Odisha news

ଜନ୍ମାଷ୍ଟମୀରେ ମୟୁର ଚନ୍ଦ୍ରିକା ରଖନ୍ତୁ ଏହି ଦିଗରେ, ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଲାଭ କରିବେ ସଫଳତା

0

ମୟୁର ଗୋଟିଏ ଏଭଳି ପକ୍ଷୀ ଯାହାକୁ ଦେଖି ମନ ଖୁସି ହୋଇ ଯାଇଥାଏ l ମୟୂର ଯେତେବେଳେ ନିଜର ଡେଣା ମେଲାଇ ନାଚିଥାଏ ତାହା ସମସ୍ତଙ୍କ ମନକୁ ଖୁସିରେ ଭରି ଦେଇଥାଏ l ମୟୁର ପଙ୍ଖ ଘରେ ରଖିବା ଖୁବ ଶୁଭ l ଏହି ପକ୍ଷୀଟି କୁ ଦେଖିବା ମାତ୍ରକେ ଶୁଭ ସୂଚନା ମିଳିବ ବୋଲି ଜ୍ୟୋତିର୍ବିଦ ମାନେ କହି ଥାଆନ୍ତି l

ମୟୁର ଚନ୍ଦ୍ରିକା ଶ୍ରୀକୃଷ୍ଣ ଙ୍କର ଖୁବ ପ୍ରିୟ ଅଟେ l ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଜନ୍ମାଷ୍ଟମୀ ରେ ବିଶେଷ ସଂଯୋଗ ଘଟୁଥିବା କାରଣରୁ ମୟୁର ଚନ୍ଦ୍ରିକା କୁ ଆପଣ ନିଜ ଘରେ ଏହିଭଳି ଭାବରେ ସ୍ଥାପନା କରିବା ଦ୍ୱାରା ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିବେ l

– ମୟୂର ଚନ୍ଦ୍ରିକା ଘରର ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ l ଆପଣ ଏହାକୁ ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ରଖି ପାରିବେ l

– ଅନ୍ୟ ପକ୍ଷରେ ଯେଉଁ ଲୋକମାନେ କୁଣ୍ଡଳୀରେ ରାହୁ ଦୋଷ ରହିଥାଏ ସେମାନେ ଉତ୍ତର ପଶ୍ଚିମ ଦିଗରେ ମୟୂର ପଙ୍ଖ ରଖିବା ଉଚିତ l ଏହାଦ୍ୱାରା ରାହୁ ଦୋଷ କମି ଯାଇଥାଏ l

– ବିଦ୍ୟାର୍ଥୀ ମାନେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ନିଜ ପୁସ୍ତକ ରେ କିମ୍ବା ନିଜର ପଢା ଟେବୁଲ୍ ଉପରେ ରଖିବା ଉଚିତ l ଏହି କାରଣରୁ ପାଠ ପଢ଼ାରେ ମନା ଲାଗିଥାଏ l

– ଲିଭିଂ ରୁମ୍ ରେ ପୂର୍ବ ଦିଗର କାନ୍ଥ ରେ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ଏହାଦ୍ୱାରା ଗୃହ କଳହ ମଧ୍ୟ ଦୂର ହୋଇଥାଏ l

– ମୟୂର ଚନ୍ଦ୍ରିକା ଶୋଇବା ଘରେ ରଖିବା ଦ୍ୱାରା, ବୈବାହିକ ଜୀବନ ସୁଖମୟ ହୋଇଥାଏ l ଆହୁରି ମଧ୍ୟ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ମୟୁର ଚନ୍ଦ୍ରିକା ଘରେ ରଖିବା ଦ୍ୱାରା ସମସ୍ତଙ୍କ ମଧ୍ୟରେ ଏକତା ରହିଥାଏ ଓ ଆର୍ଥିକ ସ୍ଥିତି ସୁଧୁରି ଯାଇଥାଏ l

Leave A Reply