ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ୱାର୍କ ଆଉଟ କରିବାକୁ ନିର୍ଦେଶ ଦିଆଯାଇଛି l ଯେଉଁ କାରଣରୁ ଜିମ କିମ୍ବା ଅନ୍ୟ କିଛି ଆକ୍ଟିଭିଟି କରିବାକୁ କୁହାଯାଇ ଥାଏ l କିନ୍ତୁ କିଛିଟା ଏଭଳି ଉପାୟ ଯାହାଦ୍ୱାରା ଆପଣ ଓଜନ ହ୍ରାସ ଘରେ ରହି ମଧ୍ୟ ଖୁବ ସହଜ ରେ କରି ପାରିବା l କିନ୍ତୁ ସେଥିପାଇଁ କିଛିଟା ବିଶେଷ ନିୟମାବଳୀ ଗ୍ରହଣ କରିବାକୁ ପଡିବ l
୧ – ଡ଼ିଟକ୍ସ ୱାଟର –
ଆମେ ସମସ୍ତେ ଜାଣିଛୁ ଯେ ଡ଼ିଟକ୍ସ ୱାଟର ଓଜନ ହ୍ରାସର ଗୋଟିଏ ଭଲ ଉପାୟ l କିନ୍ତୁ ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣି ନଥିବେ ଡ଼ିଟକ୍ସ ୱାଟର କଣ ଓ କିପରି ପ୍ରସ୍ତୁତ ହୋଇଥାଏ l ଡ଼ିଟକ୍ସ ୱାଟର ଆମ ଶରୀରର ବର୍ଜ୍ୟ ବସ୍ତୁ କୁ ପରିସ୍ରା ଓ ଝାଳ ମାଧ୍ୟମରେ ଶରୀର ରୁ ବାହାରି ଯାଇଥାଏ l ଲେମ୍ବୁ ରସ ଓ ମହୁ କୁ ମିଶାଇ ନିଅନ୍ତୁ l ଏହାପରେ ସାମାନ୍ୟ ଉଷୁମ ପାଣିରେ ଏହି ୨ଟି ଜିନିଷକୁ ମିଶାଇ ନିଅନ୍ତୁ ଓ ସେବନ କରନ୍ତୁ l
ମହୁ ଔଷଧୀୟ ଗୁଣରେ ଭରପୁର ଓ ଲେମ୍ବୁ ଶରୀର ର ପାଚନ ତନ୍ତ୍ର କୁ ଡ଼ିଟକ୍ସ କରିବାରେ ସାହାଯ୍ୟ କରିଥାଏ l ଏହା ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ l
୨ – ଉଷୁମ ପାଣି –
ଉଷୁମ ପାଣି ଓଜନ ହ୍ରାସର ଗୋଟିଏ ଭଲ ମାଧ୍ୟମ l ଉଷୁମ ପାଣି ଖୁବ ଦ୍ରୁତ ବେଗରେ ଓଜନ ହ୍ରାସ କରି ଫ୍ୟାଟ ବର୍ନ କରିବାରେ ସାହାଯ୍ୟ କରେ l ତେଣୁ ନିୟମିତ ସକାଳେ ଓ ରାତ୍ରି ହଜାନ ପରେ ଉଷୁମ ପାଣି ସେବନ କରିବା ଉଚିତ l
୩ – ରାତ୍ରୀ ଭୋଜନ ଶୀଘ୍ର କରନ୍ତୁ –
ରାତ୍ରୀ ଭୋଜନ ଶୀଘ୍ର କରିବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଲାଭ l ସେହି ଲାଭ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଓଜନ ହ୍ରାସ l ତେଣୁ ସର୍ବଦା ଚେଷ୍ଟା କରନ୍ତୁ ରାତ୍ରୀ ଭୋଜନ ରାତି ୭ ରୁ ୮ଟା ମଧ୍ୟରେ କରିବା ଆବଶ୍ୟକ l କାହିଁକି ନା ଭୋଜନ ପରେ ତୁରନ୍ତ ବିଛଣା କୁ ଯିବା ଉଚିତ ନୁହେଁ , ଏହା ଓଜନ ବୃଦ୍ଧିର କାରଣ ଅଟେ l
୪ – ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ –
ଫାଇବର ଯୁକ୍ତ ଖାଦ୍ୟ ପେଟକୁ ସଫା ରଖିବାର ଗୋଟିଏ ଭଲ ସ୍ରୋତ ଅଟେ l ଏହାଛଡା ଫାଇବର ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ଧରି ଭୋକ ଲାଗି ନଥାଏ l ତେଣୁ ଓଜନ ହ୍ରାସ କରିବା ସମ୍ଭବ ହୋଇଥାଏ l ଏହାଛଡା ରାତିରେ ଭୋଜନ ପୂର୍ବରୁ ସାଲାଡ଼ ନିହାତି ଖାଇବା ଉଚିତ l
୫ – ଗୁଡ଼ ଦ୍ୱାରା ଓଜନ ହ୍ରାସ –
ଆପଣ ଚୀନୀ ଠାରୁ ଦୁରେଇ ରୁହନ୍ତୁ l ଚିନି ଓଜନ ବୃଦ୍ଧିର ଗୋଟିଏ ବଡ କାରଣ ଅଟେ l ଏହାଛଡା ଚୀନୀ ସ୍ଥାନରେ ଆପଣ ଗୁଡ଼ ସେବନ କରନ୍ତୁ l କାରଣ ଓଜନ ବୃଦ୍ଧି ସମସ୍ୟା ସମସ୍ତ ଶାରୀରିକ ସମସ୍ୟାର କାରଣ ଅଟେ l
୬ – ଅନେକ ଗବେଷଣାରୁ ଜଣା ପଡିଛି ଯେ ଧୀରେ ଧୀରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l ଏହାଛଡା ଖାଦ୍ୟ ସହଜରେ ହଜମ ହୁଏ ଏବଂ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ l