ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ l
* ନଡ଼ିଆ ତେଲ ରେ ଆଣ୍ଟି ଫଙ୍ଗlଲ ଗୁଣ ରହିଥାଏ , ଯାହାଦ୍ୱାରା ଶରୀର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ଠିକ ହୋଇଥାଏ l ତେଣୁ ଶୀତ ଋତୁରେ ଆପଣ ଯଦି ନଖ ସମ୍ବନ୍ଧୀୟ କୌଣସି ଇନଫେକ୍ସନ ଦ୍ୱାରା ପ୍ରଭାବିତ ହେଉଛନ୍ତି ତେବେ କର୍ପୁର ଓ ନଡ଼ିଆ ତେଲ କୁ ମିଶାଇ ନଖ ରେ ଲଗାନ୍ତୁ l ଏହି ସମସ୍ତ ଠିକ ହେବ l
