Odisha news

ବିଜୁଳି ଘଡଘଡି ମାରି କାଶିପୁର ଗ୍ରାମର ଜଣେ ଚାଷୀ ଗୁରୁତର

0

ନିରାକାରପୁର, ୬/୮:  ବିଜୁଳି ଘଡଘଡିରେ ଜଣେ ଚାଷୀ ଗୁରୁତର।ଗୁରୁତର ଚାଷୀ ଜଣଙ୍କ ନିରାକାରପୁର ଥାନା ଡିଆ ଗ୍ରାମପଞ୍ଚାୟତ କାଶିପୁର ଗ୍ରାମର ଦିବାକର ପରିଡା ୪୦ବର୍ଷ।ଦିବାକର ବିଲରେ କାମ କରୁଥିବା ବେଳେ ବିଜୁଳି ଘଡଘଡିରେ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।ଆଜିି ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ହୋଇଥିଲା ବେଳେ ଦିବାକର ବିଜୁଳି ଘଡଘଡି ଆଘାତ ଲାଗି ଗୁରୁତର ହୋଇଛନ୍ତି।ଗୁରୁତର ହୋଇ ବିଲରେ ଦୀର୍ଘ ସମୟ ପଡିବା ପରେ ସ୍ଥାନୀୟ କାଶିପୁର ଗ୍ରାମବାସୀ ଓ ସରପଂଚ ପ୍ରଶାନ୍ତ କୁମାର  ବେହେରା ଙ୍କ ସହଯୋଗ ରେ  ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛନ୍ତି।ଚାଷୀ ଜଣଙ୍କର ଅଵସ୍ଥା ସଂକଟାପନ୍ନ ଅଛି।  ତାଙ୍କୁ ଭୁବେଶ୍ବରସ୍ଥିତ ଏମ୍ସ  ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।

Leave A Reply