Odisha news

ବ୍ରହ୍ମା କୁମାରୀଜର ବୈଶିଙ୍ଗା ଶାଖାରେ ରକ୍ଷାବନ୍ଧନ ଉତ୍ସବ ପାଳିତ

0
ବେତନଟୀ/ବୈଶିଙ୍ଗା  :  ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସେବାକେନ୍ଦ୍ର, ଉପସେବାକେନ୍ଦ୍ର ଏବଂ ଗୀତା ପାଠଶାଳା ମାନଙ୍କରେ ପବିତ୍ରତାର ସୂଚକ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଯାଇଛି। ବୈଶିଙ୍ଗା ସ୍ଥିତ ବ୍ରହ୍ମାକୁମାରୀଜ ସେବା କେନ୍ଦ୍ରରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବାକେନ୍ଦ୍ରର ମୂଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁପମା ଭଉଣୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ଉପସ୍ଥିତ ଥିଲେ। ଅନୁପମା ଭଉଣୀ କାର୍ଯ୍ୟକ୍ରମରେ  ଉପସ୍ଥିତ ମୂଖ୍ୟ ଅତିଥି ଏବଂ ସମସ୍ତ ଆଧ୍ୟାତ୍ମିକ ଭାଇ ଏବଂ ଭଉଣୀ ମାନଙ୍କୁ ଆତ୍ମ ସ୍ମୃତିର ତିଳକ ଲଗାଇ ପବିତ୍ରତାର ସୂଚକ ରକ୍ଷା ସୂତ୍ର ବାନ୍ଧିବା ସହ ରକ୍ଷାବନ୍ଧନ ପର୍ବର  ଅଲୌକିକତା ପୂର୍ଣ୍ଣ ଜ୍ଞାନଯୁକ୍ତ ରହସ୍ୟ ବିଷୟରେ ଆଲୋଚନା କରିଥିଲେ। ବାସ୍ତବିକ ଜୀବନ ବଞ୍ଚିବା ପାଇଁ ଆଧ୍ୟାତ୍ମିକତାର ସୂତ୍ର ଏକାନ୍ତ ଆବଶ୍ୟକ ବୋଲି ମୂଖ୍ୟ ଅତିଥି ଶ୍ରୀ ଦିଗାର ବର୍ଣ୍ଣନା କରିଥିଲେ। ପରିଶେଷରେ ସେବାକେନ୍ଦ୍ରର ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ଭଗବାନ ଭାଇ ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply