Odisha news

କାର୍ତିକ ମାସରେ ଦିନର ଆରମ୍ଭ କରନ୍ତୁ ଏହି ୫ଟି ଦିବ୍ୟ ମନ୍ତ୍ର ଦ୍ୱାରା, ଜୀବନ ରେ ପାଇବେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା

0

କାର୍ତିକ ମାସ ହେଉଛି ଧର୍ମର ମାସ l ହିନ୍ଦୁ ଧର୍ମରେ ଏହି ମାସଟିକୁ ଗୋଟିଏ ଶ୍ରେଷ୍ଠ ମାସ ବୋଲି କୁହାଯାଏ l କାର୍ତିକ ବ୍ରତ ପାଳନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ ସାରା ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆବିର୍ଭାବ ହୋଇଥାଏ l ପ୍ରତ୍ୟେକ ମଣିଷ ନିଜ ଦିନର ଆରମ୍ଭ ଠିକ ଭାବରେ କରିବାକୁ ଇଛା କରି ଥାଆନ୍ତି l ଶାସ୍ତ୍ରରେ କୁହାଯାଇଛି ଯେ ପ୍ରଭାତ ଆରମ୍ଭ ଯଦି ଠିକ ଭାବରେ ହୋଇଛି ତେବେ ସମ୍ପୂର୍ଣ ଦିନଟି ଆମକୁ ସକାରାତ୍ମକ ଫଳ ଦେଇଥାଏ l ଆପଣଙ୍କ ଦିନ ମଧ୍ୟ ସେତିକି ଭଲରେ ଅତିବାହିତ ହେବ l ଶାସ୍ତ୍ର କହୁଛି ଯେ ଆମେ ଯଦି ନିୟମିତ କିଛିଟା ଚମତ୍କାରୀ ମନ୍ତ୍ର ପାଠ କାର୍ତିକ ମାସ ସାରା କରିବେ ତେବେ ଆପଣଙ୍କ ଭାଗ୍ୟ ବଦଳୀ ଯିବ l

ମଣିଷ ଯଦି ନିଜ ଭାଗ୍ୟ ବଦଳାଇବାକୁ ଚାହୁଁଛି ତେବେ ନିଜର ଦୈନଦିନ ଜୀବନ କୁ ସଠିକ ସମୟରେ ସଠିକ କାର୍ଯ୍ୟ କରିବା ଉଚିତ l ଯାହା ଜୀବନ ର ଗତିପଥ ବଦଳାଇ ଦେଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ଜୀବନ ରେ କିଛିଟା ମନ୍ତ୍ରକୁ ସାମିଲ କରିବା ଦ୍ୱାରା ଚମକି ଉଠିଥାଏ ଭାଗ୍ୟ l

* ପ୍ରାତଃ ମନ୍ତ୍ର – ସକାଳୁ ଯେତେବେଳେ ଆପଣ ଶଯ୍ୟା ତ୍ୟାଗ କରୁଛନ୍ତି ସେତେବେଳେ ତୁରନ୍ତ ଉଠିବା ମାତ୍ରକେ ନିଜ ୨ ହାତକୁ ପାପୁଲି କୁ ଖୋଲି ଦେଖନ୍ତୁ l ଏହାପରେ ଉଭୟ ହାତକୁ ଯୋଡି ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ ‘ କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କରମୁଳେ ତୁ ଗୋଵିନ୍ଦଃ, ପ୍ରଭାତେ କର ଦର୍ଶନ’ l

* ସ୍ନାନ ମନ୍ତ୍ର – ସକାଳୁ ସ୍ନାନ କରିବା ସମୟରେ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ, ‘ଗଙ୍ଗେ ଚ ଯମୁନେ ଚୈବା ଗୋଦାବରୀ ସରସ୍ୱତୀ , ନର୍ମଦେ ସିନ୍ଧୁ କାବେରୀ ଜଳମ୍ଅସ୍ମିନସନିଧମ କୁରୁ’ l

* ସୂର୍ଯ୍ୟଙ୍କ ଅର୍ଘ୍ୟ ମନ୍ତ୍ର  – କାର୍ତିକ ମାସରେ ସୂର୍ଯ୍ୟଦେବ ଦକ୍ଷିଣାୟନ ଗତି କରି ଥାଆନ୍ତି ତେଣୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ ର ବିଶେଷ ବିଧି ରହିଛି l ତେଣୁ ଯେବେବି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରୁଛନ୍ତି ସେହି ସମୟରେ ଏହି ମନ୍ତ୍ର ଜପ କରନ୍ତୁ l ‘ଓଂ ସୂର୍ଯ୍ୟାୟ ନମଃ’ l

* ଭୋଜନ ମନ୍ତ୍ର – ଆମ ହିନ୍ଦୁ ଧର୍ମରେ ଭୋଜନ ପୂର୍ବରୁ ଈଶ୍ୱର ଙ୍କୁ ସ୍ମରଣ କରିବାର ମାନ୍ୟତା ରହିଛି l କାରଣ ଅନ୍ନ ଗ୍ରହଣ ପୂର୍ବରୁ ସେହି ସର୍ବ ଶକ୍ତିମାନ ଈଶ୍ୱର ଙ୍କୁ ବିଶେଷ ପ୍ରାର୍ଥନା କରାଯାଇ ଥାଏ l ‘ ଓଂ ସହ ନାବତୁ, ନଉ ଭୁଁକଟୁ ସହ, କମ ବୀର୍ଯ୍ୟ ହୋତ ଆହେ, ତେଜସ୍ବୀନା ବଧିମସ୍ତୁ ହେ ମାଜୋଜ୍ଞାନ, ଓମ ଶାନ୍ତି ଶାନ୍ତି ଶାନ୍ତି’ l

* ଶୟନ ମନ୍ତ୍ର – ପ୍ରତିଦିନ ରାତ୍ରୀ ରେ ଶୋଇବା ପୂର୍ବରୁ ଶୟନ ମନ୍ତ୍ର ନିହାତି ପାଠ କରିବା ଉଚିତ l ଯାହାଦ୍ୱାରା ଭଗବାନ ବିଷ୍ଣୁ ଙ୍କ କୃପା ଲାଭ ହୋଇଥାଏ l ‘ଜଳ ରକ୍ଷତୁ ବରାହ, ସ୍ଥଳେ ରକ୍ଷତୁ ବାମନ, ଅତବ୍ୟ ନରସିଂହଶ୍ଚ ସର୍ବତା ପାତୁ କେଶଵଃ’ l

Nalco
Leave A Reply