Odisha news

ବସନ୍ତ ଙ୍କୁ ଟକ୍କର ଦେଲା ବିଧାୟକ ଙ୍କ ଗୋଷ୍ଠୀ , ଦିନ ତମାମ ଧାରଣା

0
ପାରାଦୀପ୍ – ପାରାଦୀପ୍ ସଣ୍ଡକୁଦ ରେ ନିର୍ମାଣାଧୀନ ଏନଆରଏଲ୍ କମ୍ପାନୀ ପାଇଁ ଏବେ ପ୍ରତିଦିନ ଧାରଣା ଶୋଭାଯାତ୍ରା ଆଉ ବିକ୍ଷୋଭ ପ୍ରଦର୍ଶନ ଚାଲିଛି  | ଗତ କାଲି ସଣ୍ଡକୁଦ ଗ୍ରାମ୍ୟ କମିଟି ବ୍ୟାନର ରେ ପୌରାଧ୍ୟକ୍ଷ, ପୌରାଧ୍ୟକ୍ଷା ଓ କେତେକ କାଉନ୍ସିଲର ମାନେ ଶୋଭାଯାତ୍ରା ଓ ସାଧାରଣ ସଭା କରିଥିବା ବେଳେ ଆଜି ଠିକ୍ ଦିନକ ପରେ ସଣ୍ଡକୁଦ ନାଗରିକ ବିକାଶ ପରିଷଦ ବ୍ୟାନର ରେ ବିଧାୟକ ଙ୍କ ଗୋଷ୍ଠୀ କୁହାଯାଉଥିବା ଲୋକ ମାନେ କମ୍ପାନୀ ର ଦୁଇ ପ୍ରବେଶ ପଥ ରେ ଦିନ ତମାମ ଧାରଣା ରେ ବସି କମ୍ପାନୀ ର ପ୍ରବେଶ ପଥ କୁ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା  |
ଏଥିରେ ବିଜେଡ଼ି ର ଆଗ ଧାଡିର ନେତା , ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର ଙ୍କ ସମେତ ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ  | ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ବିଜେଡି ର ହୋଇଥିବା ବେଳେ ତାଙ୍କୁ ପରୋକ୍ଷ ଭାବେ ବିରୋଧ କରି ଆଜି ବିଧାୟକ ଙ୍କ ଗୋଷ୍ଠୀ ଧାରଣା ଦେବା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି  | ଗତ 15 ଦିନ ହେବ ଏଭଳି ଲଢେଇ ଚାଲିଥିବା ବେଳେ ସଣ୍ଡକୁଦ ବସ୍ତି ର ଡ୍ରେନ୍ ସମସ୍ୟା , ଶିକ୍ଷା , ସ୍ୱାସ୍ଥ୍ୟ , ସ୍ତାନୀୟ ନିଯୁକ୍ତି ଓ ପ୍ରଦୂଷଣ ମୁଖ୍ୟ ଦାବି ରଖି ଅଲଗା ଅଲଗା ବିଜେଡି ର ଦୁଇ ଗୋଷ୍ଠୀ କମ୍ପାନୀ ଗେଟ ଆଗରେ ବଳ କଷାକଷି ହେବା ଏଠାରେ ବିଜେଡି ର ଅନ୍ତଦ୍ୱନ୍ଦ କୁ ପଦାରେ ପକାଇଛି ବୋଲି ଆଲୋଚନା ହେଉଛି  | ସଣ୍ଡକୁଦ ର 3 କାଉନ୍ସିଲର ମାନେ ବସନ୍ତ ଙ୍କ ସହ ରହି ରାଜରାସ୍ତା କୁ ଓହ୍ଲାଇ ଥିବା ବେଳେ ବିଧାୟକ ଙ୍କ ଗୋଷ୍ଠୀ ମଧ୍ଯ ସମାନ ଦାବି ନେଇ ବସନ୍ତ ଙ୍କ ଗୋଷ୍ଠୀ ଯେଉଁ ଦିନ ଧାରଣା କିମ୍ବା ସଭା ଓ ବିକ୍ଷୋଭ କରୁଛନ୍ତି , ତା ପରଦିନ ସେମାନେ ବିକ୍ଷୋଭ ଓ ଧାରଣା କରୁଥିବା ଦେଖିବାକୁ ମିଳିଛି  | ବିଜେଡି ର ଏହି ଦୁଇ ଗୋଷ୍ଠୀ ର ଲଢେଇ ଦେଖି ବିଜେପି ମଧ୍ଯ କମ୍ପାନୀ ପ୍ରବେଶ ପଥ ରେ ଧାରଣା ଦେଇ ସାରିଛି  |
