ଯଦି ଆଜିର ଦିନରେ ଆମେ କାହାକୁ ପ୍ରଶ୍ନ କରିଥାଉ ଆପଣ କିପରି ଅଛନ୍ତି ? ଏହାର ଉତ୍ତର ରେ ସେ କହି ତ ଥାଆନ୍ତି ଭଲ ଅଛି, କିନ୍ତୁ ତାଙ୍କର ସେହି ଉତର ଟିର ପଛରେ ଲୁଚି ରହିଥାଏ ଅନେକ ଯନ୍ତ୍ରଣା l ଏହାର ରହିଛି ଅନେକ କାରଣ , ଯେଉଁଠି ପାଇଁ ଏହି ମଣିଷ ହିଁ ଦାୟୀ ଅଟେ l ଆମେ ନିଜର ଦିନ ଚାର୍ଯ୍ୟର ଆରମ୍ଭ ଫୋନ ଦେଖି କରିଥାଉ l ଏହାପରେ ଡେରିରେ ଶୋଇବା ଓ ଡେରିରେ ଉଠିବା ମଧ୍ୟ ଅନ୍ୟ ଗୋଟିଏ କାରଣ ଅଟେ, ଏହା ପରେ ତରବର ଅବସ୍ଥାରେ ଅଫିସ ରେ ପହଂଚିବା l ଏହି ସବୁକୁ ନେଇ ମଣିଷ ଜୀବନ ଷ୍ଟ୍ରେସ ଫୁଲ ହୋଇଯାଏ l
କିନ୍ତୁ ନିଜକୁ ଖୁସି ରେ ରଖିବା ପାଇଁ ଓ ଶାନ୍ତିରେ ରଖିବା ପାଇଁ ଆପଣ ନିଜର ମର୍ନିଙ୍ଗ ରୁଟିନ ରେ କିଛିଟା ଜିନିଷ ସାମିଲ କରିବା ଉଚିତ l ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବା ସହ ଶାନ୍ତିରେ ରଖିବ l
– ମେଡ଼ିଟେସନ –
ଦିନ ର ଆରମ୍ଭ ଠିକ ଭାବରେ କରିବା ପାଇଁ ଆପଣ ନିୟମିତ ୧୫ ରୁ ୨୦ ମିନିଟ ମେଡ଼ିଟେସନ ଜରୁରୀ l ଏହାଦ୍ୱାରା ଆପଣ ନିଜକୁ ମାନସିକ ଭାବରେ ପ୍ରସ୍ତୁତ କରି ପାରିବେ l ଏହାଦ୍ୱାରା ଇମ୍ୟୁନ ସିଷ୍ଟମ ଖୁବ ପ୍ରଭାବିତ ହୋଇଥାଏ l ମେଡ଼ିଟେସନ ଆପଣଙ୍କୁ ପ୍ରଡକ୍ଟିଭ କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଆପଣ ଦିନସାରା ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଇ ପାରିବେ l
– ପାଣି ଅଧିକ ପିଅନ୍ତୁ –
ମେଡ଼ିଟେସନ ଯେପରି ଆମକୁ ସ୍ଥିର ରଖିଥାଏ, ସେଭଳି ସକାଳୁ ପାଣି ପିଇବା ମଧ୍ୟ ଜରୁରୀ ଅଟେ l ଏହାଦ୍ୱାରା ଶରୀର ହାଇଡ୍ରେଟ ହୋଇଥାଏ l ସକାଳ ର ଆରମ୍ଭ ପାଣି ପିଇବାରୁ ଆରମ୍ଭ କରନ୍ତୁ l ଏହି ପାଣି ସାମାନ୍ୟ ଉଷୁମ ହୋଇଥିବା ଜରୁରୀ l ଏହାଦ୍ୱାରା ଶରୀର ର ବିଷାକ୍ତ ପଦାର୍ଥ ମଧ୍ୟ ବାହାରି ଯାଇଥାଏ l
– କଫି ସେବନ କରନ୍ତୁ –
କଫି ମନରୁ ଷ୍ଟ୍ରେସ ଦୂର କରିଥାଏ l ନଚେତ ଆପଣ ଚାହିଁଲେ ସକାଳୁ ଗ୍ରୀନ ଟି ସେବନ ମଧ୍ୟ କରିପାରିବେ l ଏହା ମନକୁ ସତେଜ ରଖି କାର୍ଯ୍ୟ କରିବାରେ ଦକ୍ଷତା ବଢ଼ାଇଥାଏ l ତେଣୁ ନିୟମିତ କଫି ମଧ୍ୟ ସକାଳୁ କପେ କଫି ପିଇବା ଜରୁରୀ ଅଟେ l
– ନିହାତି ସକାଳ ଜଳଖିଆ ଖାଇବା ଜୁରୀ –
ଅଫିସ ଯିବା ପାଇଁ ଅନେକ ଲୋକ ଡେରିରେ ଉଠି ବିନା ଜଳଖିଆ ରେ ବାହାରି ଯାଇ ଥାଆନ୍ତି କିମ୍ବା କିଛି ନଖାଇ ପଳାଇ ଯାଇ ଥାଆନ୍ତି l କିନ୍ତୁ ଏପରି କରିବା ଦ୍ୱାରା ଶରୀରର ମେଟାବୋଲିଯିମ ଖରାପ ହୋଇଥାଏ ଓ ଶରୀର କୁ ଶକ୍ତି ମିଳି ନଥାଏ l ତେଣୁ ଏହା ମଧ୍ୟ ଆପଣଙ୍କୁ ଷ୍ଟ୍ରେସ ଆଡକୁ ଟାଣି ନେଇଯାଏ l
– ପରିବାର ସହିତ ସମୟ ବିତାନ୍ତୁ –
ନିୟମିତ ସକାଳୁ କିଛି ସମୟ ପାଇଁ ନିଜ ପରିବାର ସହିତ କିଛିଟା ସମୟ ବିତାନ୍ତୁ l ଏହା ଆପଣଙ୍କ ମନକୁ ଚିନ୍ତା ମୁକ୍ତ କରିବ l କାହିଁକି ନା ଭାବର ଆଦାନ ପ୍ରଦାନ ମଣିଷ ମନକୁ ଶାନ୍ତ କରିଥାଏ ଓ କାମ କରିବା ପାଇଁ ଦକ୍ଷତା ଯୋଗାଇ ଥାଏ l