Odisha news

ଦ୍ବିତୀୟ ବିବାହ ବେଳେ ବେଦିରୁ ପୁଲିସ ଉଠାଇ ନେଲା ବରକୁ

0

ଭଞ୍ଜନଗର–ପ୍ରଥମ ସ୍ବୀର ସ୍ବାମୀ ଦ୍ବିତୀୟ ବିବାହ କରିବା ବେଳେ ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ବିବାହ ଚାଲିଥିବା ସମୟରେ ବରବେଶ ଯୁବକକୁ ବେଦୀରୁ ଉଠାଇ ଆଣିଛି ପୁଲିସ। ଏଭଳି  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ। ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ଗ୍ରାମର ଜଣେ ଯୁବକ ଗତ ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସଂର୍ପକ ରଖିବା ସହ ତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ତାଙ୍କୁ ଯୌତୁକ ପାଇଁ ସ୍ବାମୀ ନିର୍ଯ୍ୟାତନା ଦେଉଥିବା ସେ କିଛି ମାସ ତଳେ ସେ ଥାନାରେ ଅଭିଯୋଗ କରିଥିଲେ। ଏସଂର୍ପକରେ ପୁଲିସ୍ ଏକ ଯୌତୁକ ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ଚାଲିଥିବା ବେଳେ ଉକ୍ତ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ଲୁଚି ଛପି ବିବାହ କରୁଥିବା ଜାଣିପାରି ଥାନାରେ ଅଭିଯୋଗ କରିଥିଲ। ଏହାପରେ ପୁଲିସ୍ ସହର ଉପକଣ୍ଠ ସୋରାଦେବୀ ମନ୍ଦିର ଠାରେ ପହଞ୍ଚି ବିବାହ ବନ୍ଦ କରିବା ସହ ବିବାହ ବେଦୀରୁ ସେହି ଯୁବକକୁ ଉଠାଇ ଥାନାକୁ ଆଣିଛି। ବର ବେଶରେ ଥାନାକୁ ଅଣାଯାଇଥିବା ବେ ଳେ ବିବାହ ଅଧାରେ ଅଟକି ଯାଇଥିବା ଜଣାପଡିଛି। ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସଂକ୍ରାନ୍ତରେ ଥାନା ଅଧିକାରୀ ଧୀରେଶ ଦାଶ କହିଛନ୍ତି ଯେ ତାଙ୍କର ପ୍ରଥମ ପତ୍ନୀଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ଥାନାକୁ ଅଣାଯାଇଛି। ପଚରା ଉଚୁରା ଚାଲିଛି ତଦନ୍ତ ପରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କହିଛନ୍ତି।

Nalco
Leave A Reply