Odisha news

ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ କମିଟି ମିଳନ

0
ଭଞ୍ଜନଗର :- ପବିତ୍ର ରକ୍ଷା ବନ୍ଧନ  ଉପଲକ୍ଷେ  ଡିହପଢାଳ ହରଗୌରୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ କମିଟି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଇଛି ।ମୁଖ୍ୟ ଅତିଥି ରୂପେ ସ୍ୱାମୀ ଆତ୍ମାନନ୍ଦ ସରସ୍ବତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଭଞ୍ଜନଗର ଖଣ୍ଡ ର କାର୍ଯ୍ୟବାହ ପ୍ରଦୀପ କୁମାର ଆଚାର୍ଯ୍ୟ ,ଶିକ୍ଷକ  ସୁବାଷ ଚନ୍ଦ୍ର ପ୍ରଧାନ,ସରପଞ୍ଚ ପ୍ରତିନିଧି ସୁବାଷ ଚନ୍ଦ୍ର ବରାଡ଼ ,ନାଟ୍ୟ ସଂସଦ ସଭାପତି  ଶିବାନନ୍ଦ ବରାଡ଼ ,ଅବସର ପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ ପ୍ରମୁଖ ମଞ୍ଚାସିନ ଥିଲେ ।ପ୍ରଥମ ଥର ପାଇଁ  ହରଗୌରୀ ନାଟ୍ୟ ସଂସଦ ଡିହପଢାଳ ପଞ୍ଚାୟତ ର ସମସ୍ତ ଗ୍ରାମ ର ଗ୍ରାମ୍ୟ କମିଟି କୁ ଏକତ୍ରିତ କରିବା କାର୍ଯ୍ୟକ୍ରମ ହାତକୁ ନେଇଛି।ପ୍ରାରମ୍ଭ ରେ ଗୋ ପୂଜନ ,ରକ୍ଷା ବନ୍ଧନ କରାଯାଇଥିଲା ।ଗ୍ରାମ ଗ୍ରାମ ମଧ୍ୟରେ ସୁସମ୍ପର୍କ ରକ୍ଷା କରି ପଞ୍ଚାୟତ ର କଳା ସଂସ୍କୃତି ର ଉନ୍ନତି ସହ କିପରି ପଞ୍ଚାୟତ ରେ ଭାଇଚାରା ବଜାୟ ରହିବ ସେ ଦିଗରେ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଉପସ୍ଥାପକ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିବା ବେଳେ ନାଟ୍ୟ କମିଟି ସମ୍ପଦକ ବିରେନ୍ଦ୍ର ନାୟକ, ନାଟ୍ୟ ପରିଚାଳକ ସାଧୁଚରଣ ସ୍ୱାଇଁ ,ହରପ୍ରସାଦ ବିଷୋୟୀ ,ଜିତେନ୍ଦ୍ର ଭୂୟାଁ ,ପ୍ରଦ୍ୟୁମ୍ନ ବେହେରା,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ସମେତ ମିଶାଇଲ ମ୍ୟାନ ୟୁଥ କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
Leave A Reply