Odisha news

ଆଣ୍ଠୁଏ ପାଣିରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ , ସାପ ଭୟ ରେ ଭୟଭୀତ ଗ୍ରାମବାସୀ

0

ଆଳି – ୨୪ା୮: ଆଳି ବ୍ଲକ ଅନ୍ତର୍ଗତ ମହୁ ପଞ୍ଚାୟତର ୧୧ନଂ. ୱାର୍ଡ ସ୍ଥିତ ମିଶ୍ରସାହି ଠାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରାସ୍ତାରେ ଲଗାଣ ବର୍ଷା ଯୋଗୁ ସପ୍ତାହେ ହେଲା ପାଣି ଜମି ରହିଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ଏବେ ବିଦ୍ୟାଳୟ ଯିବା ବେଳେ ନାହିଁ ନଥିବା ହୀନସ୍ତା ହେଉଛନ୍ତି୤ ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି୤ ସପ୍ତାହେ ହେଲା ପାଣି ଜମି ରହିବାରୁ ପଚି ଦୁର୍ଗନ୍ଧ ହେଉଛି ୤ ଏଥିସହ ଏହି ରାସ୍ତା ପାର୍ଶ୍ବରେ ଘର କରିଥିବା ପ୍ରାୟ ୨୦ ପରିବାର ମଧ୍ୟ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି୤ ନିକଟରେ ଥିବା ବଣବୁଦାରେ ବର୍ଷା ପାଣି ପଶି ଥିବାରୁ ସାପ, ଗୋଧି ଆଦି ସରୀସୃପ ଆସି ଘରେ ପଶୁଛନ୍ତି୤ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସଞ୍ଜ ନଇଁଲେ ଅନ୍ଧାର ସହ ସାପ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି ୤ ବିଦ୍ୟାଳୟ ଖେଳ ପଡିଆ ଓ ଶୈାଚାଳୟ ଯିବା ରାସ୍ତାରେ ପାଣି ଜମିଥିବାରୁ ଛାତ୍ର ଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି୤ ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ବ ହେବ ଅଞ୍ଚଳବାସୀ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି୤ ନିମ୍ନମାନର କାମ ଓ ରାସ୍ତା ଉଚ୍ଚା ହୋଇ ନଥିବାରୁ ଏପରି ପାଣି ଜମୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି୤ ସମସ୍ୟା ନେଇ ସ୍ଥାନୀୟ ରାଜନେତାଙ୍କ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଲୋକେ ନିରାଶ ହେଲେଣି୤ ଆଗାମୀ ଦିନରେ କଲେକ୍ଟର ଅଫିସ ଯାଇ ଘେରାଉ କରିବା ସହ ସେଠାରେ ଧାରଣା ଦେବେ ବୋଲି କାଳନ୍ଦୀ ତ୍ରିପାଠୀ, କୁସୁମ ମିଶ୍ର, ମନୋଜ ତ୍ରିପାଠୀ ପ୍ରମୁଖ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି

Nalco
Leave A Reply