ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଓଡ଼ିଶାରେ ମହିଳାଙ୍କ ପାଇଁ ଜୀବିକା ଉପାର୍ଜନ ନିମନ୍ତେ ଛତୁ ଚାଷକୁ ପ୍ରୋତ୍ସାହିତ କରୁଛି
ଧରଡା ଗ୍ରାମର ଶ୍ରୀମତୀ ସାବିତ୍ରୀ ପାତ୍ର, ଲାଞ୍ଜିବେର୍ଣା ଗ୍ରାମର ଶ୍ରୀମତୀ ଫିଲିସିଆ କୁଲ୍ଲୁ, ଶ୍ରୀମତୀ ସୀମା ଏକ୍କା, ଖେରାମୁତା ଗ୍ରାମର ଶ୍ରୀମତୀ କମଳା ସାହୁ, ଶ୍ରୀମତୀ ଲକ୍ଷ୍ମୀ ସାହୁ ଏବଂ ବିହାବନ୍ଧ ଗ୍ରାମର ଶ୍ରୀମତୀ ସଞ୍ଜଲି ବନଛୋରଙ୍କ ଭଳି ଅନେକ ମହିଳା ଛତୁଚାଷକୁ ଆପଣେଇ ସେଥିରୁ ଫାଇଦା ପାଉଛନ୍ତି । ଛତୁଚାଷ ବ୍ୟବୀତ ଡାଲମିଆ ସିମେଣ୍ଟ ଏହାର ସିଏସ୍ଆର ପ୍ରୟାସଗୁଡିକ ଜରିଆରେ ବିଭିନ୍ନ ଗ୍ରାମରେ ମସଲା ତିଆରି, ଆଚାର ପ୍ରସ୍ତୁତି, ଫୁଲଚାଷ, ଜୈବିକ ପନିପରିବା ଚାଷ, ଟେରାକୋଟା ସାମଗ୍ରୀ ତିଆରି ଆଦିକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ ରହିଛି ।