ବର୍ତମାନ ଧୀରେ ଧୀରେ ଶୀତଋତୁର ଆଗମନ ହେବାକୁ ଯାଉଛି l ବଜାରରେ ଫଳମୂଳ ଓ ସବୁଜ ପନିପରିବାର ସମ୍ଭାର ଦେଖିବାକୁ ମିଳୁଛି l ଏହି ଫଳ ମାନଙ୍କ ମଧ୍ୟରୁ ଗୋଟିଏ ପ୍ରିୟ ଫଳ ହେଉଛି କମଳା, ଯାହାର ରହିଛି ଅନେକ ନାମ ଯେପରିକି ନାରଙ୍ଗୀ, ଟଭl , ସନ୍ତରା ଇତ୍ୟାଦି l
– କମଳା ଭିଟାମିନ ସି ରେ ଭରପୁର ଅଟେ l ଯାହା ଶରୀରର ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ l କିଛି ଲୋକଙ୍କର ଧାରଣା ରହିଥାଏ ଯେ କମଳା ଖାଇବା ଦ୍ୱାରା ଥଣ୍ଡା ଧରିଥାଏ l କିନ୍ତୁ ଗବେଷଣା କହୁଛି ଯେ ପ୍ରତିଦିନ କମଳା ଖାଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ l
– କମଳା ବିଶେଷ ଭାବରେ ହାଇ ଫାଇବର ରେ ଭରପୁର ଅଟେ l ଯାହାକି ପାଚନ ତନ୍ତ୍ରକୁ ମଜବୁତ କରିଥାଏ l ଏଥିରେ ଥିବା ଫାଇବର ପେଟ ଜନିତ ବିଭିନ୍ନ ସମସ୍ୟା କୁ ଠିକ କରିଥାଏ ଓ ଖାଦ୍ୟକୁ ସହଜରେ ହଜମ କରିଥାଏ l ଏହାଛଡା କମଳା ରେ ଫାଇବର ଥିବା କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ l
– କମଳା ହାର୍ଟ କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ l ଏଥିରେ ଥିବା ଫ୍ଲେବୋନାଏଡ଼ ହୃଦଘାତ ସମସ୍ୟା ଠାରୁ ମଣିଷକୁ ଦୂରେଇ ରଖିଥାଏ l କମଳା କୋଲେଷ୍ଟ୍ରଲ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l
– କମଳା କେବଳ ଆମର ଶରୀର ପାଇଁ ନୁହେଁ, ଆମ ତ୍ୱଚା ପାଇଁ ମଧ୍ୟ ଖୁବ ଉପକାରୀ l କମଳା ଖାଇବା ଦ୍ୱାରା ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଯେପରିକି ବିଭିନ୍ନ ଦାଗ, ବ୍ରଣ, ଦୂର ହେବା ସହିତ ତ୍ୱଚାରେ ଚମକ ଆସିଥାଏ l
– କମଳା ରେ ଥିବା ଆଣ୍ଟିଅକ୍ସିଡାଣ୍ଟ କିଡ୍ନୀ ପାଇଁ ଖୁବ ହିତକର l କମଳା ରେ ଥିବା ତତ୍ୱ ପରିସ୍ରାରେ ସାଇଷ୍ଟ୍ରେସ ସ୍ତରକୁ ବଢ଼ାଇଥାଏ l ଯେଉଁ କାରଣରୁ ଷ୍ଟୋନ ସମସ୍ୟା ଠାରୁ କିଡ୍ନୀ ଦୁରେଇ ରହିଥାଏ l ତେଣୁ ନିୟମିତ କମଳା ସେବନ ହିତକର