ନିରାକାରପୁର, ୧୨/୮: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଅମୃତ ମହୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଘର ଘର ତ୍ରିରଙ୍ଗା ପାଳନ ପାଇଁ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସାମିଲ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଘରେ ଘରେ ଜାତୀୟ ପତାକା ଲଗାଇବା ସହିତ ସମସ୍ତ ଘରକୁ ମାଗଣାରେ ଜାତୀୟ ପତାକା ଦେବାର ବ୍ୟବସ୍ଥା କରାଯାଇଥିବ। ସୂଚନା ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର , ରାମେଶ୍ବର ଓ ଲେଣ୍ଡୁ ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ମାନେ ଘର ଘର ବୁଲି ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା।