Odisha news

ଏହିସବୁ ଛୋଟ ଛୋଟ ଅଭ୍ୟାସ ଦ୍ୱାରା ଦୁର୍ବଳ ହୋଇଥାଏ ଇମ୍ୟୁନିଟି , ରଖନ୍ତୁ ଧ୍ୟାନ

0

ଯଦି ଆପଣ ବାରମ୍ବାର ବିଭିନ୍ନ ସଂକ୍ରମଣ ଜନିତ ରୋଗରେ ପୀଡିତ ହେଉଛନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ଅଟେ , ଏହି ସଂକ୍ରମଣ ଜନିତ ରୋଗ ମାନଙ୍କ ମଧ୍ୟରେ ବିଶେଷ ଭାବରେ ଥଣ୍ଡା, ସର୍ଦି, କାଶ, ଝାଡା ଇତ୍ୟାଦି ଅନ୍ତର୍ଭୁକ୍ତ l ଏହା ଆପଣ ଜାଣି ରଖିବା ଉଚିତ ଯେ ଆପଣଙ୍କର କିଛିଟା ଖରାପ ଅଭ୍ୟାସ ଯୋଗୁଁ ଇମ୍ୟୁନିଟି ଦୁର୍ବଳ ହେଉଛି l ଆସନ୍ତୁ ଜାଣିବା ଏହି ଖରାପ ଅଭ୍ୟାସ ଗୁଡିକ କଣ ରହିଛି ?

– ଅଧିକ ମାତ୍ରାରେ ମିଠା ଜିନିଷ ସେବନ ଅର୍ଥାତ ଚିନିରେ ପ୍ରସ୍ତୁତ ଜିନିଷ ଖୁବ କମ ସେବନ କରିବା ଆବଶ୍ୟକ l କାରଣ ଅଧିକ ମିଠା ଖାଇବା ଦ୍ୱାରା ଇମ୍ୟୁନିଟି ଉପରେ ପ୍ରଭାବ ପଡିଥାଏ ଓ ଇମ୍ୟୁନିଟି ଦୁର୍ବଳ ହୋଇଥାଏ l ତେଣୁ ମିଠା କମ ଖାଇବା ଆବଶ୍ୟକ l

– ଆଜିକାଲି ବଜାରରେ ଫ୍ରୋଜନ୍ ଫୁଡ ର ଚାହିଦା ଅଧିକ ଦେଖିବାକୁ ମିଳୁଛି l ଯାହାକୁ ଆମେ ଖୁବ ଶୀଘ୍ର ଭୋଜନ ପ୍ରସ୍ତୁତ କରିଥାଉ l କିନ୍ତୁ ଫ୍ରୋଜନ୍ ଫୁଡ ରେ ହାନିକାରକ ପରିଜର୍ଭେଟିବ ଦିଆ ଯାଇଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ଅଟେ l ଏଭଳି ଖାଦ୍ୟ ଇମ୍ୟୁନିଟି କୁ ଦୁର୍ବଳ କରିଥାଏ l

– ଅଧିକ ତୈଳାକ୍ତ ଭୋଜନ ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତିକାରକ l ଅଧିକ ତୈଳ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବା ସହିତ ଇମ୍ମ୍ୟୁନିଟି ମଧ୍ୟ ଦୁର୍ବଳ ହୋଇଥାଏ l

– ପ୍ରୋସେସଡ଼ ମିଟ ସାଚୁରେଟେଡ଼ ଫ୍ୟାଟ ରେ ଭରପୁର ହୋଇଥାଏ l ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ଅଟେ l ଏହା ଇମ୍ୟୁନିଟି ଦୁର୍ବଳ କରିବା ସହିତ କ୍ୟାନ୍ସର ର ମଧ୍ୟ କାରଣ ଅଟେ l ତେଣୁ ପ୍ରୋସେସଡ଼ ମିଟ ଖାଇବା ଉଚିତ ନୁହେଁ l

– ମଇଦାରେ ପ୍ରସ୍ତୁତ ବ୍ରେଡ ଓ ବେକରୀ ରେ ପ୍ରସ୍ତୁତ ଜିନିଷ ରିଫାଇଣ୍ଡ କାର୍ବସ୍ ରେ ଭରପୁର ଅଟେ l ଏହିସବୁ ଖାଦ୍ୟ ଅଧିକ ଖାଇବା ଉଚିତ ନୁହେଁ l ଯାହାକି ଆମ ଇମ୍ୟୁନିଟି କୁ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ l

– ସର୍ବଦା ନିଜର ନିଦ୍ରା ସମ୍ପୂର୍ଣ କରିବା ଆବଶ୍ୟକ l ଯଦି ଆପଣ ପ୍ରତିଦିନ ୭ ଘଣ୍ଟାରୁ କମ ଶୋଇବେ ତେବେ ଆପଣଙ୍କ ଇମ୍ୟୁନିଟି ଅଧିକ ଦୁର୍ବଳ ହେବାର ସମ୍ଭାବନା ରହିଥାଏ

– ଇମ୍ୟୁନିଟି ଦୁର୍ବଳ କରିବାର ଅନ୍ୟ ଛୋଟ ଛୋଟ କାରଣ ଗୁଡିକ –

– ଅଧିକ ଚାଇନିଜ ଫୁଡ ସେବନ କରିବା ଦ୍ୱାରା ଇମ୍ୟୁନିଟଟି ଦୁର୍ବଳ ହୋଇଥାଏ l

– ଅଧିକ ସମୟ ମୋବାଇଲ ରେ ବ୍ୟସ୍ତ ରହିବା ଦ୍ୱାରା ମଧ୍ୟ l

– ପାଣି କମ ପିଇଲେ ଇମ୍ୟୁନିଟି ଦୁର୍ବଳ ହୁଏ l

– ମାଦକ ଦ୍ରବ୍ୟ ସେବନ ଅଧିକ କରିବା ଦ୍ୱାରା ଇମ୍ୟୁନିଟି ଦୁର୍ବଳ ହୁଏ l

Leave A Reply