ତାଳଚେର ତା ୧୯/୦୯ ତାଳଚେର ଅଂଚଳର ପାଖାପାଖି ୬୦ ପ୍ରତିଶତ ଜଙ୍ଗଲ, ଜମି, ଘରଦ୍ୱାରା ଏମସିଏଲ ଦ୍ୱାରା ଅଧିକୃତ ହେବା ପରେ କ୍ଷତିଗ୍ରସତ ପ୍ରଜାମାନେ କେହି ବାସଚ୍ୟୁତ୍ ହୋଇ କେହି କ୍ୱାର୍ଟରକୁ ପଳାଇ ଯାଉଥିବା ବେଳେ ଆଉ କେହି ଭଡ଼ା ଘର ନେଇ ଅନ୍ୟତ୍ର ଚାଲି ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କର ‘ଗୋ’ପାଳିତ ପଶୁପକ୍ଷୀ ବେସାହାର ହୋଇ ରାସ୍ତା ବାଟଘାଟରେ ଖାଦ୍ୟ ଅନ୍ୱେଷଣ ପାଇଁ ଘୂରୀବୁଲିଛନ୍ତି । ଆହୁରି ମଧ୍ୟ କିଛି ଗାଈଗୋରୁ ମାଲିକମାନେ ସଠିକଭାବେ ସେମାନଙ୍କୁ ଲାନପାଳନ କରି ପାରୁନଥିବାରୁ ଖୋଲମଖୁଲା ଭାବେ ପଦାକୁ ଛାଡ଼ି ଦେଉଛନ୍ତି । ଯାହା ଫଳରେ କି ଗାଈଗୋରୁମାନେ ଜାତୀୟ ରାଜପଥ ହେଉ ଅବା ଗ୍ରାମାଚଂଳର ରାସ୍ତା ଗୁଡ଼ିକରେ ଆଶ୍ରୟ ନେଇଥାନ୍ତି । ଫଳରେ ଦ୍ରୁତଗାମୀ ଭାରୀଯାନ ବହାନ ନିଜର ଭାରସ୍ୟାମ ହରାଇ ରାସ୍ତାରେ ଶୋଇ ରହିଥିବା ଏହି ଗାଈଗୋରୁଙ୍କ ଉପରେ ମଡ଼ାଇ ଚାଲିଯାଇଥାନ୍ତି । ଏହି ଗୋରୁଗାଈଙ୍କ ମଧ୍ୟରୁ କେହି ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଅନ୍ୟ କେତେକ ଗୋଡ଼, ମେରୁଦଣ୍ଡ ଶରୀରର ଅଂଶବିଶେଷ ଇତ୍ୟାଦି ଭାଙ୍ଗି ଅର୍କମଣ୍ୟ ହୋଇଯାଇଥାନ୍ତି । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଗୋମାତା ଏଠାରେ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟଅନୁମେୟ । ଏତିକି ନୁହେଁ, ଏସବୁ ନିରୀହ ବୁଲା ଗୋରୁଗାଈଙ୍କୁ ଅତି ଚତୁରତା ସହ ଚୋରା ଗୋଚାଲାଣକାରୀ ବିଭିନ୍ନ ଯାନବାହାନରେ ଉଠାଇନେଇ ବେଧଡ଼କ ଭାବେ କଂଷେଇ ଖାନାକୁ ଚାଲାଣ କରିଦେଇଥାନ୍ତି । ଏହି ଦୁଃଖଦ ଘଟଣାକୁ କେନ୍ଦ୍ରକରି ଆଜି ତାଳଚେର ଉପଖଣ୍ଡ ବଜ୍ରଙ୍ଗଦଳ ପକ୍ଷରୁ ଦୁଇଟି ଦୁର୍ଘଟଣାଗ୍ରସ୍ତ ଗୋମାତାଙ୍କୁ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ୁସମ୍ମୁଖରେ ଗଣଧାରଣାଦେଇ ଏହାର ପ୍ରତିବାଦ୍ର ସ୍ୱର ଉଠାଇବା ସହ ଏମାନଙ୍କର ସୁରକ୍ଷା ନେଇ ଗୋଶାଳା ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଉପଜିଲ୍ଳାପାଳଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରତିବାଦ୍ ସଭାରେ ପ୍ରିୟବ୍ରତ ମହାପାତ୍ର, ଅରୁଣ କୁମାର ମହାପାତ୍ର, ସିଦ୍ଧେଶ୍ୱର ସାହୁ, ଅମରେନ୍ଦ୍ର ସାହୁ, ଅମିତ ଲୋଚନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।