Odisha news

ଆଜି ହେଉଛି କାର୍ତିକ ପୂର୍ଣିମା ; ଲାଗୁଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏହି ରାଶିର ବ୍ୟକ୍ତି ରୁହନ୍ତୁ ବିଶେଷ ସତର୍କ

0

ଆଜି ହେଉଛି କାର୍ତିକ ମାସର ଶେଷ ଦିନ , ପ୍ରତ୍ୟେକ ମାସର ଶେଷ ଦିନ ପୂର୍ଣିମା ଭାବରେ ପାଳିତ ହୋଇଥାଏ l ଏହା ପୁର୍ଣ ଚନ୍ଦ୍ର ଗ୍ରହଣ ଅଟେ ଓ ଚଳିତ ବର୍ଷର ଏହା ଶେଷ ଚନ୍ଦ୍ର ଗ୍ରହଣ l  ଚନ୍ଦ୍ରଗ୍ରହଣ ର ସୁତକ ସମୟ ମଙ୍ଗଳବାର ୮ତାରିଖ ସକାଳ ୫ଟା ୩୯ ମିନିଟ ରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୮ ମିନିଟ ରେ ସମାପ୍ତ ହେଉଛି l ଏହି ସମୟରେ ଦେବନୀତି ନିଷେଧ ଓ ପାକତ୍ୟାଗ କରାଯିବ l ଗ୍ରହଣ ପରାନ୍ତେ ସ୍ନାନ, ପୂଜା, ଦାନ ଇତ୍ୟାଦି କରାଯିବ l

ଶାସ୍ତ୍ର ବିଶେଷଜ୍ଞଙ୍କ ମତ ଅନୁସାରେ କିଛିଟା ରାଶିଙ୍କ ପାଇଁ ଚଳିତ ବର୍ଷର ଚନ୍ଦ୍ର ଗ୍ରହଣ ଶୁଭ ପ୍ରଦ ନୁହେଁ l

ମେଷ ରାଶି – ଚନ୍ଦ୍ର ଗ୍ରହଣ ପ୍ରଭାବରୁ ମେଷ ରାଶିର ବ୍ୟକ୍ତି ମାନସିକ ଚିନ୍ତାରେ ପଡି ପାରନ୍ତି l ବିଶେଷ ଭାବରେ ଆପଣ ନିଜର ଦୈନନ୍ଦିନ ଜୀବନ ର ରୋଜଗାର କୁ ନେଇ ବିଶେଷ ଚିନ୍ତିତ ରହିବେ l ଦାମ୍ପତ୍ୟ ଓ ପ୍ରେମ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପରେ l ପିତାମାତା ମଧ୍ୟ ରୋଗରେ ପୀଡିତ ହୋଇ ପାରନ୍ତି l

ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ପାରିବାରିକ ଚିନ୍ତାର ଶିକାର ହୋ ପାରନ୍ତି l ଭାଇ ଭଉଣୀଙ୍କ ସହିତ ମନୋମାଳିନ୍ୟ ଘଟିପାରେ l ଏହି ସମୟରେ ମନ ଭାରାକ୍ରାନ୍ତ ରହିବ ଓ ଅନିଦ୍ରାର ସମୁଖୀନ ହୋଇ ପାରନ୍ତି l ଅନ୍ତରୀଣ ଶତ୍ରୁ ଙ୍କ ବୃଦ୍ଧି ହେବ l

କର୍କଟ ରାଶି – ଏହି ସମୟରେ ଆପଣଙ୍କ ମନ ଅଶାନ୍ତ ରହିବ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉତ୍ପନ୍ନ ହେବ l ଆପଣ ଏହି ସମୟରେ ନିଜର ଗୁରୁଜନ ଙ୍କୁ ନେଇ ସତର୍କ ରହିବା ଜରୁରୀ l

ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ଚାକିରୀ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି l ପେଟ ଓ ଗୋଡ଼ରେ ଯନ୍ତ୍ରଣା ହେବାର ଦେଖାଯିବ l ଏହି ସମୟରେ ଅଯଥା ବିବାଦ ର ସମୁଖୀନ ହୋଇ ପାରନ୍ତି l

ବିଛା ରାଶି – ମନୋବଳ ଓ ସ୍ୱାସ୍ଥ୍ୟ କୁ ନେଇ ମନରେ ଅପ୍ରସନ ରହିବ l ଏହି ସମୟରେ ମନ ଅଶାନ୍ତ ରହିବ l ଅଯଥା ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ l

ମକର ରାଶି – ମକର ରାଶିର ବ୍ୟକ୍ତି ଏହି ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପଡି ପାରନ୍ତି l ତେଣୁ ସତର୍କ ରହିବା ଆବଶ୍ୟକ l ସନ୍ତାନ ପ୍ରତି ବିଶେଷ ଚିନ୍ତ ରେ ପଡି ପାରନ୍ତି l

Leave A Reply