Odisha news

ଜ୍ୟାକ୍ ମା : ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ, ଯିଏ କି ଶୀ ଜିଙ୍ଗପିଙ୍ଗ ଙ୍କ ସହିତ ମତଭେଦ ପରେ କେଉଁଆଡେ ଗାୟବ ହୋଇଗଲେ

0

ନୂଆଦିଲ୍ଲୀ : କେବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଥିଲେ ଜ୍ୟାକ୍ ମା , ଯିଏ କି ଚୀନ ର ଜଣେ କୋଟିପତି ଓ ଇ – କମର୍ସ କମ୍ପାନୀ ଆଲିବାବା ର ସଂସ୍ଥାପକ l ଯାହାଙ୍କୁ ନେଇ ଆସିଛି ସାମ୍ନା କୁ ନୂଆ ଖବର l ଏକାଧିକାର – ବିରୋଧୀ ନିୟମକୁ ଉଲଂଘନ କରିବା ଦ୍ୱାରା ଚୀନ ସରକାର ସହିତ ମତଭେଦ ପରେ ଜ୍ୟାକ୍ ମା ଅସୁବିଧା ଆଡକୁ ଟାଣି ହୋଇ ଯାଇଥିଲେ ଓ ୨୦୨୦ ରୁ ଗୋଟିଏ ସାଧାରଣ ଜୀବନ ବଂଚୁଛନ୍ତି l ୨୦୨୦ ରୁ ତାଙ୍କର କୌଣସି ସୂଚନା ମିଳି ନଥିଲା l କିନ୍ତୁ ଗୋଟିଏ ମିଡ଼ିଆ ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ଜଣାପଡିଛି ସେ ଟୋକିଓ ରେ ଅଛନ୍ତି l

ଫାଇନାନସିଆଲ ରିପୋର୍ଟ ଅନୁସାରେ ଜାପାନ ରେ ରହୁଥିବା ଜ୍ୟାକ୍ ମା ଟୋକିଓ ଠାରୁ ଦୂରରେ ଗୋଟିଏ ଗ୍ରାମୀଣ ଅଂଚଳ ରେ ହଟ ସ୍ପ୍ରିଙ୍ଗ ଓ ସ୍କି ରିଜୋଟ ରେ ନିଜ ପରିବାର ସହିତ ରହୁଛନ୍ତି l ଏହାଛଡା ସେ ନିୟମିତ ୟୁଏସ ଓ ଇସ୍ରାଏଲ ଯାତ୍ରା କରୁଛନ୍ତି l

୫୮ ବର୍ଷୀୟ ଜ୍ୟାକ୍ ମା ୨୦୨୦ ରେ ଚୀନ ର ସାମ୍ବିଧାନିକ ନୀତି ଓ ଦେଶର ଆଇନ କାନୁନ କୁ ନେଇ ସମାଲୋଚନା କରିଥିଲେ l ଏହାପରେ ତାଙ୍କୁ ସାର୍ବଜନିକ ପ୍ଲାଟଫର୍ମ ଦେଖିବାକୁ ମିଳି ନଥିଲା l ଆଜି ପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ଖବର ମଧ୍ୟ ସାମ୍ନାକୁ ଆସୁ ନଥିଲା  l ଚୀନ ସରକାର ଙ୍କ ଆଲୋଚନା କରିବା ପରେ ତାଙ୍କ କମ୍ପାନୀ ଲଗାତାର ଚୀନ ସରକାର ଙ୍କ ରାଡ଼ାର ରେ ରହି ଆସୁଥିଲା l ଏହି ସମୟରେ ଜ୍ୟାକ୍ ମା ଙ୍କକମ୍ପନି କୁ ଅନେକ ଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା l ଚୀନ ସରକାରଙ୍କ ପକ୍ଷରୁ Ant’s ର ବ୍ଳକ ବଷ୍ଟର ୩୭ ବିଲିୟନ ଡଲାର ର IPO କୁ ବନ୍ଦ କରି ଦିଆଗଲା ଓ ଗତ ବର୍ଷ ଆଲି ବାବା ଉପରେ ଆଣ୍ଟି ଟ୍ରଷ୍ଟ ର ମିସ ୟୁଜ ପାଇଁ ୨ .୮ ବିଲିୟନ ର ଜୋରିମାନା ଲଗାଯାଇଛି l

ରିପୋର୍ଟ ରେ କୁହାଯାଇଛି ଯେ ଚୀନ ରୁ ତାଙ୍କର ଅନୁପସ୍ଥିତି ଚଳିତ ବର୍ଷ ରାସରପତି ଶୀ ଜିଙ୍ଗ ପିଙ୍ଗ ଙ୍କ ଜିରୋ କୋଭିଡ ପଲିସୀ ରେ କରାଯାଇଥିବା ବୃଦ୍ଧି ସହିତ ଆରମ୍ଭ କରାଯାଇଛି l ବର୍ତ୍ତମାନି ଚୀନ  ସରକାର ଙ୍କ ମନୋମୁଖି ଶାସନ କୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି l ଚୀନ ସରକାରଙ୍କ ସହିତ ମନୋମାଳିନ୍ୟ ପୂର୍ବରୁ ଜ୍ୟାକ୍ ମା ଭାରତ ଗସ୍ତରେ ଆସିଥିଲେ l ଏଠାରେ ତାଙ୍କ କମ୍ପାନୀ ପକ୍ଷରୁ ଅନେକ ଗୁଡିଏ ବିଜିନେସ ଡ଼ିଲ କରାଯାଇ ଥିଲା ଓ ୨୦୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା l

ସାଂଘାଇ ନିକଟସ୍ଥ ହାଂଗଜୋ ରେ ଜ୍ୟାକ୍ ମା ଗୋଟିଏ ଘର ରହିଛି ଓ ସେଠାରେ ଆଲି ବାବା ଙ୍କ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଅବସ୍ଥିତ l ଚୀନ ସରକାରଙ୍କ ସହିତ ମତଭେଦ ପରେ ତାଙ୍କୁ ସ୍ପେନ ଓ ନେଦରଲ୍ୟାଣ୍ଡ ସହିତ ବିଭିନ୍ନ ଦେଶରେ ଦେଖିବାକୁ ମିଳିଥିଲା l

ଏହି ଘଟଣା ଦର୍ଶାଉଛି ଯେ ଚୀନ ରେ ଏକ ଛତ୍ରବାଦ ଶାସନ ର ଗୋଟିଏ ଜ୍ୱଳନ୍ତ ଉଦାହରଣ l

Leave A Reply