ବିଶେଷ ଭାବରେ ମନ୍ଦିର ରେ ପ୍ରସାଦ ସେବନ କିମ୍ବା କୌଣସି ପୂଜା ପାଠ ରେ ଆମେ କଦଳୀ ପତ୍ର ରେ ଖାଇବାର ସୌଭାଗ୍ୟ ଅର୍ଜନ କରିଥାଉ l କିନ୍ତୁ ଦକ୍ଷିଣ ଭାରତୀୟ ମାନେ ନିୟମିତ କଦଳୀ ପତ୍ରରେ ଭୋଜନ କରିବାର ସୌଭାଗ୍ୟ ଅର୍ଜନ କରି ଥାଆନ୍ତି l ଭାରତୀୟ ହିନ୍ଦୁ ପରମ୍ପରା ରେ କଦଳୀ ପତ୍ର ରେ ଭୋଜନ କରିବାର ଗୋଟିଏ ପୁରୁଣା ପରମ୍ପରା ରହିଛି l କିନ୍ତୁ କଦଳୀ ପତ୍ର ରେ ଭୋଜନ କରିବା ଦ୍ୱାରା ଶରୀରକୁ ଆଣେ ଲାଭ ପ୍ରାପ୍ତ ହୋଇଥାଏ l
ଆସନ୍ତୁ ଜାଣିବା ସେହି ଲାଭ ଗୁଡିକ କଣ -:
– ଡାଇଜେସନ ସିଷ୍ଟମ ସୁଦୃଢ଼ ହୋଇଥାଏ –
କଦଳୀ ପତ୍ର ପ୍ଲାଣ୍ଟ ବେସ୍ଡ କମ୍ପାଉଣ୍ଡ ରହିଥାଏ, ଯାହାକି ପୋଲିଫେନଲସ ରେ ପୁର୍ଣ ହୋଇଥାଏ l ପୋଲିଫେନଲସ ଗୋଟିଏ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ଅଟେ, ଯାହାକି ଶରୀରକୁ ଫ୍ରି ରେଡ଼ିକୁଲସ ଓ ଅନ୍ୟ ରୋଗ ଠାରୁ ରକ୍ଷା କରିଥାଏ l କଦଳୀ ପତ୍ର ରେ ଗରମ ଖାଦ୍ୟ ପରଷିବା ଦ୍ୱାରା ଏହା ଫ୍ରି ରେଡ଼ିକୁଲସ କୁ ଅବଶୋସିତ କରି ଆମ ଶରୀରକୁ ଯୋଗାଇ ଥାଏ ଯାହାକି ଆମ ଡାଇଜେସନ ସିଷ୍ଟମ କୁ ଠିକ ରଖିଥାଏ l
– ଖାଦ୍ୟର ସ୍ୱାଦ ବୃଦ୍ଧି କରିଥାଏ –
କଦଳୀ ପତ୍ର ଉପରେ ମହମ ଭଳି ଗୋଟିଏ ଆସ୍ତରଣ ରହିଥାଏ l ଯାହା ଖୁବ ପତଳା ହୋଇଥାଏ କିନ୍ତୁ ଏହାର ସ୍ୱାଦ ଖୁବ ଅଲଗା ରହିଥାଏ l ଯେତେବେଳେ ଗରମ ଖାଦ୍ୟ ପତ୍ର ରେ ପରସା ଯାଇଥାଏ ସେତେବେଳେ ଏହା ଖାଦ୍ୟ ରେ ମିଶି ଯାଇଥାଏ l ଯାହାପରେ ଖାଦ୍ୟର ସ୍ୱାଦ ବୃଦ୍ଧି ହୋଇଥାଏ l
– ଅନ୍ତ କୋଷକୁ ଠିକ ରଖିଥାଏ –
କଦଳୀ ପତ୍ର ରେ ଥିବା ପୋଷାକ ତତ୍ୱ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ଠିକ ରଖିଥାଏ l ଅନ୍ତ କୋଷକୁ ବିଭିନ୍ନ ସଂକ୍ରମଣ ନିକଟରୁ ରକ୍ଷା କରିଥାଏ l ସର୍ବଦା କଦଳୀ ପତ୍ର ରେ ଗରମ ଖାଦ୍ୟ ଖାଇବା ଆବଶ୍ୟକ l
– କେମିକାଲ ଫ୍ରି –
ସବୁଠୁ ବଡ଼ କଥା ହେଲା କଦଳୀ ପତ୍ର ରେ ଖାଇବା ଦ୍ୱାରା ଶରୀର କୁ କୌଣସି ପ୍ରକାର ରାସାୟନିକ ପ୍ରବେଶ କରି ନଥାଏ l ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାର କେମିକାଲ ଠାରୁ ଆମ ଶରୀର କୁ ରକ୍ଷା କରିଥାଉ l