ସିମୁଳିଆ-୦୪/୦୮ : ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟାକରି ତାଙ୍କର ସ୍ୱାମୀ ଫେରାର ଥିବାବେଳେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଚଳାଇ ଧନେଶ୍ୱର ନାୟକଙ୍କୁ ଗିରଫ କରିଛି । ଧନେଶ୍ୱର ତାଙ୍କ ପତ୍ନୀ କୁନିଲତାଙ୍କୁ କିଭଳିଭାବେ ହତ୍ୟା କରିଥିଲା ତାହାର ଡେମୋ ଦେଖାଇଛି । ଘଟଣାରୁ ପ୍ରକାଶ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଞ୍ଚଳର ଧନେଶ୍ୱର ନାୟକ ନାଇକାଣୀଡିହି ଥାନା ବାଲିମେଦ ଗାଁରୁ ୧୭ବର୍ଷ ତଳେ କୁନିଲତାଙ୍କୁ ପ୍ରେମ ବିବାହ କରି ସିମୁଳିଆ ଥାନା ଦୋରା ଗ୍ରାମରେ ୮ବର୍ଷ ହେବ ନିଜର ୨ ପୁଅଙ୍କ ସହିତ ରହି ଆସୁଥିଲେ । କିଛି ଦିନ ଧରି ସ୍ୱାମୀ ସ୍ତ୍ରୀଙ୍କ ପାରିବାରିକ କଳହ ଲାଗି ରହିଥିଲା । ଶୁକ୍ରବାର ରାତିଠାରୁ ଦୁହେଁ ଦେଖିବାକୁ ମିଳି ନଥିଲେ । ଘରବନ୍ଦ ଥିବାରୁ ଗ୍ରାମବାସୀମାନେ କୁନିଲତାଙ୍କ ପରିବାରକୁ ଖବର ଦେଇଥିଲେ ।
ଖବର ପାଇ କୁନିଲତାଙ୍କ ଭାଇ ଅକ୍ଷୟ ମହାରଣା ଶନିବାର ଦିନ ନିଜ ଭଉଣୀ ନିଖୋଜ ଥିବା ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗ୍ରାମବାସୀମାନେ ଏକ ଗଡ଼ିଆରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରି ମହିଳା ଜଣଙ୍କ କୁନିଲତା ବୋଲି ଚିହ୍ନଟ କରିବା ପରେ ସିମୁଳିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ସିମୁଳିଆ ପୁଲିସ ସାଇନ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ମୃତା କୁନିଲତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଫେରାର ଥିବା ସ୍ୱାମୀ ଧନେଶ୍ୱରକୁ ଗିରଫ ନିମନ୍ତେ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଧନେଶ୍ୱରଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା । ଏହାପରେ ଗିରଫ ଧନେଶ୍ୱରକୁ ନେଇ ଘଟଣାସ୍ଥଳରେ ଡେମୋ ସ୍କି୍ରନ୍ କରିଥିଲା । ଧନେଶ୍ୱର ପୁଲିସ ନିକଟରେ ପ୍ର୍କାଶ କରିଥିଲା ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଶୁକ୍ରବାର ବିଳମ୍ବିତ ରାତିରେ କୁନିଲତା ଶୋଇଥିବା ବେଳେ ଧନେଶ୍ୱର ନିଶାଶକ୍ତ ଅବସ୍ଥାରେ କୁନିଲତାର ମୁଣ୍ଡକୁ ଛେଚି ଥିଲା ପରେ ମୃତ ଦେହକୁ ଘରଠାରୁ ୫୦ମିଟର ଦୂରରେ ଥିବା ଏକ ଗାଡ଼ିଆରେ ହାତଗୋଡ଼ ବାନ୍ଧି ପାଣିରେ ପକାଇଥିବା ସହ ସାନପୁଅକୁ ବାଇକ୍ରେ ଧରି ନିଜ ଘର ଘଂଟେଶ୍ୱରକୁ ·ଲିଯାଇଥିଲା ।