ଆମେରିକାର ଗବେଷକ ମାନଙ୍କ ଦ୍ଵାରା ଗବେଷଣା ରୁ ଜଣା ପଡ଼ିଛି ଯେ ମାନସିକ ଚାପ ଅନେକ ଗୁଡ଼ିଏ ରୋଗର କାରଣ ଅଟେ । ଗବେଷକ ଙ୍କ ମତରେ ଆମ ଶରୀର କେବଳ ମାନସିକ ଚାପ ନେବା ପାଇଁ ରହିନାହିଁ , ଆଜି କାଲି ର ଜୀବନ ଚର୍ଯ୍ୟା ରେ ମାନସିକ ଚାପ ଆସୁ ଥିଲେ ଏହାକୁ ଦୂର କରିବା ପାଇଁ ଆମେ ଉପାୟ ଜାଣି ରଖିବା ନିହାତି ଆବଶ୍ୟକ । କୌଣସି ପ୍ରକାରର ଚିନ୍ତା ହେବା ଦ୍ବାରା ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହେଉଛୁ ।
ଗବେଷଣା କହୁଛି ଚିନ୍ତା ମୁକ୍ତ ଜୀବନ ପାଇଁ ୭ଟି ଷ୍ଟେପ୍ସ୍ ନିହାତି ଆପଣାଇବା ଜରୁରୀ -:
୧ – ସର୍ବ ପ୍ରଥମେ ଚିନ୍ତା କେଉଁ କାରଣରୁ ହେଉଛି ତାହା ଜାଣି ରଖିବା ଉଚିତ୍ । ଏହାଛଡା ଜାଣିବା ଜରୁରୀ ଯେ ଏହି ଚିନ୍ତା ଆପଣଙ୍କ ଉପରେ କି ପ୍ରଭାବ ପକାଉଥାଏ । ଏହାକୁ ଏଡ଼ାଇବା ପାଇଁ ନିୟମିତ ଆଧ୍ୟାତ୍ମିକ ଉପାୟ ନିହାତି ଆପଣାଇବା ଜରୁରୀ ।
୨- ଯେତେବେଳେ ଆପଣ ଅଧିକ ଚିନ୍ତା ଗ୍ରସ୍ତ ହେଉଛନ୍ତି ସେତେବେଳେ ତୁରନ୍ତ ପଜ ବଟମ୍ ଦବାଇ ଦିଅନ୍ତୁ ଅର୍ଥାତ୍ ଚିନ୍ତା କୁ ଅଣଦେଖା କରିବା ପାଇଁ ଏକୁଟିଆ ରେ ନରହି ଗହଳି ରେ ରୁହନ୍ତୁ ।
୩- ଗବେଷଣା କହୁଚି ଯେ ଡିପ୍ରେସନ୍ କୁ ତୁରନ୍ତ ଦୂରେଇବା ପାଇଁ ଦୀର୍ଘ ନିଃଶ୍ୱାସ ହେଉଛି ଗୋଟିଏ ଭଲ ଉପାୟ । ତେଣୁ ଚିନ୍ତା ବଢିବା ସମୟରେ ବାରମ୍ବାର ଦୀର୍ଘ ନିଃଶ୍ୱାସ ନିଅନ୍ତୁ । ଏହାଦ୍ବାରା ଚିନ୍ତା କମିବ ଓ ମାନସିକ ଶାନ୍ତି ମିଳିବ ।
୪- ଯେଉଁ କାରଣରୁ ଚିନ୍ତା ବଢୁଛି ତାର ଉପାୟ ଖୋଜି ବାହାର କରିବା ନିହାତି ଆବଶ୍ୟକ । ନିଜକୁ ଭାରାକ୍ରାନ୍ତ କରି ରଖିବା ଉଚିତ୍ ନୁହେଁ ।
୫- ସବୁବେଳେ ପ୍ଲାନିଂ ଅନୁସାରେ ସବୁ କାମ କରିବା ଉଚିତ୍ । ସିଚୁଏସନ୍ ଯାହାବି ହେଉନା କାହିଁକି ପ୍ଲାନିଙ୍ଗ ଠିକ୍ ଥିଲେ ସବୁ ସମସ୍ୟାର ଉପାୟ ବାହାରି ଯିବ ।
୬ – ମାନସିକ ଉତେଜନା ଦୁର କରିବା ପାଇଁ ନିଜର ବିଚାରକୁ ପଜିଟିଭ ସାଇଡ ରେ ରଖନ୍ତୁ । ଯଦି କୌଣସି କଥାକୁ ନେଇ ଉତେଜନା ଦେଖା ଦେଉଚି ତେବେ ଆପଣ ନିଜ ମନକୁ ଭଲ କଥାରେ ଫୋକସ୍ କରନ୍ତୁ । ଯେଉଁ କାରଣରୁ ନିଜକୁ ମାନସିକ ଚାପ ରୁ ଦୂରେଇ ରଖି ପାରିବେ ।
୭- ମାନସିକ ଦୁଶ୍ଚିନ୍ତା ଠାରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ , ପୋଷାକ ଖାଦ୍ୟ ଖାଆନ୍ତୁ, ଠିକ୍ ରେ ସୁଅନ୍ତୁ , ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ବିତାନ୍ତୁ, ନିଜର ପ୍ରିୟ ଲୋକ ଙ୍କ ସହିତ ମନର ଭାବନା ବାଣ୍ଟନ୍ତୁ ।
