ଆମେ ସାଧାରଣ ଭାବରେ ଗୁଡ଼ ଶୀତଋତୁ ରେ ବ୍ୟବହାର କରିଥାଉ କାରଣ ଏହା ଗରମ ଅଟେ l ଗୁଡ଼ ସ୍ୱାଦିଷ୍ଟ ହେବା ସହିତ ଶରୀର ପକ୍ଷରେ ମଧ୍ୟ ଖୁବ ହିତକର l କିନ୍ତୁ ଆୟୁର୍ବେଦ କହୁଛି ଆପଣ ଗୁଡାକୁ ବର୍ଷ ସାରା ବ୍ୟବହାର କରିପାରିବେ l ଗୁଡା ପୋଷାକ ତତ୍ୱର ଗନ୍ତାଘର ଅଟେ, ଏଥିରେ ଭିଟାମିନ ବି ୧୨, ଭିଟାମିନ ବି ୬ , କ୍ୟାଲସିୟମ , ଆଇରନ, ଫୋଲେଟ , ମଗ୍ନେଶୀୟମ, ସେଲେନିୟମ, ମାଙ୍ଗାନିଜ, ଫସଫରସ ଓ ପୋଟାସିୟମ ଭଳି ତତ୍ୱ ରହିଛି l ଗୁଡ଼ ଖାଇବା ଦ୍ୱାରା ଶରୀର ଠିକ ରହିଥାଏ l
– ୟୁଟିଆଇ ଇନଫେକ୍ସନ ରୁ ଆରାମ ମିଳିଥାଏ –
ସାଧାରଣ ଭାବରେ ମହିଳାମାନେ ୟୁଟିଆଇ ଦ୍ୱାରା ପ୍ରଭାବିତ ରହି ଥାଆନ୍ତି l ୟୁରିନାରୀ ଟ୍ରାକସ ଇନଫେକ୍ସନ (UTI) ରୁ ଆରାମ ପାଇବା ପାଇଁ ଆପଣ ନିୟମିତ ଗୁଡ଼ ସେବନ କରନ୍ତୁ l ଗୁଡ଼ ଡ଼ାଈଯୁରେଟିକ ଅଟେ ଏହାକୁ ଖାଇବା ଦ୍ୱାରା ପରିଶ୍ରା ଅଧିକ ଲାଗିଥାଏ ଓ ସଂକ୍ରମଣ କ୍ଲିନ ହୋଇଥାଏ l ଏହାଦ୍ୱାରା ପରିସ୍ରା ନଳୀର ଫୁଲା କମି ଥାଏ l ତେଣୁ ପ୍ରତିଦିନ ସାମାନ୍ୟ ଉଷୁମ ପାଣି ଓ ଗୁଡ ସେବନ କରନ୍ତୁ l
– ମାସିକ ଋତୁ ଶ୍ରାବ ସମୟରେ ଆରାମ ମିଳେ –
କିଛି ମହିଳାଙ୍କୁ ପିରିଅଡଶ ସମୟରେ ପ୍ରବଳ ଶରୀର ଯନ୍ତ୍ରଣା ହୋଇଥାଏ l ଏପରି ସ୍ଥିତି ରେ ଗୁଡ଼ ସେବନ କରିବା ନିହାତି ଜରୁରୀ l ଗୁଡ଼ ରେ ମଗ୍ନେଶୀୟମ ଓ ସେଲେନିୟମ ରହିଥାଏ ଯାହା ଯନ୍ତ୍ରଣା କମାଇଥାଏ l ଗୁଡ଼ ରେ ଆଇରନ ରହିଥିବାରୁ ପିରିଅଡଶ ସମସ୍ୟା ଠିକ କରିଥାଏ l ଗୁଡ଼ ଓ ଉଷୁମପାଣି ନିୟମିତ ସେବନ କରନ୍ତୁ l
– ଏନିମିଆ ଦୂର କରିଥାଏ –
ମହିଳା ମାନଙ୍କ ନିକଟରେ ସାଧାରଣ ଭାବରେ ରକ୍ତ ହୀନତା ସମସ୍ୟା ଅର୍ଥାତ ଏନିମିଆ ସମସ୍ୟା ଦେଖା ଯାଇଥାଏ l ଏପରି ସ୍ଥିତିରେ ଗୁଡ଼ ଖୁବ ଲାଭକାରୀ l ଗୁଡ଼ ରେ ଆଇରନ ଓ ଫୋଲେଟ ରହିଥାଏ l ଯାହାକି ମହିଳା ମାନଙ୍କ ପାଇଁ ହିତକର l
– ହର୍ମୋନ ବାଲାନ୍ସ କରେ –
ଗୁଡ଼ ମହିଳାଙ୍କର ହର୍ମୋନଲ ବାଲାନ୍ସ କରିଥାଏ l ମହିଳା ମାନଙ୍କୁ ହର୍ମୋନାଲ ବାଲାନ୍ସ ରେ ବାଧା ଉପୁଜଉଥିବାରୁ ଥାଇରଏଡ, ଭଳି ଅନେକ ସମସ୍ୟା ସମୁଖୀନ ହେବାକୁ ପଡିଥାଏ l ସେଥିପାଇଁ ଖଣ୍ଡିଏ ଗୁଡ଼ ଓ ଉଷୁମ ପାଣି ପିଇବା ଉଚିତ l
