କାକଟପୁର ୮|୮ ବର୍ଷକ ବାର ମାସ ମଧ୍ଯରୁ ଶ୍ରାବଣ ମାସ ପୁଣ୍ଣ୍ୟ ମାସ ଅଟେ । ଏହି ମାସରେ ମହାଦେବଙ୍କୁ ଜଳାଲାଗି କଲେ ଅଶେଷ ପୁଣ୍ୟ ମିଳେ। ବାଜପୁର ଗାଦି ବ୍ରହ୍ମ ବୋଲବମ୍ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବାଜପୁର ଓ ଏହାର ଆଖପାଖ ଅଞ୍ଚଳର ଛୋଟ ପିଲାମାନଙ୍କୁ ନେଇ କାକଟପୁରର ପ୍ରସିଦ୍ଧ ଶୈବପୀଠ ସୋମେଶ୍ବର ମହାଦେବଙ୍କ ନିକଟରେ ଶତାଧିକ କୁନି କୁନି ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ଛୋଟ ଛୋଟ ପିଲାମାନଙ୍କ ହରହର ମହାଦେବ ଧ୍ବନିରେ ମନ୍ଦିର ପରିସର କମ୍ପିଉଠୁଥିଲା। ସକାଳ ୮ଟା ସମୟରେ
ବାଜପୁର ପଞ୍ଚବଟି ମଠ ନିକଟ ପ୍ରାଚୀ ନଦୀରୁ ଜଳ ଉଠାଇ ସୋମେଶ୍ବର ମହାଦେବଙ୍କ ମନ୍ଦିରରେ ପହଞ୍ଚିଥିଲେ। ଆଜି ଶେଷ ସୋମବାର ଥିବାରୁ ବହୁ ସଂଖ୍ୟାରେ ଛୋଟ ପିଲାମାନେ ବାବା ସୋମେଶ୍ବରଙ୍କ ନିକଟରେ ଜଳ ଲାଗି କରିଛନ୍ତି। ପିଲାମାନଙ୍କ ସୁରକ୍ଷା ଓ ଶୃଙ୍ଖଳାରେ ଧାଡିରେ ଯାଇ ଜଳଲାଗି କରିବା ପାଇଁ ମନ୍ଦିର ସେବକ ସମିତିର ସଭ୍ୟଙ୍କ ପ୍ରତ୍ୟେକ ସତ୍ତ୍ବାବଧାନରେ ଶୃଙ୍ଖଳାର ସହିତ ପିଲାମାନେ ଜଳଲାଗି କରିଥିଲେ। ପ୍ରଦୀପ କୁମାର ପୃଷ୍ଟି, ସନାତନ ବେହେରା, ପିତବାସ ପୃଷ୍ଟ, ସୁବାଷ ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ପୃଷ୍ଟି ସମେତ ଗାଦି ବ୍ରହ୍ମ ବୋଲବମ୍ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ । ଜଳଲାଗି କରିବା ପରେ ପିଲାମାନେ ପ୍ରସାଦ ସେବନ କରି ଘରକୁ ଆସିଥିଲେ। ଆଖ ପାଖ ଅଞ୍ଚଳରୁ ବହୁ ପୁରୁଷ ଓ ମହିଳା ଭକ୍ତ ମାନେ ଜଳ ଲାଗି କରିଥିଲେ l