Odisha news

ଘରୋଇ ବସ୍ ଓଲଟି ଜଣେ ମୃତ ପନ୍ଦର ରୁ ଉର୍ଦ୍ଧ ଆହତ

0

ପିପିଲି… ଆଜି ଅପରାହ୍ନରେ ଭୁବନେଶ୍ଵର ରୁ ଅସ୍ତରଙ୍ଗ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ମୃତ୍ୟୁ ଘଟି ଥିବା ବେଳେ ପ୍ରାୟ ପନ୍ଦର ଉର୍ଦ୍ଧ ଲୋକ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତର ଖାନା ପଠା ଯାଇଚି. ପ୍ରତ୍ୟକ୍ଷ ଦର୍ଶି ଙ୍କ ସୂତ୍ରରୁ ପ୍ରକାଶ ଯେ ଅପରାହ୍ଣ ଚାରି ଟା ବେଳେ ଭୁବନେଶ୍ଵର ରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିବା ଘରୋଇ ବସ୍ ସାରଳା OR 02 U 9954 ପିପିଲି ଟୋଲ ଗେଟ୍ ଠାରେ ଝିପିଝିପି ବର୍ଷା ପାଇଁ ଭାରସାମ୍ୟ ହରାଇ ରାସ୍ତା ର ଡିଭାଇ ଡର ରେ ପିଟି ହୋଇ  ମଝୀ ରାସ୍ତା ରେ ଓଲଟି  ପଡିଥିଲା. ଘଟଣା ସ୍ଥଳରେ ବସ୍ ତଳେ ଚାପି ହୋଇ ଜଣ ଙ୍କର୍ ମୃତ୍ୟୁ ଘଟି ଥିବା ବେଳେ ପ୍ରାୟ ପନ୍ଦର ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ପହଂଚି ଉଧାର୍ କରି ଡାକ୍ତରଖାନା ପଠାଇ ଦେଇଛନ୍ତି. ବସ୍ ଟି ରାସ୍ତା ଉପରେ ପଡି ରହି ଥିବାରୁ ପ୍ରାୟ ଏକ ଘଣ୍ଟା ରାସ୍ତା ଜାମ୍ ହୋଇ ରହିଥିଲା. ଖବର ପାଇ ପିପିଲି ପୁଲିସ, ଦମକଳ ବାହିନୀ ପହଂଚି କ୍ରେନ୍ ସାହାଯ୍ଯ ରେ ବସ୍ କୁ ରାସ୍ତା ରୁ ହଟାଇବା ପରେ ଚଳାଚଳ ସ୍ଵାଭାବିକ ହୋଇ ଥିଲା. ଖବର ଲେଖା ହେବା ପର୍ଯ୍ଯନ୍ତ ମୃତ ଯୁବକ ଟିର ପରିଚୟ ମିଳି ପାରି ନ ଥିବା ବେଳେ ଆହତ ଙ୍କ ପ୍ରକୃତ ସଂଖ୍ୟା ଜଣା ପଡି ନାହିଁ. ପୁଲିସ ତଦନ୍ତ ଚାଲୁ ରଖିଛି. I

Nalco
Leave A Reply