ବାରିପଦା : ୧୬ବର୍ଷରୁ କମ୍ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜର ୧୬ଜଣିଆ ଦଳ ଘୋଷିତ ହୋଇଯାଇଛି । ଦଳର ଅଧିନାୟକ ମୋହିତ ସାଗର ପ୍ରହରାଜ ଓ ଉପଅଧିନାୟକ ସୁରେଇ ହେମ୍ବ୍ରମ ହୋଇଥିବାବେଳେ ଅନ୍ୟ ଖେଳାଳୀମାନେ ହେଲେ ବିପ୍ରାଂଶୁ ସିଂହ, ଲୋକନାଥ ପୃଷ୍ଟି, ବି୍ରଜେଶ ମିଶ୍ର, ଭବାନୀ ଶଙ୍କର ମହାଳିକ୍, ଉଜ୍ଜଳ କୁମାର ଯାଦବ, ମହମ୍ମଦ ଆର୍ସାଦ ରାଜା, ଟିକିନା ପାତ୍ର, ଜ୍ୟୋତି ପ୍ରକାଶ, ଜୀତ ଦେ, ଅଙ୍କିତ ଅମନ ଦାସ, ଚିରଞ୍ଜୀବ୍ ସାମନ୍ତରାୟ, ହିମାଂଶୁ ଶେଖର ମହାନ୍ତ, ଲୋହିତ କୁମାର ଜେନା ଓ ଦିବ୍ୟରଞ୍ଜନ ସାହୁ ଏବଂ ଦଳ ସହିତ ମ୍ୟାନେଜର ଅବିନାଶ ଖଣ୍ଡେଲୱାଲ ଓ ମନୁ ରାମ ଗସ୍ତ କରିବେ । ଦଳ କଟକ ଅଭିମୁଖେ ଯାତ୍ରା କରିଥିବାବେଳେ ୧୯ ତାରିଖ ଦିନ ମୟୂରଭଞ୍ଜ ତାର ପ୍ରଥମ ମ୍ୟାଚ୍ କିଟ୍ସ, ଭୁବନେଶ୍ୱର ସହିତ ଖେଳିବ ବୋଲି କ୍ରିକେଟ୍ ସହ ସମ୍ପାଦକ ହରପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଅମିତାଭ ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଅନ୍ୟତମ କ୍ରିକେଟ୍ ସହସମ୍ପାଦକ ପ୍ରସନ୍ନଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉସôାହିତ କରିଥିଲେ ।