ଶୁକ୍ରବାର ଦିନ ଡିସେମ୍ବର ୯ ତାରିଖ ଠାରୁ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୌଷ ମାସ ଆରମ୍ଭ ହେଉଛି l ପୌଷ ମାସରେ ସୂର୍ଯ୍ୟ ପୂଜାର ବିଶେଷ ମହତ୍ୱ ରହିଥାଏ l ପୌଷ ମାସରେ ଗଙ୍ଗା ଯମୁନା, ଅଲକାନନ୍ଦ, ଶିପ୍ରା, ନର୍ମଦା, ସରସ୍ବତୀ ଭଳି ନଦୀ ଗୁଡିକରେ ସଙ୍ଗମ ରେ ସ୍ନାନ କରିବାର ପରମ୍ପରା ରହିଛି l ଏହି ମାସରେ ତୀର୍ଥ ଦର୍ଶନ କରିବାର ପରମ୍ପରା ରହିଛି l
ହିନ୍ଦୁ ଧର୍ମରେ କିଛିଟା ମାସକୁ ଶ୍ରେଷ୍ଠ ମାସ ଭାବରେ ଗଣନା କରାଯାଇ ଥାଏ l ଯେପରିକି କାର୍ତିକ ମାସରେ ଭଗବାନ ବିଷ୍ଣୁ ଙ୍କୁ ବିଶେଷ ପୂଜାର୍ଚନା କରାଯାଏ, ମାର୍ଗଶିର ମାସରେ ମା ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟ ଓ ଧନ ପ୍ରାପ୍ତି ପାଇଁ ପୂଜା କରାଯାଏ, ସେହିଭଳି ପୌଷ ମାସରେ ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା କରାଯାଇ ଥାଏ l
– ଏହି ମାସରେ ସୂର୍ଯ୍ୟଦେବଙ୍କୁ ଦୁଗ୍ଧରେ ଅର୍ଘ୍ୟ ଦେବା ଦ୍ୱାରା ଜୀବନ ରୁ ସମସ୍ତ କ୍ଳେଶ ଦୂର ହୋଇଥାଏ l
– ଉଜ୍ଜୟିନୀ ର ଜ୍ୟୋତିଷଚାର୍ଯ୍ୟ ମାନଙ୍କ ମତରେ ପୌଷ ମାସରେ ପ୍ରତିଦିନ ସକାଳୁ ଉଠି ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଉଚିତ l ଏହି ମାସରେ ଗଙ୍ଗା ସ୍ନାନ ର ବିଶେଷ ମହତ୍ୱ ରହିଛି l ତେଣୁ ଆପଣ ନିୟମିତ ଗାଧୁଆ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ l ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l
– ପ୍ରତିଦିନ ସକାଳୁ ସ୍ନାନ ପରେ ନିଜ ଅଗଣାର ଗୋଟିଏ ଏପରି ଜାଗା ବାଛନ୍ତୁ, ଯେଉଁଠାରୁ ଆପଣ ସୂର୍ଯ୍ୟଦେବ ଙ୍କୁ ଦର୍ଶନ କରି ପାରୁଥିବେ l ଏହାପରେ ଗୋଟିଏ ତମ୍ବା ପାତ୍ରରେ ସିନ୍ଦୁର, ଚନ୍ଦନ , ଚାଉଳ ଓ ଫୁଲ ରଖି ଜଳ ଭରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପିତ କରନ୍ତୁ l
– ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ‘ ଓଂ ସୂର୍ଯ୍ୟାୟ ନମଃ, ଓଂ ଖଗୟ ନମଃ, ଓଂ ଭାସ୍କରାୟ ନମଃ ଆଦି ଜପ କରନ୍ତୁ l ଏହାଦ୍ୱାରା ଆପଣ ରୋଗ, ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଠାରୁ ଦୁରେଇ ରହିବେ l
– ପୌଷ ମାସରେ ସୂର୍ଯ୍ୟ ଦେବ ଙ୍କୁ ଅର୍ଘ୍ୟ ଦେବାର ବିଶେଷ ମହତ୍ୱ ଟି ହେଲା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l କାହିଁକି ସୂର୍ଯ୍ୟଦେବ ସମସ୍ତ ଗ୍ରହ ମାନଙ୍କର ରାଜା ଅଟନ୍ତି ଓ ପଞ୍ଚଦେବ ରେ ଅନ୍ତର୍ଭୁକ୍ତ ଅଟନ୍ତି l
– ଯେ କୌଣସି ପୂଜାରେ ପଞ୍ଚଦେବ ଙ୍କୁ ବିଶେଷ ପୂଜା କରାଯାଏ ଜାତକରେ ଗ୍ରହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଯଦି ଜାତକରେ ସୂର୍ଯ୍ୟଦେବ ଙ୍କ ସ୍ଥିତି ଠିକ ନଥାଏ ତେବେ ଘର ପରିବାର ଉପରେ ଅନେକ ଅସୁବିଧା ଦେଖା ଦେଇଥାଏ l
– ସୂର୍ଯ୍ୟ ଦେବଙ୍କ କୃପା ଦୃଷ୍ଟି ଯେଉଁ ପରିବାର ଉପରେ ରହିଥାଏ ସେହି ପରିବାରର ସମସ୍ତ ସଙ୍କଟ ଦୂର ହୋଇଥାଏ l ପୌଷ ମାସରେ ସୂର୍ଯ୍ୟ ପୂଜାର ବିଶେଷ ମହତ୍ୱ ରହିଥିବା କାରଣରୁ ଏହି ମାସରେ ସୂର୍ଯ୍ୟପୂଜା କରିବାର ବିଶେଷ ମହତ୍ୱ ରହିଥାଏ l
– ଏହି ମାସରେ ସୂର୍ଯ୍ୟ ପୂଜନ କରିବା ଦ୍ୱାରା ବୈବାହିକ ଜୀବନ ରେ ସୁଖ ସମୃଦ୍ଧି ଆଣିଥାଏ , ମାନସମ୍ମାନ ପ୍ରାପ୍ତି ହୋଇଥାଏ, ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l
– ପୁରାଣ ର ରଚନା ଅନୁସାରେ ବ୍ରାହ୍ମା ପର୍ବ ରେ ଶ୍ରୀକୃଷ୍ଣ ନିଜର ପୁତ୍ର ସାମ୍ବ ଙ୍କ ସୂର୍ଯ୍ୟଦେବ ପୂଜା ର ମହତ୍ୱ ରହିଥାଏ ବୋଲି କୁହାଯାଇଛି l ସୂର୍ଯ୍ୟଦେବ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା ଅଟନ୍ତି ଯିଏ କି ଆମକୁ ପ୍ରତ୍ୟକ୍ଷ ଭାବରେ ଦେଖା ଦେଇ ଥାଆନ୍ତି l ତେଣୁ ଯେଉଁ ବ୍ୟକ୍ତି ଶ୍ରଧା ଓ ଭକ୍ତିରେ ପୂଜା କରି ଥାଆନ୍ତି ତାଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ l
