ଆଗ କାଳରେ ପ୍ରାୟ ଯୌଥ ପରିବାର ଦେଖିବାକୁ ମିଳୁଥିଲା, ଯେଉଁଠି ଗୋଟିଏ ଛାତ ତଳେ ଜେଜେ, ଜେଜେମା, ଦାଦା – ଖୁଡି, ବଡବାପା – ବଡ଼ମା ଓ ନିଜର ସମ୍ପର୍କୀୟ ଭାଈ ଭଉଣୀଙ୍କ ସହିତ ପିଲାମାନେ ମିଶି ବଢ଼ୁଥିଲେ l ଯାହା ତାଙ୍କୁ ସମସ୍ତ ପୂଜା ପର୍ବ ଠାରୁ ନେଇ ଦୁଃଖସୁଖ ବାଣ୍ଟିବାରେ ସାହାଯ୍ୟ କରୁଥିଲା ଓ ଗୋଟିଏ ଅଲଗା ପ୍ରକାରର ସୁଖ ଅନୁଭବ କରାଉ ଥିଲା l ଆଜି କିନ୍ତୁ ତାହା ଦେଖିବାକୁ ମିଳୁନାହିଁ l ସମସ୍ତେ ଅଲଗା ଅଲଗା ରହି ନିଜର ଜୀବନ ସ୍ୱଇଚ୍ଛାରେ ଅତିବାହିତ କରିବାକୁ ଚାହୁଁଛନ୍ତି l ଯାହାକି ପୂର୍ବ ଅପେକ୍ଷା ଅଧିକ ମଣିଷ କୁ ଅଧିକ ରୋଗଗ୍ରସ୍ତ କରାଉଛି l
– ସବୁବେଳେ ଖୁସି ରହିବା ଓ ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହି ଥାଆନ୍ତି l କିନ୍ତୁ ଏଥିପାଇଁ ଗୋଟିଏ ନୂତନ ଉପାୟ ର ଉଦ୍ଭାବନ ହୋଇଛି l ଯାହାକୁ ଆଜିର ବ୍ୟସ୍ତ ବହୁଳ ଜୀବନ ରେ ଡିନର ଥେରାପି ଦ୍ୱାରା ଠିକ କରାଯାଇ ପାରିବ ବୋଲି କୁହାଯାଉଛି l ଏହି ଥେରାପି କୁ ପାରିବାରିକ ଉତେଜନା କୁ ସିକ୍ରେଟ ଫର୍ମୁଲା ବୋଲି କୁହାଯାଉଛି l ବିଶ୍ୱ ସ୍ତରରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ୯୧ % ପିତାମାତା ମତ ଦେଇଥିଲେ ଯେ ଏକାଠି ବସି ଭୋଜନ କରିବା ଦ୍ୱାରା ମାନସିକ ଚାପ ହ୍ରାସ ହୋଇଥାଏ l
– ଆମେରିକାର ଗୋଟିଏ ଗବେଷକ ଦଳଙ୍କ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ହୋଇଥିଲା ଯାହାର ନାମ ଅଟେ ହେଲଦି ଫର ଗୁଡ଼ ମୁଭମେଣ୍ଟ ର ସର୍ଭେ କରାଯାଇ ଥିଲା l ଏଥିରେ ଶୁଣିବାକୁ ମିଳିଥିଲା ଯେ ୮୪ % ଲୋକ କହିଥିଲେ ଯେ ନିଜର ପ୍ରୟୋଜନ ଙ୍କ ଦ୍ୱାରା ମିଶି ଭୋଜନ କରିବା ଦ୍ୱାରା ଜୀବନ ର ଅନେକ ସମସ୍ୟା ର ସମାଧାନ ହୋଇଥାଏ l
– ମିଳିତ ଭାବରେ ଭୋଜନ କରିବା ଦ୍ୱାରା ଦୁଶ୍ଚିନ୍ତା କମ ହୋଇଥାଏ l ଗବେଷକ ମାନେ କହିଛନ୍ତି ଯେ ଲଗାତାର ଭାବରେ ଦୁଶ୍ଚିନ୍ତା ଲାଗି ରହିବା ଦ୍ୱାରା ଷ୍ଟ୍ରୋକ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ l ତେଣୁ ଦିନରେ ନହେଉ ପଛେ ରାତ୍ରୀ ଭୋଜନ ରେ ସମସ୍ତେ ଏକାଠି ଭୋଜନ କରିବା ଉଚିତ l
– ଏକାଠି ଭୋଜନ କରିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ସାମାଜିକ ସମ୍ବନ୍ଧ ରେ ସୁଧାର ଆସିଥାଏ l ଏହାଦ୍ୱାରା ପିଲାମାନେ ଘର ପରିବାର ଓ ସମ୍ପର୍କୀୟ ଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଥାଆନ୍ତି l ଭାବର ଆଦାନ ପ୍ରଦାନ ଖୁବ ଭଲରେ ହୋଇପାରେ l ମାନସିକ ଶାନ୍ତି ଲାଭ ହୋଇଥାଏ l