ଆସନ୍ତା 14 ତାରିଖ ରେ କଳିଙ୍ଗ ମହିଳା ସଂଗଠନ ଓ 15 ରେ ପାରାଦୀପ୍ ଇଉଥ ଭଏସ୍ ଧାରଣା ଦେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜଣାଇବା ସହ ବସ୍ତି ରେ ବୁଲି ବୁଲି ସମର୍ଥନ ଯୋଗାଡ କରିବାରେ ଲାଗିଛି  | ଏନଆରଏଲ୍ କମ୍ପାନୀ ସଣ୍ଡକୁଦ ରେ ଏକ କୃର୍ ଅଏଲ ଡିପୋ ନିର୍ମାଣ କରି ଏଠାରୁ ଆସାମ ନୁମାଲିଗଡ଼ ପାଇପ୍ ଯୋଗେ ତେଲ ନେବାକୁ ଥିବା ବେଳେ ମୁଖ୍ୟତଃ ଠିକାଦାରି ଓ ନିଜ ସମର୍ଥକ ଙ୍କୁ ନିଯୁକ୍ତି ଦେବାକୁ ବିଭିନ୍ନ ନେତା ଭିନ୍ନ ଭିନ୍ନ ବ୍ୟାନର ରେ କମ୍ପାନୀ ଉପରେ ଚାପ ସୃଷ୍ଟି କରିବା ପାଇଁ ଜୋରସୋର ଲାଗୀ ପଡିଛନ୍ତି | ପ୍ରତିଦିନ ଧାରଣା, ବିକ୍ଷୋଭ , ସଭା ଓ ଶୋଭାଯାତ୍ରା ଚାଲିଥିବା ବେଳେ କମ୍ପାନୀ କାମ ମଧ୍ଯ ଅନେକାଂଶ ରେ ପ୍ରଭାବିତ ହେବାରେ ଲାଗିଛି  | ବିଧାୟକ ସମ୍ବିତ୍ ରାଉତରାୟ ଙ୍କୁ ପଚାରିବାରୁ କିଏ କଣ କରୁଛି ମୋର କିଛି ଯାଏଆସେ ନାହିଁ ମୋର ଲୋକ ମାନଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଦରକାର ପଡିଲେ ମୁଁ ଲଢେଇ କରିବା ପାଇଁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି  | ସେହିପରି ପୌରାଧ୍ୟକ୍ଷ ବସନ୍ତ ଙ୍କୁ ପଚାରିବାରୁ କାଉନ୍ସିଲର, ଗ୍ରାମ ର ମୁରବି ଓ ସ୍ତାନୀୟ ଲୋକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ରେ ରଖି ମୁଁ କମ୍ପାନୀ ପାଖରେ ସେମାନଙ୍କ ଦାବି କୁ ନେଇ ରଖିଛି ଓ ଏଥିପାଇଁ ଆଲୋଚନା କରିବି ବୋଲି ପ୍ରକାଶ କରିଛନ୍ତି  | ଭାଇଚାରା ର ବସ୍ତି ସଣ୍ଡକୁଦ ରେ ଏବେ ବିଭିନ୍ନ ଗୋଷ୍ଠୀ ଗଠନ ହେବା ଫଳରେ ଲୋକମାନେ ଭାଗଭାଗ ହେଉଥିବା ଓ ଧିରେ ଧିରେ ପରିସ୍ଛିତି ଜଟିଳ ଆଡକୁ ଯାଉଥିବା କୁହାଯାଉଛି  |
Leave A Reply