ନୂଆଦିଲ୍ଲୀ : ବ୍ରିଟେନ ମହାରାଜା ଚାର୍ଲସ ତୃତୀୟ ଙ୍କ ରାଜ୍ୟ ଅଭିଷେକ ପୂର୍ବରୁ ବ୍ରିଟେନ ର ଚିନ୍ତା ବଢି ଯାଇଛି ଯେ ଭାରତ ଅସନ୍ତୋଷ ହୋଇ ନଯାଉ l ଏହି ଅସନ୍ତୋଷ ର କାରଣ କୋହିନୁର ହୀରା ହୋଇପାରେ l ବ୍ରିଟେନ ମଧ୍ୟ ଖୁବ ବୁଦ୍ଧିମାନ ଦେଖାଇ ଏହି ବିବାଦକୁ ଏଡ଼ାଇବା ପାଇଁ ଚେଷ୍ଟା କରିଛି l ସୂଚନା ଅନୁସାରେ ଭାରତ ଓ ଅନ୍ୟ ଦେଶ ଗୁଦିଙ୍କୁ ଅସନ୍ତୋଷ କରିବାରୁ ଏଡ଼ାଇବା ପାଇଁ ମହାରାଜା ଚାର୍ଲସ ତୃତୀୟଙ୍କ ପତ୍ନୀ କେମିଲା ତାଙ୍କ ରାଜ୍ୟାଭିଷେକ ସମୟରେ ସ୍ବର୍ଗତ ମହାରାଣୀ ଙ୍କ ମୁକୁଟ ପିନ୍ଧିବେ ନାହିଁ l କାହିଁକି ନା ଏଥିରେ ବିବାଦସ୍ପଦ ୧୦୫ କ୍ୟାରେଟ ର କୋହିନୁର ହୀରା ଲାଗିଛି l
ବ୍ରିଟେନ ମହାରାଜାଙ୍କ ରାଜ୍ୟାଭିଷେକ ଆସନ୍ତା ବର୍ଷ ମଇ ମାସ ୬ ତାରିଖରେ ଲଣ୍ଡନ ସ୍ଥିତ ବେଷ୍ଟମିଷ୍ଟାର ଏବେ ରେ ଅନୁଷ୍ଠିତ ହେବ l ବଙ୍କିମହାମ ପ୍ୟାଲେସ ତରଫ ରୁ ଏହା ଘୋଷଣା କରାଯାଇଛି l ଗତ ମାସରେ ବ୍ରିଟେନ ମହାରାଣୀଙ୍କ ମୃତ୍ୟୁପରେ ତାଙ୍କ ୭୩ ବର୍ଷୀୟ ପୁତ୍ର ଚାର୍ଲସ ଙ୍କୁ ମହାରାଜା ଭାବରେ ଘୋଷଣା କରାଯାଇ ଥିଲା l ଡେଲି ମେଲ ର ସୂଚନା ଅନୁସାରେ ରାଣୀ କେମିଲା ଙ୍କୁ କୋହିନୁର ହୀରା ଜଡିତ ମୁକୁଟ ପିନ୍ଧାଇବାର ଯୋଜନା ରହିଥିଲା l କିନ୍ତୁ ଏହି ଯୋଜନାକୁ ରାଜନୈତିକ ସମ୍ବେଦନଶୀଳତା ଯୋଗୁଁ କରାଯାଇ ନପାରେ l ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନ ପୂର୍ବରୁ ବ୍ରିଟେନ ର ଭାବି ରାଜା ଏହି ମୁଦା ଉଠାଇ ଥିଲେ ଯେ ତାଙ୍କର ଅଭିଷେକ ସମୟରେ ତାଙ୍କ ପତ୍ନୀ ଙ୍କୁ ସେହି ମୁକୁଟ ପିନ୍ଧାଇ ପାଟ ରାଣୀ ଘୋଷଣା କରାଯାଇ ଥାଆନ୍ତା l ଏହି ମୁଦା କୁ ନେଇ ସେହି ସମୟରେ ସହମତି ମିଳିଯାଇ ଥିଲା l